ଓଡ଼ିଶାରେ ହେବ ୱାଲ୍ଡେନଉଡ୍ସ ଇକୋ ଭିଲେଜ

ୱାଲ୍ଡେନ୍ଉଡ୍ସ ଫାଉଣ୍ଡେସନ ଏକ ଦିଲ୍ଲୀ ସ୍ଥିତ ପଞ୍ଜୀକୃତ ଦାତବ୍ୟ ନ୍ୟାସ ଯାହା ଗ୍ରାମାଞ୍ଚଳରେ ସ୍ମାର୍ଟ ଇକୋ ଭିଲେଜେସ୍ (ଆଦର୍ଶ ପର୍ଯ୍ୟଟନ) ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଉତ୍ଥାନ ପାଇଁ ସମର୍ପିତ । ଏହା ପରିବେଶ ପ୍ରଦୁଷିତ ନ କରି ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବ । ଏହା ଉଚ୍ଚ ମାତ୍ରାରେ ଅମ୍ଳଜାନର ଉପଲବ୍ଧତା ଥିବା ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ପ୍ରଚୁର କ୍ଷମତାର ଅନୁସନ୍ଧାନ କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି । ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୬୦ କିଲୋମିଟର ଦୂର ଏବଂ କଟକ, ଯାଜପୁର ଏବଂ ଢେଙ୍କାନାଳ କରି ତିନିଟି ଜିଲାର କେନ୍ଦ୍ର ସ୍ଥଳ କପିଳାସ (ପର୍ବତ)ର ଉତ୍ତର ପୂର୍ବାଞ୍ଚଳର ଅଭୟାରଣ୍ୟରେ ୱାଲ୍ଡେନଉଡ୍ସ ଇକୋ ଭିଲେଜ ନାମରେ ଏହାର ଯାତ୍ରାରମ୍ଭ କରିବ । ଜୈବିକ କୃଷିକୁ ପ୍ରୋତ୍ସାହନ ଏବଂ କିଛି ମନୋରଞ୍ଜନ ସୁବିଧା ସୃଷ୍ଟି କରି ସହରୀ ଲୋକଙ୍କୁ ଗ୍ରାମାଞ୍ଚଳକୁ ଫେରାଇନେବା ପାଇଁ ୱାଲ୍ଡେନଉଡ୍ସ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି । ଫାଉଣ୍ଡେସନ ପର୍ଯ୍ୟାବରଣର ସୁରକ୍ଷା ପାଇଁ “ୱାଲ୍ଡେନ୍ଉଡ୍ସ ସ୍ମୃତି ବନ’ ନାମରେ ସ୍ମାରକୀ ବନୀକରଣକୁ ପ୍ରୋତ୍ସାହନ ପାଇଁ ଯୋଜନା କରିଛି, ଯେଉଁଠାରେ ଯେକୌଣସି ବ୍ୟକ୍ତି ନିଜ ପ୍ରିୟ ଆତ୍ମୀୟଙ୍କ ସ୍ମୃତିରେ ଗଛଟିଏ ଲଗାଇ ପାରିବ । ଓଡ଼ିଶାରେ ଏହାର ଯାତ୍ରାରମ୍ଭ ପାଇଁ ଟ୍ରଷ୍ଟ୍ କଟକସ୍ଥିତ ହୋଟେଲ ପ୍ରମୋଦରେ ଏହାର ପ୍ରାକ୍ ଶୁଭାରମ୍ଭର ଆୟୋଜନ କରିଥିଲା । ଏଥିରେ ଦିଲ୍ଲୀରୁ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନୀକ ଅଧିକାରୀ ଶ୍ରୀ ଗୋକୁଳ ପଟ୍ଟନାୟକ, ଭାରତୀୟ ଚାରିଟେବଲ ଟ୍ରଷ୍ଟ୍ର ଅଧ୍ୟକ୍ଷ ଡ. କିଶନଲାଲ ଅଗରୱାଲ, ଶ୍ରୀ ସନ୍ତୋଶ କୁମାର ଦାସ, ଶ୍ରୀ ସୀତାରାମ ଶର୍ମା, ଓଡ଼ିଶାର ଜାତୀୟ ଉଦ୍ୟାନକୃଷି ବୋର୍ଡର ନିର୍ଦେଶକ ଶ୍ରୀ ରାମ କୁମାର ଦାଶ ଏବଂ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବରିÂ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ, ଶ୍ରୀମତୀ ନମ୍ରତା ଚଡ୍ଢା, ଶ୍ରୀ ମିହିର ସାହୁ (ସିଏ), ଆଡଭୋକେଟ୍ ସୌମ୍ୟରଞ୍ଜନ ମିଶ୍ର, ଡ. ରଞ୍ଜନ ମହାନ୍ତି, ଆର୍କିଟେକ୍ଟ ବିଭୂତିଭୂଷଣ ମହାପାତ୍ର, ଶ୍ରୀ କିଶୋର କୁମାର ବିଶି ଏବଂ ନଭପ୍ରୀତ ଅରୋରାଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମାଜ ପ୍ରତି ସେମାନଙ୍କର ଅବଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା ।