“କନ୍ୟା ଅନମୋଲ ହୈ ” ତରଫରୁ ଜାତୀୟ ଶିକ୍ଷା ଦିବସ ପାଳନ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତରତ୍ନ ବିଜେତା ମୌଲାନା ଅବୁଲ କାଲାମ ଆଜ଼ାଦ୍ ଙ୍କର ପବିତ୍ର ଜନ୍ମତିଥି ଉପଲକ୍ଷେ ସମଗ୍ର ଦେଶରେ “ଜାତୀୟ ଶିକ୍ଷା ଦିବସ” ପାଳନ ହେଉଅଛି।ଏହି ଅବସରରେ ଶନିବାର ଦିନ ମହାରାଜା କଲେଜ ଅଫ ଟେକନୋଲୋଜି ପରିସରରେ “କନ୍ୟା ଅନମୋଲ ହୈ”ଅନୁଷ୍ଠାନ ତରଫରୁ ମଧ୍ୟ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଅଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରଯୁକ୍ତ ଅବଦୁଲ କାଲାମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ୟା ଅନମୋଲ ହୈ ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ସରୋଜ ଦାଶ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ସମାଜରେ ଘଟୁଥିବା ନାରୀ ନିର୍ଯ୍ୟାତନା ଓ ତାର ନିରାକରଣ ନିମନ୍ତେ ଶିକ୍ଷା ଓ ଯୁବଶକ୍ତି ର ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ।


ସଂଗଠନ ର ସଭାପତି ଶ୍ରୀମତୀ ଅମିୟବାଳା ପରିଡ଼ା ମୌଲାନା ଆଜ଼ାଦ୍ ଙ୍କର ବୈପ୍ଲବିକ ଜୀବନ ଇତିହାସ ଓ ଭାରତୀୟ ଶିକ୍ଷା କ୍ଷେତ୍ର କୁ ତାଙ୍କର ମହାନ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ଏକ ସୁନ୍ଦର ଭାରତ ଦେଶ ଗଠନ କରିବା ନିମନ୍ତେ ଉପସ୍ଥିତ ଛାତ୍ର ସମାଜ କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ କନ୍ୟା ଅନମୋଲ ହୈ ଅନୁଷ୍ଠାନ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ,ନୃତ୍ୟ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।


ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା “କନ୍ୟା ତୁ ଅନମୋଲ ହୈ”….ଶୀର୍ଷକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶିତ କରାଯାଇଥିଲା।ପରିଶେଷରେ ମହାବିଦ୍ୟାଳୟ ର ନିର୍ଦେଶକ ଶ୍ରୀଯୁକ୍ତ ବିନୟ କୁମାର ପଣ୍ଡା ଆଗାମୀ ଦିନରେ କନ୍ୟା ଅନମୋଲ ହୈ ସହିତ ସହଯୋଗର ହାତ ବଢ଼ାଇ ସମସ୍ତ ଜନହିତକର କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କନ୍ୟା ଅନମୋଲ ହୈ ତରଫରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ନିର୍ଦେଶକ ତଥା ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜକ ଛାତ୍ରନେତା ଲିପୁନ ମହାରଣା ଙ୍କୁ ଶ୍ରେଷ୍ଠ ସଂଗଠକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ କନ୍ୟା ଅନମୋଲ ହୈ ର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି, ସାଗର ଦାସ,ଅର୍ଚନା ପାଣିଗ୍ରାହୀ ,ରୋଜା ଘୋଷ,ଚିନ୍ମୟୀ ମିଶ୍ର,ଧ୍ରୁବ କୁମାର ତଥା ପ୍ରବୀଣା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା ରେ ସହଯୋଗ କରିଥିଲେ।

Share in top social networks!
Powered By Indic IME