ଓଡ଼ିଶା ନିବେଶକ ସମ୍ମିଳନୀ ଚେନ୍ନାଇରେ ନିବେଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ହାସଲ କଲା

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନାଇରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ(ଏଫଆଇସିସିଆଇ) ସହଯୋଗରେ ଆଜି ଏକ ରୋଡ୍ ଶୋ’ ଆୟାଜିତ କରିଛି । ଏହା ବେଶ୍ ସଫଳ ରହିଛି । ଏହି ଅବସରରେ ମୁରୁଗପ୍ପା ଗ୍ରୁପ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମ.ଏମ୍.ମୁରୁଗପ୍ପାନ, ଟେଫ୍ ଅଧ୍ୟକ୍ଷା ସୁଶ୍ରୀ ମାଲିକା ଶ୍ରୀନିବାସନ୍, ସେରଟେକ୍ସ ପେଟ୍ରୋ କେମିକାଲ୍ସ ଏମଡି ଏସ୍.ଇଲାନାହିଙ୍କ ସହିତ ଗରୁତ୍ୱପୂର୍ଣ୍ଣ ନିବେଶ ଆଲୋଚନା କରାଯାଇଥିଲା । ଏହି ରୋଡ୍ ଶୋ’ରେ ତାମିଲନାଡୁର ୩୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଖାଦ୍ୟ ପ୍ରକିୟାକରଣ, ସମୁଦ୍ର ଜାତ ଖାଦ୍ୟପଦାର୍ଥ, ଧାତୁ କ୍ଷେତ୍ରର ସହଯୋଗୀ ଶିଳ୍ପ,ବୟନ ଶିଳ୍ପ, ଇଏସଡିଏମ୍ ମାନୁ୍ୟଫାକଚରିଂ, କେମିକାଲସ୍, ପ୍ଳାଷ୍ଟିକ୍ ଏବଂ ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ କମ୍ପାନୀ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ନିବେଶକ ସମ୍ମିଳନୀରେ ଚେତିନାଦ୍ ଗ୍ରୁପ୍ର ପରିଚାଳନା ନିଦେ୍ର୍ଧଶକ ମାମର ମୁଥିହା, ରାମକୋ ଗ୍ରୁପ୍ର ଅଧ୍ୟକ୍ଷ ପି.ଆର୍. ଭେଙ୍କଟରାମା ରାଜା, ଶ୍ରୀରାମ ଗ୍ରୁପ୍ର ଅଧ୍ୟକ୍ଷ ଆର୍.ଥ୍ୟାଗ୍ରାଜନ୍ ପ୍ରମୁଖ ସେମାନଙ୍କର ସକାରାତ୍ମକ ମତ ପୋଷଣ କରିଥିଲେ ।

ଏହି ନିବେଶକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ ମୁଁ ଆପଣମାନଙ୍କୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଉଛି । ଏହି ଦ୍ୱିବାର୍ଷିକ ଗ୍ଲୋବାଲ ନିବେଶକ ସମ୍ମିଳନୀର ପ୍ରଥମ ସଂସ୍କରଣରେ ନିବେଶକ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୬୫% ପ୍ରକଳ୍ପ ଅନୁମୋଦନ ପ୍ରକିୟାର ପ୍ରଥମସ୍ତରରେ ରହିଛି ।

ଆମର ପ୍ରାକୃତିକ ସମ୍ପଦ ହିଁ ଆମର ପ୍ରକୃତ ଶକ୍ତି । ମୋ ସରକାରଙ୍କ ୧୮ ବର୍ଷ ଶାସନ କାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ବିକାଶରେ ମୂଲ୍ୟଯୁକ୍ତ ଉପôାଦକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ୱାରା ଧାତୁ କ୍ଷେତ୍ରର ବିକାଶ ସମ୍ଭବ ହୋଇ ପାରିଛି । ଓଡ଼ିଶା ଆଲୁମିନିୟମ୍ ଏବଂ ଇସ୍ପାତ ଶିଳ୍ପରେ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ଇତି ମଧ୍ୟରେ ଆମର ଉପôାଦନ କ୍ଷମତା ଦଶଗୁଣା ବୃଦ୍ଧି ପାଇ ୧୯୦ ନିୟୁତ ମେଟ୍ରିକ୍ ଟନ୍ରେ ପହଚିଂଛି । ସେହିପରି ଶକ୍ତି ସଂଚରଣ ତିନିଗୁଣା ବଢ଼ିଥିବାବେଳେ ପରିବହନ ବ୍ୟବସ୍ଥାରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ମାସ ମଧ୍ୟରେ ୪୦୦ତମ ଗୋ-ସ୍ୱିଫ୍ଟ(ଓଡ଼ିଶା ସରକାର-ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ନିବେଶକ ଫାସିଲିଟେସନ୍ ଏବଂ ଟ୍ରାକିଂ) ପ୍ରସ୍ତାବ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଅନ୍ତର୍ଗତ ଯାଜପୁରର କଳିଙ୍ଗନଗରଠାରେ ଟାଟା ଷ୍ଟିଲ୍ ପ୍ରୋସେସିଂ ଏବଂ ବିତରଣ ଲିମିଟେଡ୍ ପକ୍ଷରୁ ବାର୍ଷିକ ୧,୮୦,୦୦୦ୟୁନିଟ୍ କ୍ଷମତା ବିଶିଷ୍ଟ ଷ୍ଟିଲ ଡୋର୍ ଏବଂ ୱିଣ୍ଡୋ ସ୍ଥାପନ କରାଯିବ । ଏଥିରେ ୯୨ କୋଟି ଟଙ୍କା ନିବେଶ ହେବ । ଏଥିରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ଅର୍ନ୍ତଗତ ୩୬ ଘଂଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍ର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାର୍ଥୀଙ୍କୁ ଆହ୍ୱାନ କରାଯାଇଛି । ଶର୍ଟଲିଷ୍ଟ ଚିନ୍ତାଧାରାକୁ ପାଇଲଟ୍ ପ୍ରକଳ୍ପରେ ସ୍ଥାନୀତ କରାଯିବାର ଯୋଜନା ସହିତ ସୁଚିନ୍ତିତ ଚିନ୍ତାଧାରାକୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ।

ଏହି ଅବସରରେ ଯୋଜନାବଦ୍ଧ ଭାବେ ଓଡ଼ିଶାରେ ନିବେଶ କରିବା ସମ୍ପର୍କରେ ନିବେଶକଙ୍କ ସହିତ ଆଳୋଚନା କରାଯାଇଥିଲା । େଓଡ଼ିଶାରେ ସେମାନଙ୍କର ବ୍ୟବସାୟ, ଇନସେଟିଭ୍, ସେକ୍ଟର ଉପଯୋଗୀ କ୍ଲଷ୍ଟର ସମେତ ଶିଳ୍ପ ବିକାଶ ପାଇଁ ଉପଲବ୍ଧ ୧,୨୦,୦୦୦ଏକର ଜମି ସମ୍ପର୍କରେ ଆଲୋଚନା ହୋଇଥିଲା । କଳିଙ୍ଗନଗରଠାରେ ନ୍ୟାସନାଲ୍ ନିବେଶ ମାନୁ୍ୟଫାକଚରି ଜୋନ ୍(ଏନଆଇଏମଜେଡ୍) ଅନ୍ତର୍ଗତ ଶିଳ୍ପ ଭିତିଭୂମି ବିକାଶ, ଖୋର୍ଦ୍ଧ ଏବଂ ଛତାବର ଠାରେ ଖାଦ୍ୟପ୍ରକିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ବୟନ ପାର୍କ, ଅନୁଗୁଳ ଏବଂ ଝାରସୁଗୁଡ଼ାଠାରେ ଆଲୁମିନିୟମ୍ ପାର୍କ ତଥା ପାରାଦ୍ୱୀପରେ ପ୍ଲାଷ୍ଟିକ୍ ପାର୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଆସୋଚାମ୍ ଓଡ଼ିଶାକୁ ନିବେଶକ ମଧ୍ୟରେ ଦେଶର ୩ଟି ରାଜ୍ୟ ମଧ୍ୟରେ ନମ୍ବର -୧ ରାଜ୍ୟ ଭାବେ ସ୍ଥାନୀତ କରିଛି । ଓଡ଼ିଶାର ଜିଡ଼ିପି ବୃଦ୍ଧି ହାର ୨୦୧୬-୧୭ରେ ୭.୯୪ ପ୍ରତିଶତ ଥିବାବେଳେ ଦେଶର ଜିଡିପି ହାର ୭.୧ ପ୍ରତିଶତ ଥିଲା ।

Share in top social networks!
Powered By Indic IME