ଆଦାନୀ ଗ୍ୟାସ୍ ୧୩ ସିଜିଡି ପ୍ରକଳ୍ପ ଲାଭ କଲା

ଆଦାନୀ ଗ୍ୟାସ୍ ଲିଃ. ଆଦାନୀ ଗ୍ରୁପ୍ର ଅଂଶବିଶେଷ । ସମ୍ପ୍ରତି ଏହା ଭାରତର ୧୩ଟି ଜୋଗ୍ରାଫିକାଲ ଏରିଆରେ
ସିଜିଡ୍ ନେଟ୍ ୱାର୍କ ସମ୍ପ୍ରସାରଣ ପାଇଁ ଠିକା ହାସଲ କରିଛି । ସମ୍ପ୍ରତି ଏହା ବୃହତ୍ ସିଜିଡି କମ୍ପାନୀ ଭାବେ
ତାଲିକାଭୁକ୍ତ ହୋଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ୩୫ ଜିଏ ନେଟ୍ୱୱାର୍କ ବିକାଶ ପାଇଁ ଏହା ସ୍ୱୀକୃତି
ଲାଭ କରିଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ନଭେମ୍ବର ୨୨ରେ ଏହାର ୬୫ତମ ଜିଏ
ତଥା ୯ମ ତମ ସିଜିଡି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଦେଶର ୧୨୯ଟି ଜିଲ୍ଳାରେ ଏହାର ୬୫ଟି ଜିଏ
ପରିବ୍ୟାପ୍ତ ହେବ ।
ଏହି ଅବସରରେ ଆଦାନୀ ଗ୍ରୁପ୍ ଆଗ୍ରୋ ଅଏଲ୍ ଏବଂ ଗ୍ୟାସ୍ର ପରିଚାଳନା ନିଦେ୍ର୍ଧଶକ ପ୍ରଣବ ଆଦାନୀ
କହିଲେ. “ ପ୍ରାକୃତିକ ଗ୍ୟାସ୍ର ଚାହିଦା ଦେଶରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ସୁଦ୍ଧା ଭାରତର
ପ୍ରମୁଖ ଶକ୍ତି କ୍ଷେତ୍ରରେ ୧୫% ଯୋଗଦାନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଯୋଜନା
ଅନ୍ତର୍ଗତ ଏଜିଏଲ୍ କମ୍ପାନୀ ଭାବେ ତାଲିକାଭୁକ୍ତ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମ୍ମରେ ଦେଶର ବୃହତ୍
ସିଜିଡି କମ୍ପାନୀର ମାନ୍ୟତା ହାସଲ କରିବାର ଆଶା ରହିଛି । ୧୩ଟି ନୂଆ ଅଂଚଳରେ ଏଜିଏଲ ଏବଂ ୯ଟି ଜିଏ
ସ୍ଥାପିତ ହେବା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ ।”
ଏହା ସହିତ ୨୦୧୫ରେ ଉରଜି ସଙ୍ଗମଠାରେ ପ୍ରଧାନମନ୍ତ୍ରୀଙ୍କ ଯୋଜନା ପରିପ୍ରକାଶ ଅନ୍ତର୍ଗତ ବିଭିନ୍ନ ସହରରେ
ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣ ୨୮ ଲକ୍ଷ ଗ୍ରାହକରୁ ୧ କୋଟିକୁ ବୃଦ୍ଧି ପାଇବ । ଏହାଦ୍ୱାରା ପ୍ରଦୂଷଣ ହ୍ରାସ
ପାଇପାରିବ ।
କମ୍ପାନୀର ସିଜିଡି ନେଟ୍ ୱାର୍କ ଅହମ୍ମଦାବାଦ୍, ବଡୋଦରା, ଫରିଦାବାଦ୍, ଖୁରିଆ ଆଦିଠାରେ କାର୍ଯ୍ୟକରୁଛି ।
ଭାରତର ୧୩ଟି ସହରରେ ସିଜିଡି ସ୍ଥାପନ ପାଇଁ ଏହା ସ୍ୱୀକୃତି ଲାଭ କରିଛି । ଏହା ଇଣ୍ଡିଆନ୍ ଅଏଲ୍ ସହିତ
ମିଳିତ ଭାବେ ୧୮ଟି ନୁତନ ଅଂଚଳରେ ସିଜିଡି ସ୍ଥାପନ ପାଇଁ ଚୁକ୍ତି କରିଛି । ଦେଶର ୧୨୩ଟି ଜିଲ୍ଲାରେ
୫୦ଟି ଜିଏ ସ୍ଥାପନ ଯୋଜନା ରହିଛି । ଏହା ସହିତ ୫୦୦ ସିଏନଜି ଷ୍ଟେଶନ ସ୍ଥାପନ ଲକ୍ଷ୍ୟ ରଖାଯାଇଛି । ଏହା
ଦ୍ୱାରା ୨୩ ଲକ୍ଷ ଘରୋଇ ଗ୍ରାହକ ଉପକୃତ ହୋଇପାରିବେ ।
ଝଦ୍ଭକ୍ଟ ଝଗ୍ଧବଗ୍ଧର ଊସଗ୍ଦଗ୍ଧrସମଗ୍ଧଗ୍ଦ
୧ ଗୁଜୁରାଟ୍ ସୁରେନ୍ଦ୍ରନଗର ଜିଲ୍ଲା
୨ ଗୁଜୁରାଟ୍ ଖେଡା, ମୋର୍ବି, ମୋହିସାଗର୍ ଜିଲ୍ଲା
୩ ଗୁଜୁରାଟ୍ ପୋରବନ୍ଦର ଜିଲ୍ଲା
୪ ଗୁଜୁରାଟ୍ ବର୍ଓାଲା ଏବଂ ରନପୁର ଜିଲ୍ଲା
୫ ଗୁଜୁରାଟ୍ ନାଭ୍ସରି, ସୁରଟ୍, ତପି, ଦଙ୍ଗ୍ ଜିଲ୍ଲା
୬ ହରିୟାନା ନୁହ୍ ଏବଂ ପଲଓାଲ ଜିଲ୍ଲା
୭ ହରିୟାନା ଭିଓାନି, ଚର୍ଖି ଦାଦ୍ରୀ ଏବଂ ମହେନ୍ଦ୍ରଘର୍ ଜିଲ୍ଲା
୮ କରନାଟକ ଉଡ଼ୁପି ଜିଲ୍ଲା
୯ ତାମିଲନାଡ଼ୁ କୁଡ଼ାଲୋର, ନଗାପାଟ୍ଟନମ୍ ଏବଂ ଟିରୁଭାରୁର୍ ଜିଲ୍ଲା
୧୦ ତାମିଲନାଡ଼ୁ ଟିରୁପିର୍ ଜିଲ୍ଲା
୧୧ ରାଜସ୍ତାନ ଭିଲ୍ଓାରା ଏବଂ ବୁନ୍ଦି ଜିଲ୍ଲା
୧୨ ରାଜସ୍ତାନ ଚିେିତ୍ାଘର୍ ଜିଲ୍ଲା
୧୩ ଓଡ଼ିଶା ବାଲେଶର୍, ଭଦ୍ରକ ଏବଂ ମୟୁରଭଞ୍ ଜିଲ୍ଲା

Share in top social networks!
Powered By Indic IME