ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ୨୧ରେ “ଓଡ଼ିଶା ଦିବସ’ ସମାରୋହ

ଦିଲ୍ଲୀର ପ୍ରଗତି ମଇଦାନ ପରିସରରେ ୩୮ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନଭେମ୍ବର ୧୪
ତାରିଖରୁ ଆରମ୍ଭ ହୋଇଛିା ଏହି ମେଳା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚଳିତବର୍ଷ
ପାଇଁ ବିଷୟବସ୍ତୁ-“ଭାରତର ଗ୍ରାମୀଣ ଉଦ୍ୟୋଗା’ ଗ୍ରାମାଞ୍ଚଳର ଶିଳ୍ପୀ ଓ କାରିଗରମାନଙ୍କ କଳାତ୍ମକ ଉତ୍କର୍ଷ ତଥା
ସାମାଜିକ-ଅର୍ଥନୈତିକ ଜୀବନଧାରାର ସୂତ୍ର ଗ୍ରାମୀଣ ଉଦ୍ୟୋଗରେ ପ୍ରତିଫଳିତା
ଉପରୋକ୍ତ ବିଷୟବସ୍ତୁ ଉପରେ ମଧ୍ୟ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରଖ#ଛିା ମେଳାର ୧୨ ନମ୍ବର ହଲ୍ରେ
୧୫୬ ବର୍ଗମିଟର ପରିମିତ ଦୁଇଟି ସ୍ଥାନରେ ଓଡ଼ିଶା ମଣ୍ଡପ ସୁସଜ୍ଜିତ ରହିଛିା ମଣ୍ଡପର ସମ୍ମୁଖ ଭାଗରେ ଓଡ଼ିଶାର
ପ୍ରସିଦ୍ଧ ବୌଦ୍ଧ ପୀଠ ରନ#ଗିରିକୁ ପ୍ରତିଫଳିତ କରି ତୋରଣ ସ୍ଥାନ ପାଇଛିା ସେହିପରି ଚଳିତ ମାସରୁ ଓଡ଼ିଶାର
ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥ#ବା ବିଶ୍ୱକପ୍ ପୁରୁଷ ହକି ବାବଦରେ ସୂଚନା ପ୍ରଦାନ
କରାଯାଇଛିା ଗୋଟିଏ ପକ୍ଷରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ଅନ୍ୟ ପକ୍ଷରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଧୁନିକ
କ୍ରୀଡ଼ାସଂସ୍କୃତିର ବିକାଶର ଚିତ୍ର ମଣ୍ଡପକୁ ଆକର୍ଷଣୀୟ କରି ଗଢ଼ିତୋଳିଛିା ରାଜ୍ୟର ବିକାଶଧାରା ପ୍ରଦର୍ଶନୀ ମଣ୍ଡପରେ
ପ୍ରଦର୍ଶିତ ହୋଇଛିା
ମଣ୍ଡପରେ ଗ୍ରାମୀଣ ବିକାଶ ଓ ଉଦ୍ୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛିା ଅଣୁ, କ୍ଷୁଦ୍ର ଓ ମଧ୍ୟମ
ଉଦ୍ୟୋଗ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଶିଳ୍ପ ବିଭାଗ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଅଂଶଗ୍ରହଣ
କରିଥ#ବାବେଳେ ସମୁଦାୟ ୨୨ଟି ବିକ୍ରୟ କେନ୍ଦ୍ର ଖୋଲାଯାଇଛିା ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା ସ୍ୱୟଂ
ସହାୟକ ଗୋଷ୍ଠୀଗୁଡ଼ିକର ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶିତ ହୋଇଛିା ସୂଚନା ଓ ଲୋକସଂପର୍କ
ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଦର୍ଶକମାନଙ୍କୁ
ଅଧ#କ ତଥ୍ୟ ପ୍ରଦାନ କରିବାରେ ସହାୟକ ହୋଇଛିା ନବରଙ୍ଗପୁର ଜିଲ୍ଲାର ଜନଜାତିଙ୍କ ଅଳଙ୍କାର, ଖୋର୍ଦ୍ଧା ଜିଲ୍ଲାର
ଟେରାକୋଟା ଓ ଗରମ ପୋଷାକ, ପୁରୀ ଜିଲ୍ଲାର ପଟ୍ଟଚିତ୍ର ତଥା ଚାନ୍ଦୁଆ, ଢେଙ୍କାନାଳ ଜିଲ୍ଲାର ପିତଳ କାମ ଓ
ଡୋକ୍ରା, କେନ୍ଦ୍ରାପଡ଼ା ଜିଲ୍ଲାର କାଇଁଚମାଳି, କଟକର ତାରକସୀ କାରୁକଳା, ମୟୂରଭଞ୍ଜ ଜିଲ୍ଲାର ସବାଇ ଘାସ ପ୍ରସ୍ତୁତ
ଉପକରଣ ଇତ୍ୟାଦିର ଷ୍ଟଲମାନ ଏଥ#ରେ ଅନ୍ତର୍ଭୁକ୍ତ ହୋଇଛନ୍ତିା ଏହା ବ୍ୟତୀତ ବୟନିକା ଓ ଉତ୍କଳିକା ପକ୍ଷରୁ
ଖୋଲାଯାଇଥ#ବା ଷ୍ଟଲ୍ରେ ବିଭିନ୍ନ ବସ୍ତୁ ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ରମାନଙ୍କରେ ଉପଲବ୍ଧ ହେବା ସହିତ
ଗ୍ରାହକମାନଙ୍କୁ ଆକର୍ଷିତ କରୁଛିା
ଆସନ୍ତା ୨୧ ତାରିଖ ଦିନ ବାଣିଜ୍ୟ ମେଳା ପରିସରସ୍ଥ ହଂସଧ୍ୱନି ଥ#ଏଟରରେ ଓଡ଼ିଶା ଦିବସ କାର୍ଯ୍ୟକ୍ରମ
ଆୟୋଜନ କରାଯାଇଛିା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରକାଶିତ ଓଡ଼ିଆ ତଥା ଇଂରାଜୀ
ପତି୍ରକା “ଉତ୍କଳ ପ୍ରସଙ୍ଗ ଓ “ଓଡ଼ିଶା ରିଭୁ୍ୟ’ର ସଦ୍ୟତମ ପ୍ରକାଶନ ଏଠାରେ ଲୋକାର୍ପିତ ହେବା ସହିତ ଚିତ୍ତାକର୍ଷକ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଅପରାହ@ ୩ଟାରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ସାଂସ୍କୃତିକ
କାର୍ଯ୍ୟକ୍ରମରେ ଭୁବନେଶ୍ୱର “ନୃତ୍ୟଶାଳା’ ଓଡ଼ିଶୀ ନୃତ୍ୟ, ଭବାନୀପାଟଣାର “ପ୍ରତିଭା’ ସଂଗଠନ ସିଂହାରୀ ନୃତ୍ୟ,
ଭୁବନେଶ୍ୱରର “ଶ୍ରୀ ସାଇ’ ପ୍ରତିଷ୍ଠାନ ମାହାରୀ ନୃତ୍ୟ, ବଲାଙ୍ଗୀରର “ଦୁଲ୍ଦୁଲି’ ଅନୁଷ୍ଠାନ ଢାଁପ ପରିବେଷଣ କରିବୋ
ଗଞ୍ଜାମର ଲୋକନୃତ୍ୟ କେନ୍ଦ୍ରର ଶିଳ୍ପୀମାନେ ଯୋଡ଼ିଶଙ୍ଖ ଓ ରଣପାରେ ଉଦ୍ଘାଟନୀ ଶୋଭାଯାତ୍ରା କରିବୋ ପ୍ରସିଦ୍ଧ
ଗାୟିକା ସୁସ୍ମିତା ଦାସ ଓଡ଼ିଶାର ରସଗୋଲାକୁ ନେଇ ସଂଗୀତ ପରିବେଷଣ କରିବୋ ରାଜ୍ୟର ସାଂସ୍କୃତିକ ବିଭବ
ଏସବୁରେ ପ୍ରତିଫଳିତ ହେବା
୧୪ ତାରିଖରୁ ଉଦ୍ଘାଟିତ ଓଡ଼ିଶା ମଣ୍ଡପକୁ ଏଯାବତ୍ ହଜାରହାଜର ଦର୍ଶକ ଓ ଗ୍ରାହକ ବୁଲି ଉପଭୋଗ
କରିବା ସହିତ ଟିମ୍ ଓଡ଼ିଶାକୁ ପ୍ରଶଂସା କରିଛନ୍ତିା ଓଡ଼ିଶାର ଐତିହ୍ୟ ଓ ପ୍ରଗତି ବାଣିଜ୍ୟମେଳାରେ ଅର୍ଥପୂର୍ଣ୍ଣ ଭାବରେ
ସଂଯୋଜିତ ହୋଇଛିା

Share in top social networks!
Powered By Indic IME