ନବୀନ ପଟ୍ଟନାୟକଙ୍କୁ ଆଜି ଶତାଧିକ ମହିଳା କର୍ମକର୍ତ୍ତାମାନେ ନବୀନ ନିବାସରେ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ
ସଂରକ୍ଷଣ ପ୍ରସ୍ତାବ ଉପରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ
ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି ଶତାଧିକ ମହିଳା କର୍ମକର୍ତ୍ତାମାନେ ନବୀନ ନିବାସରେ
ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,
ମୋ ସରକାର ସଦା ସର୍ବଦା ମହିଳାମାନଙ୍କ ବିକାଶ ପାଇଁ ଉଦ୍ୟମ ଜାରି ରଖିଛି । ମହିଳା ସଶକ୍ତିକରଣ ବିନା
ସମାଜରେ ଉତ୍‍ଥାନ ଅସମ୍ଭବ । ପାରିତ ହୋଇଥିବା ୩୩% ସଂରକ୍ଷଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ
ମହିଳାମାନଙ୍କ ଅଗ୍ରଗତିକୁ ଆହୁରି ଦ୍ରୁତତର କରାଯାଇପାରିବ ।
ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଡ. ମୀନତି ବେହେରାଙ୍କ ନେତୃତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବିଜୁ
ଜନତା ଦଳର ଉପ-ସଭାପତି ପ୍ରମିଳା ମଲିକ, ବିଧାୟିକା ରାଜଶ୍ରୀ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଲୋପାମୁଦ୍ରା
ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ, ଗୀତାଞ୍ଜଳି ବସ୍ତିଆ, ସାଧାରଣ ସଂପାଦିକା ସୁଲତା ଦେଓ, ସୂର୍ଯ୍ୟମଣି
ବେହେରା, ସଂପାଦିକା ଏଲିନା ଦାସ, ସହ-ଉପଦେଷ୍ଟା କସ୍ତୁରୀ ମହାପାତ୍ର, ଜ୍ୟୋତି ପାଣିଗ୍ରାହୀ, କଟକ ମେୟର
ମିନାକ୍ଷୀ ବେହେରା, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଭୁବନେଶ୍ୱର ଡେପୁଟି ମେୟର କେ.
ଶାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ, ଉପ-ସଭାନେତ୍ରୀ ମହାମାୟା ସ୍ୱାଇଁ, ମମତା ବିଶୋୟୀ,
କଟକ ଜିଲ୍ଲା ସଭାନେତ୍ରୀ ସୁଭଦ୍ରା ଦାସ, ଅନୀତା ବେହେରା, ଇତିଶ୍ରୀ ବେହେରା, ନୟାଗଡ଼ ସଭାନେତ୍ରୀ ଜୟଶ୍ରୀ
ଦାସ, ଢେଙ୍କାନାଳ ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ସମେତ ୩୦ ଜିଲ୍ଲା ସଭାନେତ୍ରୀ, ଉପ-ସଭାନେତ୍ରୀ ତଥା
ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସମସ୍ତ କର୍ମକର୍ତ୍ତା ସମେତ ୫୦୦ରୁ ଊଦ୍ଧ୍ୱର୍ ମହିଳା କର୍ମୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME