ଜଟଣୀ ବ୍ଲକ: ୩ ହଜାର ପରିବାରରେ ଶୌଚାଳୟ ନାହିଁ

ଭୁବନେଶ୍ୱର:ଦେଶକୁ ସ୍ୱଚ୍ଛ କରିବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ମିଶନ । ଏହାସହ ତାଳଦେଇ ରାଜ୍ୟ ସରକାର ମଧ୍ୟ ସ୍ୱଚ୍ଛ ଅଭିଯାନ ଚଳାଇଛନ୍ତି । ଏଥିପାଇଁ ରୀତିମତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ମାତ୍ର ବାସ୍ତବ ଚିତ୍ର କିନ୍ତୁ ଅଲଗା । ରାଜଧାନୀ ସହର ତଳି ଜଟଣୀ ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ ଭାବେ ଘୋଷଣା କରିବାକୁ ଜିଲା ପ୍ରଶାସନ ଉଦ୍ୟମ କରୁଥିବା ଜଟଣୀ ବ୍ଲକରେ ୩ ହଜାର ପରିବାରରେ ଶୌଚାଳୟ ନାହିଁ । ଶନିବାର ଜଟଣୀ ବ୍ଲକ ଶୌଚାଳୟ ନିର୍ମାଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ବୈଠକରେ ଆଲୋଚନା କାଳରେ ସରକାରୀ ଅଧିକାରୀଙ୍କ ଅବହେଳା, ହିତାଧିକାରୀଙ୍କୁ ସଠିକ୍‍ ସମୟରେ ପ୍ରାପ୍ୟ ନ ମିଳିବା ନେଇ ଅଭିଯୋଗ ହୋଇଥିଲା । ଅପରପକ୍ଷରେ ୭୦୦ଟି ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ନଥିବା ଏନଜିଓ ଅଭିଯୋଗ କରିଥିଲା । ଅଭିଯୋଗର ଶୁଣାଣି କରିବା ସହ ବିଡିଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶୌଚାଳୟ ନଥିବା ଲୋକଙ୍କ ଘରେ ତୁରନ୍ତ ଶୌଚାଳୟ ନିର୍ମାଣ କରିବା ସହ ନିର୍ମାଣ କରି ସାରିଥିବା ହିତାଧିକାରୀଙ୍କୁ ତୁରନ୍ତ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବାକୁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥିଲା । ନିୟମାନୁସାରେ ଶୌଚାଳୟ ନିର୍ମାଣ କରା ନଗଲେ ପ୍ରାପ୍ୟ ପ୍ରଦାନ କରାଯିବ ନାହିଁ ବୋଲି ବିଡ଼ିଓ ଶ୍ରୀ ମାହାରୀ କହିଥିଲେ । ଶୌଚାଳୟରେ ଦୁଇଟି ଟାଙ୍କି ବସାଇ ନଥିବାରୁ ୩୦୦ ହିତାଧିକାରୀ ପ୍ରାପ୍ୟ ପାଇ ନଥିବା ବିଡ଼ିଓ ସୂଚନା ଦେଇଥିଲେ । ଶୌଚାଳୟ ନିର୍ମାଣରେ ଅବହେଳା କରୁଥିବା ଜଳ ପରିମଳ ବିଭାଗର ୭ ନମ୍ବର ଜିଲା ପରିଷଦ ଜୋନର କନିÂ ଯନ୍ତ୍ରୀଙ୍କୁ ସେ ତାଗିଦ କରିଥିଲେ । ସମ୍ପୃକ୍ତ ପଞ୍ଚାୟତର କନିÂ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ନୋଡ଼ାଲ ଅଧିକାରୀ ଏବଂ ଜିଆରଏସ ହିତାଧିକାରୀଙ୍କ ଘରକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ଶୌଚାଳୟ ଫଟୋ ଆଣିବା ପରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିଲେ । ବୈଠକରେ ଏବିଡ଼ିଓ ଜୟସୂର୍ଯ୍ୟ ରଥ, ପ୍ରଗତି ସହାୟକ କେଳୁ ଚରଣ ସେଠୀ, ଜଳ ପରିମଳ ବିଭାଗର କନିÂ ଯନ୍ତ୍ରୀ ବାସୁଦେବ ଶତପଥୀ ଏବଂ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!
Powered By Indic IME