କିଟ୍‍ ଲ’ ସ୍କୁଲ ଶ୍ରେÂ ଅଭିନବ ଅନୁÂାନ ଭାବେ ପୁରସ୍କୃତ

ଭୁବନେଶ୍ୱର: କିଟ୍ ଲ’ ସ୍କୁଲ୍ ଦେଶର ଶ୍ରେÂ ଅଭିନବ ଅନୁÂାନ ଭାବେ ପୁରସ୍କୃତ ହୋଇଛି । ଆଇନ୍ ସ୍ନାତକଙ୍କୁ କୌଶଳ ପ୍ରଶିକ୍ଷଣରେ ନବୋନ୍ମେଷ ଏବଂ ନେତୃତ୍ୱ ମାନ୍ୟତା ପାଇଁ କିଟ୍ ଲ’ ସ୍କୁଲ୍କୁ ‘ଲିଗାଲ୍ ଏଜୁକେସନ୍ ଇନୋଭେସନ୍ ଆୱାର୍ଡ’ ୨୦୧୮ ପ୍ରଦାନ କରାଯାଇଛି । ସୋସାଇଟି ଅଫ୍ ଇଣ୍ଡିଆନ୍ ଲ’ ଫାର୍ମସ ଏବଂ ମେନନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲିଗାଲ୍ ଆଡଭୋକେସୀ ଟ୍ରେନିଂର ମିଳିତ ଆନୁକୂଲ୍ୟରେ ଶନିବାର ଆୟୋଜିତ ଆଇନ୍ ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କିଟ୍ ଲ’ ସ୍କୁଲ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏଭଳି ପୁରସ୍କାର ପାଇବାରେ କିଟ୍ ପ୍ରଥମ ଘରୋଇ ଲ’ ସ୍କୁଲ୍ ବୋଲି କୁହାଯାଉଛି । କିଟ୍ ଲ’ ସ୍କୁଲ୍ ତରଫରୁ ନିର୍ଦେଶକ ପ୍ରଫେସର ଏନ୍.କେ. ଚକ୍ରବର୍ତ୍ତୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ କିଟ୍ ଲ’ ସ୍କୁଲ୍ ପାଠ୍ୟକ୍ରମର ପ୍ରାୟ ଏକ ତୃତୀୟାଂଶ କୌଶଳ ବିକାଶଭିତ୍ତିକ ହୋଇଥିବାରୁ ଏହାର ଛାତ୍ରଛାତ୍ରୀମାନେ ଆଇନ୍ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିପାରୁଛନ୍ତି । ଏହାବ୍ୟତୀତ କିଟ୍ ଲ’ସ୍କୁଲ୍ ପାଠ୍ୟକ୍ରମରେ ପରିବାର ଆଇନ୍ରେ ଆଇନ୍ର ଅନ୍ତରାଷ୍ଟ୍ରୀୟକରଣକୁ ମଧ୍ୟ ସାମିଲ କରାଯାଇଛି । ପୂର୍ବରୁ ୨୦୧୩ ଓ ୨୦୧୭ରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ବିଭିନ୍ନ ନ୍ୟାସ୍ନାଲ୍ ମୁଟ୍ କୋର୍ଟ ପ୍ରତିଯୋଗିତାରେ ଶ୍ରେÂ ପୁରସ୍କାର ପାଇ କିଟ୍ ଲ’ ସ୍କୁଲ୍ ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ପ୍ରତିପାଦିତ କରିପାରିଛନ୍ତି । ନିଜ ଶୁଭେଚ୍ଛା ବାର୍ତ୍ତାରେ ପ୍ରତିÂାତା ଅଚୁ୍ୟତ ସାମନ୍ତ କହିଛନ୍ତି କିଟ୍ ଲ’ ସ୍କୁଲ୍ର ଅଧ୍ୟାପକ, ଅଧ୍ୟାପିକା, ନିର୍ଦେଶକ ଓ ଛାତ୍ରଛାତ୍ରୀଙ୍କ ନିÂା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

Share in top social networks!
Powered By Indic IME