ମର୍ଯ୍ୟାଦାଜନକ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ୧୬ ନଭେମ୍ବରରେ

• ପ୍ରତିÂିତ ବ୍ୟକ୍ତିତ୍ୱ ରମାକାନ୍ତ ରଥ, ଶିଶିର ମିଶ୍ର, ଡଃ ସ୍ୱରୂପ ରଞ୍ଜନ ମିଶ୍ର, ଦୂତୀ ଚାନ୍ଦ, ମାସାକୋ ଓନୋ, ମିତ୍ରଭାନୁ ଗୌନ୍ତିଆ, ଗୌନ୍ତିଆ ମହମ୍ମଦ ଜମିଉଲ୍ଲା, ଦୈତାରୀ ନାୟକ, ଶାନ୍ତନୁ ମିଶ୍ର, ନାଗପୁରୀ ରମେଶ ଏବଂ ଜେ କେ ମହାନ୍ତିଙ୍କୁ ୮ମ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ୨୦୧୮ ରେ ସମ୍ମାନିତ କରାଯିବ
• ଅକ୍ଷୟ ପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସାଙ୍କୁ ପ୍ରଥମ ଜାତୀୟ ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ୨୦୧୮ ରେ ପୁରସ୍କୃତ କରାଯିବ
• ଲିଭିଙ୍ଗ ଲିଜେଣ୍ଡ ଓରେସନ (ଉଦ୍ବୋଧନ) – ଏକବିଂଶ ଶତାବ୍ଦୀରେ ପରୋପକାର: ଆହ୍ୱାନ ଏବଂ ସୁଯୋଗ
ମୁଖ୍ୟବକ୍ତା
ଶ୍ରୀ ଚଞ୍ଚଳାପଥି ଦାସା, ଉପାଧ୍ୟକ୍ଷ, ଅକ୍ଷୟପାତ୍ର ଫାଉଣ୍ଡେସନ
ପ୍ରମୁଖ ବିଷୟବସ୍ତୁ

୧. ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ଓଡ଼ିଶାର ଏକ ଉଚ୍ଚ ସମ୍ମାନଜନକ ନାଗରିକ ପୁରସ୍କାର
୨. ଚଳିତ ବର୍ଷ ଠାରୁ ପ୍ରଥମ ଜାତୀୟ ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର
୩. ଲିଭିଙ୍ଗ ଲିଜେଣ୍ଡ ଓରେସନ (ଉଦ୍ବୋଧନ) ବିଶୃଙ୍ଖଳିତ ନେତୃତ୍ୱ ଉପରେ ପର୍ଯ୍ୟବେଷିତ

ଓଡ଼ିଶାର ପ୍ରତିÂିତ ଲିଭିଙ୍ଗ ଲିଜେଣ୍ଡ, ଯୁବ ପ୍ରେରଣା ପୁରସ୍କାର ୨୦୧୮ ପାଇଁ ଓଡ଼ିଶା ଡାଏରୀ ପକ୍ଷରୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପ୍ରତିÂିତ ବ୍ୟକ୍ତିତ୍ୱମାନଙ୍କୁ ୧୬ ନଭେମ୍ବର, ୨୦୧୮ ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନରେ ୮ମ ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ପ୍ରଦାନ କରାଯିବ । ବାର୍ଷିକ ଲିଭିଙ୍ଗ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ଓଡ଼ିଶା ସମାଜର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପ୍ରତିÂିତ ଏବଂ ପ୍ରେରଣାଦାୟକ ବ୍ୟକ୍ତିଙ୍କୁ ଚୟନ କରିଥାଏ ।

ଓଡ଼ିଶା ଡାଏରୀର ୧୪ତମ ପ୍ରତିÂା ଦିବସ ଅବସରରେ ଏହି ପୁରସ୍କାର ବିତରଣ ଉତ୍ସବ ୧୬ ନଭେମ୍ବର, ୨୦୧୮ ଅପରାହ୍ନ ୪ ଘଟିକା ସମୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ଡାଏରୀ ଏହି ଅବସରରେ ଉକ୍ତ ବ୍ୟକ୍ତିତ୍ୱ ଏବଂ ଗ୍ରୂପମାନଙ୍କୁ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଏବଂ ଓଡ଼ିଶା ଯୁବ ପ୍ରେରଣା ପୁରସ୍କାରରେ ସମ୍ମାନିତ କରିବ । ନଭେମ୍ବର ୧୧, ୨୦୧୮ରେ ଓଡ଼ିଶା ଡାଏରୀ ଏହାର ୧୪ତମ ପ୍ରତିÂା ଦିବସ ପାଳନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଲିଭିଙ୍ଗ ଲିଜେଣ୍ଡ ଓରେସନ (ଉଦ୍ବୋଧନ) ଏବଂ ପୁରସ୍କାର ବିତରଣ ଉତ୍ସବ ଭଳି ଦୁଇଟି ଭାଗ ରହିଛି ।

ଚଳିତ ବର୍ଷଠାରୁ ଓଡ଼ିଶା ଡାଏରୀ ଜାତୀୟ ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ଆରମ୍ଭ କରିବାକୁ ଯାଉଛି । ପ୍ରଥମ ଜାତୀୟ ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ୨୦୧୮, ଅକ୍ଷୟପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁପଣ୍ଡିତ ଦାସାଙ୍କୁ ଦିଆଯିବ ବୋଲି ଓଡ଼ିଶା ଡାଏରୀର ସମ୍ପାଦକ ତଥା ଓଡ଼ିଶା ଡାଏରୀ ଫାଉଣ୍ଡେସନର ପ୍ରତିÂାତା ଶ୍ରୀ ରଶ୍ମିରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି । ଡିଜିଟାଲ ସାମ୍ବାଦିକତାରେ ଦକ୍ଷତା ହାସଲ କରିଥିବା ଶ୍ରୀ ପରିଡ଼ା, ବିଶ୍ୱ ତଥା ଭାରତର ସର୍ବଶ୍ରେÂକୁ ଓଡ଼ିଶାରେ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଓଡ଼ିଶାର ସର୍ବଶ୍ରେÂକୁ ଭାରତ ଏବଂ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିପାରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜାତୀୟ ସଂଯୋଗ ଏବଂ ପ୍ରେରଣାତ୍ମକ କାର୍ଯ୍ୟ, ଯାହାକି ଓଡ଼ିଶା ଏବଂ ଭାରତ ଉପରେ ପ୍ରଭାବ ପକାଇପାରିଛି (ନ୍ୟାସନାଲ ଲିଭିଙ୍ଗ ଲିଜେଣ୍ଡ ଆୱାଡର଼୍) ଜାତୀୟ ଜିବନ୍ତ କିମ୍ବଦନ୍ତୀ ପୁରସ୍କାର ଚଳିତବର୍ଷ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି ।

ଲିଭିଙ୍ଗ ଲିଜେଣ୍ଡ ଓରେସନ (ଉଦ୍ବୋଧନ) ଚଳିତ ବର୍ଷ ଏକବିଂଶ ଶତାବ୍ଦୀରେ ପରୋପକାର: ଆହ୍ୱାନ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛି । ଅଣଲାଭକାରୀ ସଂସ୍ଥା, ଲାଭକାରୀ ସଂସ୍ଥା ଏବଂ ସରକାରୀ ହସ୍ତକ୍ଷେପ ମଧ୍ୟରେ ଏକୀକରଣ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଶ୍ରୀ କମଳା କାନ୍ତ ଦାଶ, ଓଡ଼ିଶା ଡାଏରୀର ବରିÂ ସମ୍ପାଦକ ତଥା ଲିଭିଙ୍ଗ ଲିଜେଣ୍ଡ ଆୱାଡର଼୍ର ପ୍ରତିÂା ସଦସ୍ୟ ଅନୁଭବ କରିଛନ୍ତି । ଦାନ, ପରୋପକାର, ଯୋଜନାତ୍ମକ ସିଏସ୍ଆର୍ ସମାଜର ବିକାଶ ତଥା ସଶକ୍ତିକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ଆଧୁନିକ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ସାହିତ୍ୟ, ପ୍ରତିÂିତ ସିନେମା ନିଦେ୍ର୍ଧଶକ ଏବଂ ସଂଳାପ ଲେଖକ ପଦ୍ମ ଶ୍ରୀ ଶିଶିର ମିଶ୍ରଙ୍କୁ ସିନେମା ଜଗତ, କେନିଆ ସଂସଦର ସାଂସଦ ଡଃ ସ୍ୱରୂପ ରଞ୍ଜନ ମିଶ୍ରଙ୍କୁ ଲୋକନୀତି, ସ୍ମାଇଲ୍ ଫାଉଣ୍ଡେସନର ପ୍ରତିÂାତା ଶାନ୍ତନୁ ମିଶ୍ରଙ୍କୁ ସମାଜସେବା କ୍ଷେତ୍ର, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ନିମନ୍ତେ ସାଜିଥିବା ପଥପ୍ରଦର୍ଶକ ଶ୍ରୀ ବୁଦ୍ଧଦେବ ମେହେରଙ୍କୁ ଶିକ୍ଷାରେ, ମାଉଣ୍ଟେନ ମ୍ୟାନ ଦୈତାରୀ ନାଏକଙ୍କୁ ସମାଜସେବା, ଗିତୀକାର ଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପ୍ରସିଦ୍ଧ ଗୀତ ରଙ୍ଗବତୀ, ଓଡ଼ିଶାର ଜାପାନୀ ଓଡ଼ିଶୀ ନୃତ୍ୟଶିଳ୍ପୀ ମସାକୋ ଓନୋଙ୍କୁ କଳା ଓ ସଂସ୍କୃତି ଏବଂ ଅଲମ୍ପିଆନ୍ ତଥା ଆର୍ନ୍ତଜାତୀୟ ଧାବିକା ଦୂତୀ ଚାନ୍ଦଙ୍କୁ ଖେଳ, କିମ୍ବଦନ୍ତୀ ପ୍ରଶିକ୍ଷକ ନାଗପୁରୀ ରମେଶଙ୍କୁ କ୍ରୀଡ଼ାକ୍ଷେତ୍ରରେ, ହୋଟେଲ ଏବଂ ଆତିଥ୍ୟ ପାଇଁ ଶ୍ରୀ ଜେ କେ ମହାନ୍ତିଙ୍କୁ ଉଦ୍ୟୋଗଶିଳ୍ପ କ୍ଷେତ୍ରରେ, କିମ୍ବଦନ୍ତୀ ଗୋÂୀ କାର୍ଯ୍ୟକର୍ତ୍ତା ତଥା କବି ଗୌନ୍ତିଆ ମହମ୍ମଦ ଜମ୍ମିଉଲ୍ଲାଙ୍କୁ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଆଦି କ୍ଷେତ୍ରରେ ଏହି ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାଡର଼୍ ୨୦୧୮ ପ୍ରଦାନ କରାଯିବ ।

ସେହିପରି ଶ୍ରୀ ସରୋଜ ଦାସଙ୍କୁ ସମାଜସେବା, ଶ୍ରୀ ଭାରତ ମାଝୀଙ୍କୁ ସାହିତ୍ୟ, ରଶ୍ମି ସାହୁଙ୍କୁ ବ୍ୟବସାୟିକ ନେତୃତ୍ୱ ଏବଂ ଉଦ୍ୟୋଗଶିଳ୍ପ, ସନ୍ଦୀପ କୁମାର ପଟ୍ଟନାୟକଙ୍କୁ ଲୋକନୀତି, ପଦ୍ମିନୀ ପାଣିଗ୍ରାହୀଙ୍କୁ କଳା ଏବଂ ସଂସ୍କୃତି, ପ୍ରମୋଦ ଭଗତଙ୍କୁ କ୍ରୀଡ଼ା, ଏଲିନା ସାମନ୍ତରାଏ ଏବଂ ଦିଲୀପ ସାହୁଙ୍କୁ ସିନେ ଜଗତ, ଶୁଭୋଜିତ ସାହୁଙ୍କୁ ଶିକ୍ଷା ଏବଂ ସମାଜସେବା, ଶ୍ରୀ ନରେଶ ମହାପାତ୍ରଙ୍କୁ ଏନ୍ଆର୍ଓ ଏବଂ ସାମାଜିକ ଗଣମାଧ୍ୟମ ଦ୍ୱାରା ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ଯୋଗୁ ସ୍ୱତନ୍ତ୍ର ଉଦାହରଣ ନିମନ୍ତେ ରୁଦ୍ର ପ୍ରସନ୍ନ ରଥଙ୍କୁ ଓଡ଼ିଶା ଯୁବ ପ୍ରେରଣା ଆୱାଡର଼୍ ୨୦୧୮ ପ୍ରଦାନ କରାଯିବ ।

୨୦୧୧ ରେ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଓଡ଼ିଶା ସମାଜରେ ଅସାଧାରଣ ଏବଂ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ନାଗରିକ ପୁରସ୍କାର ପ୍ରଦାନ କରାଯାଉଛି । ଗତ ୭ ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ନାମ ଯେପରିକି ତୁଳସୀ ମୁଣ୍ଡା, ପ୍ରିୟମ୍ବଦା ହେଜମାଦୀ, ପ୍ରତିଭା ରାଏ, ସାର୍ଥକ ବେହୁରିଆ, ସବ୍ୟସାଚୀ ମହାପାତ୍ର, ସୀତାକାନ୍ତ ମହାପାତ୍ର, ଝରଣା ଦାସ, କବି ହରିପ୍ରସାଦ ଚୌରାସିଆ, ମନୋରମା ମହାପାତ୍ର, କିଶୋରୀ ମଣିଆ, ପି କେ ମହାନନ୍ଦିଆ, ସନ୍ତୃପ୍ତ ମିଶ୍ର, ଉତ୍ତମ ମହାନ୍ତି ଶିବସୁନ୍ଦର ଦାସ, ତ୍ରିଲୋଚନ ପ୍ରଧାନ, ଡଃ ଏସ୍ କେ ନନ୍ଦ, ଶ୍ରୁତି ମହାପାତ୍ର, ଭଗବାନ ମେହେର, ପ୍ରଶାନ୍ତ ନନ୍ଦ, ଦିଲୀପ ତିକ୍ରୀ, ସୁଦର୍ଶନ ପଟ୍ଟନାୟକ, ନୀଳମାଧବ ପଣ୍ଡା, ଜୟନ୍ତ ମହାପାତ୍ର, ଗୋପାଳ ଘୋଷ, କେ. ଋବି କୁମାର, ଚର୍ତୁଭୁଜ ମେହେର, ପ୍ରତିଭା ଶତପଥି ଆଦି ପ୍ରତିÂିତ ବ୍ୟକ୍ତିଙ୍କୁ ଓଡ଼ିଶା ଲିଜେଣ୍ଡାରୀ ଆୱାଡର଼୍ରେ ସମ୍ମାନିତ କରାଯାଇଛି ।

Share in top social networks!
Powered By Indic IME