ଏମ୍ସିଏଲ୍ ପକ୍ଷରୁ କିସ୍ ବିଶ୍ୱବିଦ୍ୟାଳୟଠାରେ ଅଖଣ୍ଡତା ପ୍ରତିଜ୍ଞା ସମାରୋହ ପାଳିତ ; ଭ୍ରଷ୍ଟାଚାର ବିରୋଧୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ମହାନଦୀ କୋଲଫିଲଡସ୍ ଲିମିଟେଡ୍ (ଏମ୍ସିଏଲ୍) ତରଫରୁ ଆଜି କିସ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଅଖଣ୍ଡତା ପ୍ରତିଜ୍ଞା ସମାରୋହ ସହିତ ଭ୍ରଷ୍ଟାଚାର ବିରୋଧୀ ସଚେତନତା କାର୍ଯ୍ୟକ୍ରମ ପାଳତ ହୋଇଯାଇଛି । ଏମ୍ସିଏଲ୍ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଶ୍ରୀଯୁକ୍ତ ମୁନାୱାର ଖୁର୍ସିଦ୍, ଆଇଆରପିଏଫ୍ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ. ଏହ କେ ଶତପଥୀ, ସଚିବ ଶ୍ରୀଯୁକ୍ତ ଆର୍ ଏନ୍ ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ରେଜିଷ୍ଟ୍ରାର୍ ଶ୍ରୀଯୁକ୍ତ ଜୁଲିୟସ୍ ଲାକ୍ରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ପି କେ ରାଉତ, ଶ୍ରୀଯୁକ୍ତ ସନ୍ଦୀପ ରାଜ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ, ସିଏମ୍ପିଡିଆଇ ଏବଂ ଶ୍ରୀଯୁକ୍ତ ରାଜେନ୍ଦ୍ର ଅଗ୍ରୱାଲ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବେ ମଂଚ ଅଳଙ୍କୃତ କରିଥିଲେ ।
ଏହି ଭବ୍ୟ ସମାରୋହର ପ୍ରାରମ୍ଭରେ ସମ୍ମାନୀତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ଭିତିକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କିସ୍ ବିଶ୍ୱବିଦ୍ୟାଳୟ ର ସଚିବ ଶ୍ରୀଯୁକ୍ତ ଆର୍ ଏନ୍ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳପତି ପ୍ରଫେସର ଡଃ. କେ ଶତପଥୀ ଓ ଏମ୍ସିଏଲ୍ ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଶ୍ରୀଯୁକ୍ତ ମୁନାୱାର ଖୁର୍ସିଦ୍, ଆଇଆରପିଏଫ୍ ସମବେତ ଜନତାଙ୍କ ସମ୍ମୁଖରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ଏମ୍ସିଏଲ୍ ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଶ୍ରୀଯୁକ୍ତ ମୁନାୱାର ଖୁର୍ସିଦ୍ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଏହି ଅଖଣ୍ଡତା ପ୍ରତିଜ୍ଞା ସମାରୋହ ଭ୍ରଷ୍ଟାଚାର ବିରୋଧୀ ସଚେତନତା ଅଭିଯାନକୁ ଦ୍ୱିଗୁଣିତ କରିବ କାରଣ ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଏହି ବାର୍ତ୍ତା ବାଣ୍ଟିବାରେ ସହାୟକ ହେବ । ଶ୍ରୀ ଖୁର୍ସିଦ୍ଙ୍କ ବିଶ୍ୱାସ ଯେ, ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ନାଗରିକ ହୋଇଥିବାରୁ ଜାତିର ଜନକଙ୍କ ଭ୍ରଷ୍ଟାଚାର ବିରୋଧୀ ଭାରତ ଗଠନ ନିମନ୍ତେ ଯେଉଁ ସ୍ୱପ୍ନ ଥିଲା ତାହା ନିଶ୍ଚୟ ସାକାର ହେବ ।
ବିଶ୍ୱସ୍ତରୀୟ ପ୍ରସିଦ୍ଧ ଖୋକୋ ଖେଳାଳୀ ମିସ୍ ମନ୍ଦାକିନୀ ମାଝୀ ପ୍ରାୟ ୫୦୦୦ ଛାତ୍ରଛାତ୍ରୀଙ୍କୁ ଅଖଣ୍ଡତା ପ୍ରତିଜ୍ଞା ସମାରୋହର ଶପଥ ପାଠ କରାଇଥିଲେ । ଏହାପରେ ଅଖଣ୍ଡତା ପ୍ରତିଜ୍ଞା ପ୍ରମାଣପତ୍ର ଏହି ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା ।
ଡଃ. ପି କେ ରାଉତ ଧନ୍ୟବାଦ ଜ୍ଞାପନ ଅବସରରେ ଏମସିଏଲ୍ ର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ବିଶ୍ୱାସ ଦେଇଥିଲେ ଯେ ଏହି ପ୍ରତିÂାନର ସମସ୍ତ ବିଦ୍ୟାର୍ଥୀ ଭ୍ରଷ୍ଟାଚାର ବିରୋଧୀ ଭାରତ ଗଠନରେ ମୂଖ୍ୟ ପୁରୋଧା ସାଜିବେ ।

Share in top social networks!
Powered By Indic IME