ସାଲେପୁର ବଜାର ବିକାଶ ନେଇ ଉଚ୍ଚସ୍ତରୀୟ ବୈଠକ

କଟକ ଜିଲ୍ଲାର ସାଲେପୁର ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ । ଦିନକୁ ଦିନ ଏହାର କଳେବର ବୃଦ୍ଧି ସହିତ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଉଛି । ଏହି ସବୁକୁ ଦୃଷ୍ଟିରେ ରଖି ଏହାର ସର୍ବାଙ୍ଗିଣ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସାଲେପୁର ଅଂଚଳର ବିକାଶ ପାଇଁ ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇ ସାଲେପୁର ସହରାଚଂଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।
ବର୍ଷା ଦିନେ ପାଣି ନିଷ୍କାସନ ଏକ ଗୁରୁତର ସମସ୍ୟା । ସେଥି ପାଇଁ ପାଣି ନିଷ୍କାସନ ନିମନ୍ତେ ଦୁଇଟି ଡ୍ରେନ୍ କରାଯିବ । ଏଥି ପାଇଁ ୭ ଦିନ ମଧ୍ୟରେ ସର୍ଭେକାର୍ଯ୍ୟ , ଜମିମାଲିକଙ୍କ ସହ ଆଲୋଚନା , ଜମି ଚିହ୍ନଟ, ଚିହ୍ନଟ ଜମିର ମୂଲ୍ୟ ନିର୍ଦ୍ଧାରଣ ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨୦ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ବି.କେ ସିନେମାହଲ ପାଖ ଡ୍ରେନ୍ କାର୍ଯ୍ୟ ଆସନ୍ତା ଜାନୁୟାରୀ ମାସରେ ଆରମ୍ଭ ହେବ ଏବଂ ଅପ୍ରେଲ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ସାଲେପୁର ବଜାରରେ ଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ । ସାଲେପୁର ବଜାରରେ ପୁରା ଡ୍ରେନକୁ୍ ବକ୍ସ ସିଷ୍ଟମ କରାଯିବ । ବର୍ଷା ଦିନରେ ବଜାରର ମୁଖ୍ୟ ରାସ୍ତାରେ ବିଜୁ ପଟ୍ଟନାୟକ ଛକ ଏବଂ ବିକଳାନନ୍ଦ କର ଦୋକାନ ସାମନାରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ବଜାରକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ନିୟମିତ ଭାବେ କରିବାକୁ କହିଛନ୍ତି ।
ସେହିପରି ସମ୍ପୂର୍ଣ୍ଣ ହୋଇ ନଥିବା ବକ୍ସ ଡ୍ରେନ୍ ଗୁଡିକର କାର୍ଯ୍ୟ ଶେଷ କରିବା , ପୂର୍ତ ବିଭାଗ ତରଫରୁ ଲାଇଟ ପୋଷ୍ଟ ପାଇଁ ଭିତିଭୂମି ପ୍ରସ୍ତୁତ କରିବା , କ୍ରାକ୍ଷ୍ଟ୍ରକ୍ଚର ଗୁଡିକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । କଂଟାସାହି-ଛଣିପୁର ରାସ୍ତାର ବାକି ରହିଥିବା ୨୦୦ ମିଟର ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ମଧ୍ୟ କହିଛନ୍ତି । ଲୁନାହାର ନେଇ ଉଚ୍ଚନ୍ୟାୟାଳରେ ରହିଥିବା ୨୯ ଗୋଟି ମାମଲାର ଫଏସଲା ପାଇଁ ଆବଶ୍ୟକ ପଦ କ୍ଷେପଗ୍ରହଣ କରିବାକ କୁହାଯାଇଛି । ଆହୁରିମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ଦିର , ଐତିହ ସ୍ଥାନ ଏବଂ ପିକ୍ନିକ ସ୍ଥାନ ଆଦି ସଂପର୍କରେ ସାଇନ୍ ବୋର୍ଡ ସାଲେପୁରର ରାସ୍ତା କଡରେ ଲାଗାଇବା ନିମନ୍ତେ ନିଷ୍ପତି ହୋଇଛି ।
ମନ୍ତ୍ରୀ ଶ୍ରୀ ଜେନାଙ୍କ ସଚିବାଳୟସ୍ଥିତ କକ୍ଷରେ ଅନୁÂିତ ଉକ୍ତ ବୈଠକରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ , ପୂର୍ବତନ କଟକ ଜିଲ୍ଲାପରିଷଦ ପ୍ରସିଡେଂଟ ପ୍ରସାନ୍ତ ବେହେରା , ଓ.ଏସ୍.ଡି-କମ୍- ମୁଖ୍ୟଯନ୍ତ୍ରୀ( ଡିପିଆଇଆର୍) ଓ.ପି.ପଟେଲ , ସାଲେପୁର ତହସିଲ୍ଦାର ପଦ୍ମଜା ଦାଶ , ଡ୍ରେନେଜ ମୁଖ୍ୟନ୍ତ୍ରୀ ପ୍ରତାପ କୁମାର ନାୟକଙ୍କ ସମେତ ପୂର୍ତ ବିଭାଗ ବିଭିନ୍ନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ , ସମିତି ସଭ୍ୟ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME