ମେକ୍ ଇନ୍ ଓଡ଼ିିଶା କନ୍କ୍ଲେଭ୍ ୨୦୧୮: ପୁଞ୍ଜିନିବେଶ ସ୍ଥଳୀ ଭାବେ ଓଡ଼ିଶାର ଶକ୍ତିକୁ ପ୍ରଦର୍ଶନ କରୁଥିବା ଭିଡିଓକୁ ମିଳିଛି ସକାରାତ୍ମକ ପ୍ରତିକ୍ରିୟା

ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଥିମ୍ ଆଧାରରେ ଅଗଷ୍ଟ ୮ରେ ମୁମ୍ବାଇଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓଡ଼ିଶା, ଦି ଅଲ୍ଟିମେଟ୍ ଇନ୍ଭେଷ୍ଟମେଂଟ୍ ଡେଷ୍ଟିନେସନ୍’ ନାମକ ଏକ ଭିଡିଓକୁ ସୋସିଆଲ୍ ମିଡିଆରେ ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶା ଶିଳ୍ପାଂଚଳ ପ୍ରୋତ୍ସାହନ ଓ ପୁଞ୍ଜିନିବେଶ ନିଗମ (ଇପିକଲ୍) ଦ୍ୱାରା କନ୍ସେପ୍ଚୁଆଲାଇଜ୍ ଓ ତିଆରି କରାଯାଇଥିବା ଏହି ଭିଡିଓକୁ ଉଭୟ ରାଜ୍ୟ ଭିତରର ଏବଂ ରାଜ୍ୟ ବାହାରର ଦର୍ଶକଙ୍କ ନିକଟରୁ ପ୍ରଶଂସା ମିଳିଛି ।
ଏ ସମ୍ପର୍କରେ ମତ ପ୍ରକାଶ କରି ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର କହିଲେ, “ଓଡ଼ିଶାକୁ ଏକ ପସନ୍ଦର ମାନୁଫାକ୍ଚରିଂ ପୁଞ୍ଜିନିବେଶ ସ୍ଥଳୀ ଭାବେ ଦର୍ଶାଇବା ପାଇଁ ଓଡ଼ିଶାର ଶକ୍ତିକୁ ପ୍ରଦର୍ଶନ କରାଇବା ଏହି ଭିଡିଓ ତିଆରି ପଛର ମୂଳ ଉଦେ୍ଧଶ୍ୟ ଥିଲା । ଆଇ ଆମ୍ ଓଡ଼ିଶା କ୍ୟାମ୍ପେନ୍ ଉପରେ ନିର୍ମିତ ଏହି ଭିଡିଓରେ ଗତ ୨ ଦଶନ୍ଧି ମଧ୍ୟରେ ରାଜ୍ୟର ସଫଳ ଆର୍ଥିକ ବିକାଶକୁ ଦର୍ଶାଯାଇଛି । ଦର୍ଶକଙ୍କ ଦ୍ୱାରା ଏହି ଭିଡିଓକୁ ପର୍ଯ୍ୟାପ୍ତ ପ୍ରଶଂସା ମିଳୁଥିବାରୁ ମୁଁ ବେଶ୍ ଆନନ୍ଦିତ ।”
୬ ମିନିଟ୍ରୁ ସାମାନ୍ୟ ଅଧିକ ଅବଧି ବିଶିଷ୍ଟ ଏହି ଭିଡିଓରେ ଓଡ଼ିଶାରେ ପୁଞ୍ଜିନିବେଶ ଦ୍ୱାରା ମିଳିବାକୁ ଥିବା ନିମ୍ନଲିଖିତ ରଣନୀତିକ ଫାଇଦା ସମ୍ପର୍କେରେ ଦର୍ଶାଯାଇଛି
ଆଇ ଆମ୍ ଭ୍ୟାଂଟେଜ୍: ଏଥିରେ ରାଜ୍ୟର ସୁବିଧାଜନକ ଅବସ୍ଥିତିକୁ ଦର୍ଶାଯାଇଛି । ଏଠାରୁ ୧ ନିୟୁତରୁ ଅଧିକ ଜନସଂଖ୍ୟା ବିଶିÂ ବିଶ୍ୱର ୧୦୦ ସହର (ଯାହାକି ବିଶ୍ୱର ମୋଟ୍ ଅର୍ଥନିତୀ ୫୦% ଅଂଶୀଦାର)କୁ ବିମାନ ଜରିଆରେ ୬ ଘଂଟା ମଧ୍ୟରେ ପହଂଚି ହେବ, ତାହାକୁ ଦର୍ଶାଯାଇଛି ।
ଆଇ ଆମ୍ ବ୍ଲେସ୍ଡ୍: ଓଡ଼ିଶା ଭାରତର ଏକ ଖଣିଜ ସମ୍ପଦ ଭରପୂର ରାଜ୍ୟ, ଏଠାରେ ଭାରତର ମୋଟ୍ କ୍ରୋମ୍ର ୯୬% ଏବଂ ୯୨% ନିକେଲ୍ ରହିଛି । ଏହାବ୍ୟତୀତ ରାଜ୍ୟ ଭାରତର ସର୍ବବୃହତ ଇସ୍ପାତ, ଷ୍ଟେନ୍ଲେସ୍ ଷ୍ଟିଲ୍ ଏବଂ ଆଲୁମିନିୟମ୍ ଉପôାଦକ ।
ଆଇ ଆମ୍ ଇକ୍ୱେଟେବଲ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୮ ବର୍ଷ ହେଲା ଓଡ଼ିଶାର ସକ୍ଷମ ଏବଂ ସ୍ଥିର ସରକାର ନିବେଶକମାନଙ୍କୁ ଲଗାତର ଏବଂ ସ୍ଥିର ଭାବେ ନୀତି କାର୍ଯ୍ୟକାରୀ ଏବଂ ସୁବିଧା ପ୍ରଦାନ କରୁଛି ।
ଆଇ ଆମ୍ ଫୋକସ୍ଡ: ରାଜ୍ୟ ସରକାରଙ୍କ ଭିଜନ୍ ୨୦୨୫ ଜରିଆରେ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ, ଆନ୍ସିଲାରୀ ଆଣ୍ଡ ଡାଉନ୍ଷ୍ଟ୍ରିମ୍, ଫୁଡ୍ ପ୍ରୋସେସିଂ, ଇଲେକ୍ଟେ୍ରାନିକ୍ସ ମାନୁଫାକ୍ଚରିଂ ଏବଂ ବୟନ ଓ ପୋଷାକ, ପର୍ଯ୍ୟଟନ ଭଳି ୬ଟି ପ୍ରମୁଖ କ୍ଷେତ୍ରରେ ୨.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜିନିବେଶ ଜରିଆରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଆଇ ଆମ୍ ରେଡ୍ଡି: ଓଡ଼ିଶାରେ ଅନେକଗୁଡ଼ିଏ ଶିଳ୍ପାଂଚଳ, ଶିଳ୍ପ ପାର୍କ ଏବଂ କ୍ଷେତ୍ରଭିତିକ କ୍ଲଷ୍ଟର ରହିଛି । ରାଜ୍ୟରେ ୧୦୬ଟି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ରହିଛି ଏବଂ ୧,୨୫,୦୦୦ ଏକରର ଜିଆଇଏସ୍ଭିତିକ ଜମି ବ୍ୟାଙ୍କ ଅଛି । ଏହାବାଦ୍ ଇଷ୍ଟ କୋଷ୍ଟ ଇକୋନୋମିକ୍ କରିଡର୍ ରାଜ୍ୟ ଦେଇ ଗତି କରିବ ।
ଆଇ ଆମ୍ ସ୍ୱିଫ୍ଟ: ଗଭର୍ଣ୍ଣମେଂଟ୍ ଅଫ୍ ଓଡ଼ିଶା-ସିଙ୍ଗଲ୍ ୱିଣ୍ଡୋ ଫର୍ ଇନ୍ଭେଷ୍ଟର୍ ଫେସିଲିଟେସନ୍ ଆଣ୍ଡ ଟ୍ରାକିଂ (ଗୋ-ସ୍ୱିଫ୍ଟ) ଏକ ପୁଞ୍ଜିନିବେଶ ଲାଇଫ୍ ସାଇକେଲ୍ ଜରିଆରେ ଗଭର୍ଣ୍ଣମେଂଟ୍ ଟୁ ବିଜ୍ନେସ୍ (ଜିଟୁବି) ସୁବିଧା ଯୋଗାଉଛି । ୬ ମାସର ସ୍ୱଳ୍ପ ଅବଧି ମଧ୍ୟରେ ରାଜ୍ୟ ଏହା ଜରିଆରେ ୩୦୦ରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କରିଛି ।
ଆଇ ଆମ୍ ନିମ୍ବଲ: ଓଡ଼ିଶା ଲଗାରତ ଭାବେ ଭାରତର ପ୍ରମୁଖ ତିନୋଟି ପୁଞ୍ଜିନିବେଶ ସ୍ଥଳୀ ମଧ୍ୟରେ ସ୍ଥାନିତ ହେଉଛି । ପୁଞ୍ଜିନିବେଶ କାର୍ଯ୍ୟକାରିତା ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିଛି ।
ଆଇ ଆମ୍ ସ୍କିଲ୍ଡ: ନିକଟରେ ରାଜ୍ୟ ସରକାର ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୧୮ ଆୟୋଜନ କରିଥିଲେ । ୨୦୧୯ ସୁଦ୍ଧା ୬,୭୦,୦୦୦ ଯୁବକ ଯୁବତୀଙ୍କୁ କୁଶଳୀ କରିବା ଉଦେ୍ଧଶ୍ୟରେ ସ୍କିଲ୍ଡ ଇନ୍ ଓଡ଼ିଶା ଦେଶର ଦକ୍ଷତା ବିକାଶ ଅଭିଯାନରେ ଆଗୁଆ ରହିଛି । ଭୁବନେଶ୍ୱର ପୂର୍ବ ଭାରତର ପ୍ରମୁଖ ନଲେଜ୍ ହବ୍ ଭାବେ ଉଭା ହେବାରେ ଲାଗିଛି । ଆଇଆଇଟି, ଆଇଆଇଆଇଟି, ଏନ୍ଆଇଟି, ଆଇଆଇଏମ୍, ଏମ୍ସ, ଆଇସର୍, ନାଇଜର୍ ଭଳି ୭ଟି ଜାତୀୟ ସ୍ତରର ସମ୍ମାନଜନକ ଅନୁÂାନ ଥିବା ଦେଶର ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା ।
ଆଇ ଆମ୍ କମ୍ପିଟିଟିଭ୍: ଶିଳ୍ପାଂଚଳ ବିଜୁଳି ଦେୟ, ଶ୍ରମ ହାର, ଜମି ଦର ଏବଂ ଜୀବନ ଜାପନ ନିମନ୍ତେ ଓଡ଼ିଶା ହେଉଛି ଦେଶର ସବୁଠାରୁ ପ୍ରତିଯୋଗିତାମୂଳକ ରାଜ୍ୟ ।
ଆଇ ଆମ୍ ହସ୍ପିଟେବଲ୍: ବିଶ୍ୱର ୨୦ ଶ୍ରେ୍ରÂ ପ୍ରଦର୍ଶନକାରୀ ସ୍ମାର୍ଟ ସିଟି ମଧ୍ୟରେ ର୍ୟାଙ୍କ ପାଇ ଭୁବନେଶ୍ୱର ନିକଟରେ ପିଏର୍ ଏଲ୍’ଏନ୍ଫାଂଟ୍ ଇଂଟରନ୍ୟାସନାଲ ପ୍ଲାନିଂ ଆୱାର୍ଡ ପାଇଛି । ଗତ ବର୍ଷ ଏସିଆନ୍ ଆଥ୍ଲେଟିକ୍ ମିଟ୍କୁ ସଫଳତାର ସହ ଆୟୋଜନ କରି ରାଜ୍ୟ ରାଜଧାନୀ ଏକ କ୍ରୀଡ଼ା ରାଜଧାନୀ ଭାବେ ଉଭା ହେଉଛି । ଆଗାମୀ ନଭେମ୍ବରରେ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି ।
ଆଇ ଆମ୍ ଜଗର୍ନନୌଟ୍: ଏହି ଭିଡିଓ ନିବେଶକଙ୍କୁ ଓଡ଼ିଶା ଆସିବା ସହ ଓଡ଼ିଶା ବିକାଶର ନିରବଚ୍ଛିନ୍ନ ସାଙ୍କେତିକ ଯାତ୍ରା ଜଗର୍ନୌଟ୍ରେ ଯୋଗ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମେସେଜ୍ ସହ ଶେଷ ହେଉଛି ।

Share in top social networks!
Powered By Indic IME