ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ

ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ତାଙ୍କ ରଚିତ “ମିଶ୍ର ଧ୍ରୁପଦ’ ନିମନ୍ତେ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାର ସ୍ୱରୂପ ଶ୍ରୀ ଶତୃଘ୍ନ ପାଣ୍ଡବଙ୍କୁ ପାଞ୍ଝଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।
ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା
ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଉମେଶ ଚନ୍ଦ୍ର କର ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ରୀ ବିନୋଦ ମହାରଣାଙ୍କୁ ମନୋନୀତ କରାଯାଇଛି । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଆସନ୍ତା ୨୬.୧୦.୨୦୧୮ ତାରିଖ ଦିନ ସ୍ଥାନୀୟ ମେ ଫୟାର୍ ଲାଗୁନ୍ ହୋଟେଲ୍ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ “ଶାରଳା ପୁରସ୍କାର’ ସହ ଉପାୟନ ପ୍ରଦାନ କରାଯିବ । ଏହି
ଉତ୍ସବରେ ବିଶିଷ୍ଟ ହିନ୍ଦୀ ଲେଖକ ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥି ଭାରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିÂିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆ ନ୍ମେଟାଲସ୍ ଆଣ୍ଡ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉକôର୍ଷ ନିମନ୍ତେ ପ୍ରୋସôାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

Share in top social networks!
Powered By Indic IME