ଓଡ଼ିଶା ଭାରତ ମଧ୍ୟରେ ଶ୍ରେÂ ବିନିର୍ମାଣ କ୍ଷେତ୍ର ଭାବେ ବିକଶିତ ହେଉଛି

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ପୂର୍ବରୁ ରାଜ୍ୟରେ ନିବେଶକଙ୍କ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଏହାଦ୍ୱାରା ବିନିର୍ମାଣ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ଶ୍ରେÂତ୍ୱ ହାସଲ କରିବାକୁ ସକ୍ଷମ ହୋଇପାରିଛି । ସମ୍ପ୍ରତି ପ୍ରକାଶିତ ହୋଇଥିବା ପ୍ରୋଜେକ୍ଟ ଟୁଡେ ମା୍ୟାଗାଜିନ୍ର ୭୨ତମ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି । ଭାରତରେ ନିବେଶ ସମ୍ପର୍କିତ ତଥ୍ୟକୁ ଏହା ପ୍ରତିପାଦିତ କରୁଛି । ରିପୋର୍ଟରେ ଓଡ଼ିଶ ଶ୍ରେÂ ସ୍ଥାନରେ ରହି ୧୨ ପ୍ରତିଶତ ନୂତନ ପ୍ରୋଜେକ୍ଟ ଜୁଲାଇ-ସେପ୍ଟେମ୍ବର ଦ୍ୱିତୀୟ ତ୍ରୟମାସରେ ହାସଲ କରିପାରିଛି । ରାଜ୍ୟର ବିଭିନ୍ନ ସେକ୍ଟରରେ ଏହି ଦ୍ୱିତୀୟ ତ୍ରୟମାସରେ ୩୫, ୮୬୧ କୋଟି ଟଙ୍କା ନିବେଶ ହୋଇପାରିଛି ।

ଏହି ସର୍ଭେ ଇନଭେଷ୍ଟଣ୍ଣ୍ିଆ ଏବଂ ବିଶ୍ୱବ୍ୟାଙ୍କର ମିଳିତ ସହଯୋରଗରେ ସମ୍ପାଦିତ ହୋଇଛି । ଏହି ରିପୋର୍ଟରେ ଓଡ଼ିଶାକୁ ନିବେଶ ବିକାଶ ଅନୁସାରେ ‘ଆସପାରିଙ୍ଗ ଲିଡର’ଭାବେ ଦର୍ଶାଯାଇଛି । ଏହା ପୂର୍ବରୁ ଆସୋଚାମ୍ ରିପୋର୍ଟରେ ଓଡ଼ିଶାକୁ ନିବେଶ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଦର୍ଶାଯାଇଥିଲା । ବିନିର୍ମାଣ କ୍ଷେତ୍ରରେ ଓଡ଼ିଶା ଭାରତର ଶ୍ରେÂ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିପାରିଛି ।

ଏହି ଅବସରରେ ମୁଖ୍ୟ ଶିଳ୍ପ ସଚିବ ସଞ୍ଜିବ୍ ଚୋପ୍ରା କହିଲେ, “ ନିବେଶ କ୍ଷେତ୍ରରେ ଓଡ଼ିଶାରର ଅଗ୍ରଗତି ଦେଖି ଆମେ ବେଶ୍ ଆନନ୍ଦିତ । ଗତ କିଛି ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିଛି । ଦେଶରେ ଶ୍ରେÂ ନିବେଶ ସ୍ଥଳ ଭାବେ ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ସହିତ ଘରୋଇ ନିବେଶକ ତଥା ବିଦେଶୀ ନିବେଶକ ମଧ୍ୟରେ ବୈଠକ ଅନୁÂିତ ହୋଇପାରିଛି । ଗତ ୧୦ ମାସ ମଧ୍ୟରେ ୪୦୦ତମ ନିବେଶକ ପ୍ରସ୍ତାବ ଆସିପାରିଛି । ଓଡ଼ିଶାକୁ ଦେଶର ପୂର୍ବକ୍ଷେତ୍ରର ଶେÂ ବିନିର୍ମାଣ ସ୍ଥଳ ଭାବେ ପ୍ରସ୍ତୁତ କରିବା ଆମର ପ୍ରମୁଖ ଲକ୍ଷ୍ୟ ।”

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ନିବେଶ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟରେ ୬ଟି ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରାଯାଇ ନୋଡାଲ୍ ଅଫିସରଙ୍କ ଦ୍ୱାରା ନିୟମିତ ତଦାରଖ କରାଯାଉଛି । ଏହା ସହିତ ରୋଡ୍ ଶୋ ମାଧ୍ୟମରେ ନିବେଶକଙ୍କୁ ଆକୃଷ୍ଟ କାର୍ଯ୍ୟ ଜାରି ରହିଛି । ରାଜ୍ୟସରକାର ଏହି କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀକୁ ପ୍ରାଥମିକତା ଦେଇ ନିବେଶକଙ୍କ ସଂଖ୍ୟା ବୃଦ୍ଧି କରାଇପାରିଛନ୍ତି ।
ରାଜ୍ୟ ସରକାରଙ୍କ ନିବେଶ ଉପଯୋଗୀ ଯୋଜନା ଏବଂ ବିଶ୍ୱସ୍ତରୀୟ ଭିତିଭୂମି ବିକାଶ ନୀତି ନିବେଶକଙ୍କଠାରୁ ସକାରାତ୍ମକ ମନୋଭାବ ହାସଲ କରିବାକୁ ସକ୍ଷମ ହୋଇଛି । ଫଳରେ ଆମେ ବିଭିନ୍ନ କ୍ଷେତ୍ରରେ ଏକ ଆଦର୍ଶ ବ୍ୟବସାୟିକ କ୍ଷେତ୍ର ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛୁ । ଆମେ ଗତ ୪ ବର୍ଷ ମଧ୍ୟରେ ୧୧୮ଟି ବୃହତ ପ୍ରୋଜେକ୍ଟରେ ସଫଳ ରହିଛୁ । ଏହା ଦ୍ୱାରା ୧,୨୮,୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ପ୍ରୋଜେକ୍ଟ ଅନୁମୋଦନ ସମୟ ସୀମା ଇତିମଧ୍ୟରେ ୨୦ ଦିନକୁ ହ୍ରାସ କରାଯାଇଛି ।
୨୦୧୬-୧୭ରେ ଓଡ଼ିଶାର ଜିଏସଡିପି ବୃଦ୍ଧି ହାର ୭.୯୪ ପ୍ରତିଶତ ଥିବାବେଳେ ଜାତୀୟସ୍ତରରେ ଏହା ୭.୧ ପ୍ରତିଶତ ରହିଛି ।

Share in top social networks!
Powered By Indic IME