ଗୁଜୁରାଟଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତା ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି

• ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି, ନିଉୱର୍କସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ର ଆକାରଠାରୁ ଦୁଇଗୁଣା ବଡ
• ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ ଅବସର ନିମନ୍ତେ ଗୁଜୁରାଟର ୧୦,୦୦୦ ଗ୍ରାମରେ ଅକ୍ଟୋବର ଏବଂ ନଭେମ୍ବର ମାସରେ ଏକତା ଯାତ୍ରା ଆୟୋଜିତ ହେବ
ଭୁବନେଶ୍ୱର: ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷିକୀ ଏବଂ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୩୧ ତାରିଖ ଦିନ ଗୁଜୁରାଟଠାରେ ଜାତୀୟ ଏକତାର ପ୍ରତୀକ ସ୍ୱରୂପ ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ବିଶ୍ୱର ସବୋର୍ଚ୍ଚ ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ କରିବେ ବୋଲି ମାନ୍ୟବର ଗୁଜୁରାଟ ରାଷ୍ଟ୍ରମନ୍ତ୍ରୀ ଶ୍ରମ ଓ ନିଯୁକ୍ତି, ବିପର୍ଯ୍ୟୟ ପରିଚାଳନା, ତୀର୍ଥସ୍ଥାନ ବିକାଶ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଠାକୋର, ମାନ୍ୟବର ବିଧାୟକ, ଦଣ୍ଡକ ଶ୍ରୀଯୁକ୍ତ ଭରତସିନ୍ ଦାଭି, ଶ୍ରୀମତି ଆରାଧନା ସାହୁ, ଆଇଏଫଏସ୍, ଚିଫ୍ କନଜରଭେଟର, ବରୋଦା ଏବଂ ରାଜକୋଟ ମହାନଗର ନିଗମ ଆୟୁକ୍ତ ତଥା ଏକତା ଯାତ୍ରାର ଆବାହକ ଶ୍ରୀଯୁକ୍ତ ବାଂଛାନିଧି ପାଣି, ଭାରତୀୟ ପ୍ରଶାସନିକ ସେବା ଆଜି ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି ।
୨୦୧୩ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମାନ୍ୟବର ମୋଦି ଏହି ପ୍ରକଳ୍ପର ଘୋଷଣା କରିଥିଲେ । ୨୯.୯ ନିୟୁତ ଟଙ୍କା ତଥା ୪୩୦ ମିଲିୟନ ଆମେରିକୀୟ ଡଲାର ବ୍ୟୟରେ ସର୍ଦ୍ଧାର ସରୋବର ଡ୍ୟାମ୍ ସନ୍ନିକଟରେ ନିର୍ମିତ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରଧାନମନ୍ତ୍ରୀଙ୍କର ଏକ ନିଜସ୍ୱ ପରିକଳ୍ପନା । ତାଙ୍କ ଅନୁସାରେ ନ୍ୟୁୟର୍କଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ପରି ଏହି ପ୍ରତିମୂର୍ତି ପର୍ଯ୍ୟଟକ ସମୂହଙ୍କୁ ଆକର୍ଷିତ କରିବ । ବର୍ତମାନ ଥିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତି ୧୨୮ ମିଟର ବା ୪୨୦ ଫୁଟ୍ ଉଚ୍ଚ ଚୀନର ବୁଦ୍ଧ ମନ୍ଦିରକୁ ଏହା ଅତିକ୍ରମ କରିବ । ଏହି ପ୍ରତିମୂର୍ତ୍ତିରେ ବ୍ୟବହୃତ ହୋଇଥିବା ଲୈାହଖଣ୍ଡ ଗୁଡିକ ଲୋହା ନାମକ ଏକ ଅଭିଯାନ ମାଧ୍ୟମରେ ସାରା ଭାରତବର୍ଷରୁ ସଂଗ୍ରହ କରାଯାଇଥିଲା । ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତି ପରେ ପ୍ରତିବର୍ଷ ପ୍ରାୟ ୧୫,୦୦୦ ଜନଜାତିଙ୍କ ନିମନ୍ତେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ପ୍ରତିମୂର୍ତ୍ତି କିଛି ଏ୍ୟ÷ତିହାସିକ ତଥ୍ୟ ଉପରେ ପର୍ଯ୍ୟବେଷିତ । ଦେଶର ଏକତା ଏବଂ ଅଖଣ୍ଡତାର ପ୍ରତୀକ ସ୍ୱରୂପ ଏହାର ନାମକରଣ ଏପରି କରାଯାଇଛି । ୧୮୨ ମିଟର (୬୦୦ ଫୁଟ୍) ଉଚ୍ଚ ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ନ୍ୟୁୟର୍କଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ର ଆକାର ଠାରୁ ଦୁଇଗୁଣା ଅଧିକ । ରାଜ୍ୟର ମୁଖ୍ୟ ସହର ଅହମଦାବାଦ ଠାରୁ ଏହି ପ୍ରତିମୂର୍ତ୍ତି ପାଖାପାଖି ୨୦୦ କିଲୋମିଟର (୧୨୫ ମାଇଲ୍) ଦୂରରେ ଅବସ୍ଥିତ । ପ୍ରାୟ ୨,୫୦୦ କୁଶଳୀ କାରିଗରମାନେ ନିରନ୍ତର ପରିଶ୍ରମ କରି ୫୦୦୦ ବର୍ଗଫୁଟ୍ ବ୍ରୋଞକୁ ବ୍ୟବହାର କରି ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରୁଛନ୍ତି ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଚଳିତ ମାସ ୩୧ ତାରିଖ ଦିନ ଉଦଘାଟନ କରିବେ । ଏଠାକୁ ଯିବା ନିମନ୍ତେ ୩.୫ କିଲୋମିଟର ବିଶିଷ୍ଟ ରାଜପଥ ନିର୍ମାଣ କରାଯିବ ଯାହା ଗୁଜୁରାଟର ସାଧୁ ଦ୍ୱୀପକୁ କେଭାଡିଆ ସହର ସହିତ ସଂଯୋଗ କରିବ । ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟିର ୧୫୩ ମିଟର ଉଚ୍ଚରେ ଏକ ଗ୍ୟାଲେରୀ ରହିବ ଯେଉଁଠାରେ ୨୦୦ ପର୍ଯ୍ୟଟକ ଏକତ୍ରିତ ହୋଇ ବନ୍ଧ ଏବଂ ଏହାର ଆଖପାଖ ମନୋଲୋଭା ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଆହୁରି ମଧ୍ୟ ଏହି ପ୍ରତିମୂର୍ତ୍ତି ପବନର ଗତିକୁ ୬୦ ମିଟର/ସେକେଣ୍ଡ ରେ ସୀମିତ କରିବା ସହିତ କମ୍ପନ ଏବଂ ଭୂକମ୍ପକୁ ପ୍ରତିହତ କରିପାରିବ । ଏହି ଉଚ୍ଚ ପ୍ରତିମୂର୍ତ୍ତିର ନିର୍ମାଣ ନିମନ୍ତେ ୨୨,୫୦୦ ମିଲିୟନ ଟନ୍ ସିମେଂଟ ବ୍ୟବହୃତ ହୋଇଛି । ଏହି ପ୍ରତିମୂର୍ତ୍ତିର ନିର୍ମାଣ ୪୨ ମାସ ମଧ୍ୟରେ ସମାପ୍ତ ହୋଇଥିବା ବେଳେ ଶ୍ରମିକ ଓ ଇନ୍ଧନ ସାମଗ୍ରୀରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନଥିଲା । ଏହି ପରିକଳ୍ପନା ମଧ୍ୟରେ ଏକ ଅଦିତ୍ୱୀୟ ସଂଗ୍ରହାଳୟ ଏବଂ ଶବ୍ଦ-ଦୃଶ୍ୟ ବିଭାଗ ରହିବ ଯେଉଁଠାରେ ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ଜୀବନ କାହାଣୀ ଓ ସମୟ ପ୍ରଦର୍ଶିତ ହେବ । ଯାନବାହନ ସମସ୍ୟା ଏବଂ ପ୍ରଦୂଷଣକୁ ପ୍ରତିହତ କରିବା ନିମନ୍ତେ ପ୍ରତିମୂର୍ତ୍ତି ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳଗୁଡିକୁ ଏକ ସ୍ୱତନ୍ତ୍ର ଡଙ୍ଗା ମାଧ୍ୟମରେ ଯାଇ ହେବ ।
ଅନ୍ୟପକ୍ଷରେ ଗୁଜୁରାଟ ସରକାର ଏହା ଘୋଷଣା କରିଛନ୍ତି ଯେ ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଶୁଭ ଉଦ୍ଘାଟନ ଅବସରରେ ଗୁଜୁରାଟର ୧୦,୦୦୦ ଗ୍ରାମରେ ଅକ୍ଟୋବର ଏବଂ ନଭେମ୍ବର ମାସରେ ଏକତା ଯାତ୍ରା ଆୟୋଜିତ ହେବ । ଶ୍ରୀ ପଟେଲଙ୍କ ଜୀବନୀକୁ ମଧ୍ୟ ଏହି ଯାତ୍ରାରେ ସାମିଲ କରାଯିବ । ଏହି ଯାତ୍ରା ସମୟରେ ସାଧାରଣ ଜନତାମାନଙ୍କୁ ଶ୍ରୀ ପଟେଲଙ୍କ ଜୀବନୀ ଓ ଏକତା ପ୍ରତିମୂର୍ତ୍ତି ସମ୍ପର୍କିତ ଛବି ପ୍ରଦର୍ଶନ କରାଯିବ । ଏହି ପ୍ରତିମୂର୍ତ୍ତି ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକତା ଓ ଅଖଣ୍ଡତାର ଭାବ ଉଦ୍ରେକ କରିବ । ଏଥିପାଇଁ ଗୁଜୁରାଟ ସରକାର ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନତାମାନଙ୍କୁ ସଚେତନ କରିବା ସହିତ ଅଧିକ ଆଗନ୍ତୁକ ସଂଗ୍ରହରେ ପ୍ରୟାସରତ ।
ଏହି ପରିପ୍ରେକ୍ଷୀରେ ଗୁଜୁରାଟ ସରକାରଙ୍କର ସାଂସଦ ଏବଂ ବିଧାୟକଙ୍କର ଏକ ଦଳ ଚଳିତ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଗସ୍ତରେ ଆସି ଓଡିଶାର ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ସହ ଜନସାଧାରଣମାନଙ୍କର ସହଯୋଗ ନିମନ୍ତେ ସଚେତନତା ସୃଷ୍ଟି କରିଛନ୍ତି । ଏହି ପ୍ରତିମୂର୍ତ୍ତି ଶୁଭ ଉଦଘାଟନ ଅବସରରେ ଗୁଜୁରାଟ ସରକାର ସମସ୍ତଙ୍କର ସାହାଯ୍ୟ ଏବଂ ସହଯୋଗ ଆଶା କରନ୍ତି ।

Share in top social networks!
Powered By Indic IME