ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ


ଭୁବନେଶ୍ୱର: ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ପୁଲିସ ଜାଣତରେ ସବୁ ହେଉଥିଲେ ମଧ୍ୟ କାର୍ଯ୍ୟାନୁÂାନ ହେଉନାହିଁ । ତେବେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଦାବି କରିଛି ଭୁବନେଶ୍ୱର ସାମ୍ବାଦିକ ସଂଘ । ଏନେଇ ଉକ୍ରଳ ସାମ୍ବାଦିକ ସଂଘର ଆହାନ କ୍ରମେ ଜିଲ୍ଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଓ ଅବସରକାଳୀନ ପେନ୍ସନ୍ ଦେବା ବ୍ୟବସ୍ଥା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ଉପ ସଭାପତି ନୃସିଂହ ମହାପାତ୍ର, ଟୁଲୁ ପାତ୍ର, ଅଜିତ ଶତପଥି, ଅର୍ଜନୁ ସାହୁ ପ୍ରମୁଖ ଉପସ୍ଥିତଥିଲେ ।

Share in top social networks!
Powered By Indic IME