ରେନଲ୍ଟ ପକ୍ଷରୁ ପାର୍ବଣ ଅବସରରେ ରେନଲ୍ଟ କ୍ୟାପଚର୍ ଉପରେ ଆକର୍ଷଣୀୟ ପ୍ରାଇସିଂ ଅଫର

ଭାରତରେ କାରବାର କରୁଥିବା ଏକ ନମ୍ବର ୟୁରୋପିଆନ୍ ବ୍ରାଣ୍ଡ୍ ରେନଲ୍ଟ ପକ୍ଷରୁ ଚଳିତ ପାର୍ବଣ ଅବସରରେ ଏହାର ପ୍ରାଇସିଂ ଉପରେ ଆକର୍ଷଣୀୟ ଅଫର ଉପଲବ୍ଧ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକ ଏହାର ଷ୍ଟାଇଲିସ୍ ଏସୟୁଭି ରେନଲ୍ଟ କ୍ୟାପଚର ଉପରେ ୮୧,୦୦୦ଟଙ୍କା ପର୍ଯ୍ୟନ୍ତ ସୁବିଧା ହାସଲ କରିପାରିବେ । ଏହା ସହିତ କମ୍ପାନୀ ଏହାର ଆରଏକ୍ସଟି ପେଟ୍ରୋଲ, ଆରଏକ୍ସଟି ଡିଜେଲ ଏବଂ ପ୍ଲାଟିନା ଡିଜେଲରେ ରେଡିଆଂଟ୍ କଲର ଏବଂ ରୁଫ୍ ରେଲ୍ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରିଛି ।

ଷ୍ଟାଇଲିସ୍ ଏସୟୁଭି ରେନାଲ୍ଟ କ୍ୟାପଚର୍ରେ ପ୍ରୋଜେକ୍ଟର ହେଡଲ୍ୟାମ୍ପ୍, ସି-ଆକୃତି ସାଫେୟାର୍, ଏଲଇଡି ଡିଆର୍ଏଲ୍ ଏବଂ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍ ପ୍ରଭୃତି ୫୦ରୁ ଅଧିକ ପ୍ରିମିୟମ୍ ଫିଚର ରହିଛି । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୧୦ଏମଏମ ରହିଛି । ଥିବାବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା ରହିଛି ।
ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ପାୱାରଟ୍ରିନ୍ ଅପସନ୍ରେ ଉପଲବ୍ଧ ହେଉଛି । ଏଥିରେ ଡୁଆଲ୍ ଏୟାରବ୍ୟାଗ୍, ଆଂଟି ଲକ୍-ବ୍ରେକିଂ ସିଷ୍ଟମ୍, ଇଲୋକ୍ଟ୍ରନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବୁ୍ୟସନ୍ ଏବଂ ବ୍ରେକ୍ ଆସିଷ୍ଟ୍ ଏବଂ ରିୟର ୱପର ସହିତ ଡେ‘ଗର ରହିଛି । ଏଥିରେ ୭ ଇଂଚ୍ ଡିସପ୍ଲେ ବିଶିଷ୍ଟ ୟୁଏଲ୍ସି ୩.୦ ମଲ୍ଟିମିଡିଆ ନାଭିଗେସନ୍ ସିଷ୍ଟମ୍ ରହିଛି । ଷ୍ଟିୟରିଂ କଂଟ୍ରୋଲ୍, ବ୍ଲୁଟୁଥ୍, ୟୁଏସ୍ବି ଓ ଅକ୍ସ୍ ଯୁକ୍ତ ଇଂଟିଗ୍ରେଟେଡ୍ ଅଡିଓ ସିଷ୍ଟମ୍, ରିମୋଟ୍ କଂଟ୍ରୋଲ୍ ଲକିଂ ସିଷ୍ଟମ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି ।

ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ପାୱାରଟ୍ରିନ୍ ଅପସନ୍ରେ ଉପଲବ୍ଧ ହେଉଛି । ରେନାଲ୍ଟ କ୍ୟାପଚର୍ ପ୍ଲାଟିନାରେ ଅଲ୍ଟ୍ରା ପ୍ରିମିୟମ୍ ହ୍ୱାଇଟ୍ ଏବଂ ଗୋଲ୍ଡ ଆଭ୍ୟନ୍ତରୀଣ କଲର୍ ରହିଛି । ଏଥିରେ ଇର୍ଗୋ ଡିଜାଇନିଂ ଲେଦର ସିଟ୍ ରହିଛି ଯାହାକି ୬-ୱେ ଆଡଜଷ୍ଟ୍ କରାଯାଇପାରିବ । ରେନାଲ୍ଟର ପେଟ୍ରୋଲ ଭ୍ୟାରିଆଂଟ୍ରେ ୧୬ ଭାଲଭ୍ ୪ ସିଲିଣ୍ଡର ୧.୫ଲିଟର ଏଚ୍-୪-କେ ଇଞ୍ଜିନ୍ ରହିଛି । ଏଥିରେ ୫ ସ୍ପିଡ୍ତ ମାନୁଆଲ୍ ଗିୟର ବକ୍ସ୍ ରହିଛି । ଏହା ଲିଟର ପିଛା ୧୩.୮୭ କିଲୋମିଟର ଦୂରତା ଅତିକ୍ରମ କରିବ । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ୧.୫ ଏଲ୍କେ ଡିଜେଲ୍ ଇଞ୍ଜିନ୍, ୬ ସ୍ପିଡ୍ ମାନୁଆଲ୍ ଗିୟର ବକ୍ସ୍ ପ୍ରଭୃତି ରହିଛି । ଏହାର ପ୍ଳାଟିନା ଭ୍ୟାରିଆଂଟ୍ ଡିଜେଲ୍ ଅପସନ୍ରେ ଉପଲବ୍ଧ ହେଉଛି ।

ଏହାର ପେଟ୍ରୋଲ ଭ୍ୟାରିଆଂଟ୍ରେ କ୍ୟାପଚର୍ ଆରଏକ୍ସଇ, କ୍ୟାପଚର୍ ଆରଏକ୍ସଏଲ୍, କ୍ୟାପଚର୍ ଆର୍ଏକ୍ସଟି ଡୁଆଲ୍ ଟୋନ୍ ପ୍ରଭୃତି ରହିଛି । ଏସବୁର ମୂଲ୍ୟ ଯଥାକ୍ରମେ ୯,୯୯,୯୯୯ଟଙ୍କା, ୧୧,୦୭, ୯୯୯ଟଙ୍କା, ୧୧, ୪୫,୯୯୯ଟଙ୍କା ରହିଛି । ସେହିପରି ଏହାର ଡିଜେଲ୍ ଭ୍ୟାରିଆଂଟ୍ରେ ଏହି ସବୁ ଭ୍ୟାରିଆଂଟ୍ର ମୂଲ୍ୟ ଯଥାକ୍ରମେ ୧୦.୯୯,୯୯୯ଟଙ୍କା, ୧୨,୪୭,୯୯୯ଟଙ୍କା, ୧୨,୬୬,୯୯୯ଟଙ୍କା ରହିଛି । କ୍ୟାପଚର୍ ପ୍ଳାଟିନା ଡିଜେଲ୍ ଡୁଆଲ୍ ଟୋନ୍ ଭ୍ୟାରିଆଂଟ୍ର ମୂଲ୍ୟ ୧୩,୨୪,୯୯୯ଟଙ୍କା ରହିଛି ।

ସୂଚନାଯୋଗ୍ୟ,କମ୍ପାନୀର ନିର୍ମାଣ ସୁବିଧା ଚେନ୍ନାଇର ଓରଗାଡାମ୍ଠାରେ ରହିଛି । ଏହାର ବାର୍ଷିକ ଉପôାଦନ କ୍ଷମତା ୪୮୦,୦୦୦ୟୁନିଟ୍ ରହିଛି । ଭାରତରେ ଏହାର ବିତରଣ ଶାଖା ସଂଖ୍ୟା ୩୨୦ରେ ପହଂଚିଛି । ଏହାର ସର୍ଭିସ୍ ଷ୍ଟେସନ୍ ସଂଖ୍ୟା ୨୬୯ ରହିଛି ।

Share in top social networks!
Powered By Indic IME