ସେପ୍ଟେମ୍ବର ୨, ୨୦୧୮ରୁ ସୁରତରେ ଆରମ୍ଭ ହେବାକୁ ଯାଉଥିବା ଦୁଇ ଦିନିଆ ‘ଓଡ଼ିଶା ପର୍ବ’କୁ ଗୁଜୁରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଉଦ୍ଘାଟନ କରିବେ

• ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ର୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି
• ସେପ୍ଟେମ୍ବରମାସ ୨ ଏବଂ ୩ ତାରିଖ ଦୁଇ ଦିନବ୍ୟାପୀ ସୁରତର ଅର୍ନ୍ତଜାତୀୟ ପ୍ରଦର୍ଶନୀ ଓ ସମ୍ମେଳନ କେନ୍ଦ୍ର, ସରସାନାଠାରେ ଅନୁÂିତ ହେବ ଓଡିଶା ପର୍ବ
• ଓଡିଶାର ଅତୁଲ୍ୟକଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଓଡିଆ ସମାଜର ଏକ ଅଦମ୍ୟ ପ୍ରୟାସ

ଓଡିଶାର ଗୈାରବମୟ ଲୋକକଳା, ସଂସ୍କୃତି, ପାରମ୍ପରିକ ଖାଦ୍ୟ ଏବଂ ନିଖୁଣ ହସ୍ତଶିଳ୍ପ ଓ ସୂକ୍ଷ୍ମ ହସ୍ତତନ୍ତ ବିଶ୍ୱ ଦରବାରରେ ପ୍ରଚାର, ପ୍ରସାର ଏବଂ ପ୍ରତିଫଳିତ କରିବା ନିମନ୍ତେ ନୂଆଦିଲ୍ଲୀ ସ୍ଥିତ ଅଗ୍ରଣୀ ଅଣ ଲାଭଦାୟକ ସଂସ୍ଥା ଓଡିଆ ସମାଜ ତରଫରୁ କ୍ରମାଗତ ଭାବରେ ଦୁଇ ବର୍ଷ ହେବ ସ୍ୱାଧୀନତାର ମୂକସାକ୍ଷୀ ତଥା ଦେଶର ରାଜଧାନୀ ଦିଲ୍ଲୀ ଦରବାରରେ ଓଡିଶାପର୍ବ ରୂପକ ସଂହତିଭିତିକ ପର୍ବ ଆୟୋଜନ କରାଯାଇଛି । ସାରା ଦେଶର ବିଭିନ୍ନ କୋଣ ଅନୁକୋଣରେ ବସବାସ କରୁଥିବା ଓଡିଆମାନଙ୍କୁ ଏକତାର ରଜ୍ଜୁରେ ବାନ୍ଧି ରଖିବାର ଏକ ଉକ୍ରୃଷ୍ଟ ମଂଚ ହେଉଛି ଓଡିଶା ପର୍ବ । ବିଗତ ଦିନର ସଫଳତାକୁ ପାଥେୟ କରି ଗୁଜୁରାଟର ହୀରକ ସହର ସୁରତରେ ବସବାସ କରୁଥିବା ଲକ୍ଷଲକ୍ଷ ଓଡିଆ ତଥା ଅଣଓଡିଆମାନଙ୍କ ମଧ୍ୟରେ ଜାତିର ମହକ ଭରିଦେବା ନିମନ୍ତେ ଓଡିଶା ସମାଜ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨ ଏବଂ ୩ତାରିଖ ଦୁଇ ଦିନ ବ୍ୟାପୀ ସୁରତର ଅର୍ନ୍ତଜାତୀୟ ପ୍ରଦର୍ଶନୀ ଓ ସମ୍ମେଳନ କେନ୍ଦ୍ର, ସରସାନାଠାରେ ଓଡିଶା ପର୍ବ ଅନୁÂିତ ହେବ ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସି ଆର ପାଟିଲ୍, ଅଧ୍ୟକ୍ଷ, ଅଭ୍ୟର୍ଥନା କମିଟି, ଓଡ଼ିଶା ପର୍ବସୁରତ ତଥା ମାନ୍ୟବର ସାଂସଦ, ନଭସାରୀଙ୍କ ସମେତ ଶ୍ରୀହର୍ଷ ସାଙ୍ଘଭି, ମାନ୍ୟବର ବିଧାୟକ, ମଜୁରା ଓ ଓଡିଆ ସମାଜର ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ପ୍ରଧାନ ପ୍ରମୁଖଉପସ୍ଥିତ ଥିଲେ । ଏହି ଅବସରରେ ଓଡିଆସମାଜର ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ ପ୍ରଧାନ କହିଥିଲେ ଯେ କ୍ରମାଗତଭାବେ ୨୦୧୭ ଓ ୨୦୧୮ ମସିହାରେ ନୂଆଦିଲ୍ଲୀଠାରେ ଆୟୋଜିତ ଓଡିଶା ପର୍ବର ସଫଳତାକୁ ପାଥେୟ କରି ଓଡିଶାର ଅନନ୍ୟ ଲୋକକଳା, ସଂସ୍କୃତିର ମହନୀୟତାକୁ ସୁରଟବାସୀଙ୍କ ମଧ୍ୟରେ ପ୍ରତିଫଳିତ କରିବାକୁ ଏହିବର୍ଷ ସୁରଟଠାରେ ଉଲ୍ଲାସର ପର୍ବ ଓଡିଶା ପର୍ବ ।
ମାନ୍ୟବର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଏହି ଦୁଇ ଦିନିଆ ଓଡ଼ିଶା ପର୍ବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପର୍ବରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ଶ୍ରୀ ସି ଆର୍ ପାଟିଲ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଥିଲେ ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସ୍ୱରୂପ ଏକ ଆଧ୍ୟାତ୍ମିକ ଭାବନାକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରବେଶ ପଥରେ ବିଶ୍ୱବିଖ୍ୟାତ ରଥଯାତ୍ରାରେ ବ୍ୟବହୃତ ରଥର ପ୍ରତିକୃତି ଏଠାରେ ଦେଖିବାକୁ ମିଳିବ । ଏହା ଓଡିଆଜାତିର ନିଖୁଣ କଳାକୃତିକୁ ପରିସ୍ଫୁଟିତ କରିବା ସହ ଏକ ସପ୍ତରଙ୍ଗୀ ପରିବେଶ ସୃଷ୍ଟିକରିବ ।
ଖାଦ୍ୟପ୍ରିୟ ବ୍ୟକ୍ତିମାନେ ଓଡିଆ ଘରର ମିଠା, ପିଠା, ବଡି, ପାମ୍ପଡ, ଆଚାର, ଘୁଘୁନି, ଦହିବରା, ଚାଟ୍, ଓଡିଆ ଥାଳି ପରି ସୁସ୍ୱାଦୁ ଖାଦ୍ୟର ମଜାନେବା ସହିତ ଓଡିଆ ରୋଷଘର ରାନ୍ଧଣାକୁ ମନେ ପକାଇବେ । ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସ୍ୱରୂପ ଏକ ଆଧ୍ୟାତ୍ମିକ ଭାବନାକୁ ପ୍ରସ୍ଫୁଟିତ କରିବା ପାଇଁ ପୁରୀ ପ୍ରସିଦ୍ଧ ଜଗନ୍ନାଥ ଭୋଗ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ ।
ଓଡିଶାର ପ୍ରସିଦ୍ଧ କଳାକୃତି, ମୂର୍ତିକାର ଏବଂ ବସ୍ତ୍ରାକାରମାନଙ୍କର ଏକ ବିଶ୍ୱପ୍ରସିଦ୍ଧ ଗନ୍ତାଘର । ପୁରସ୍କାରପ୍ରାପ୍ତ ସ୍ଥପତି ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଢୋକରା, ଚାନ୍ଦୁଆ, ପଥର ସ୍ଥପତି, ପଟ୍ଟଚିତ୍ର, କାଗଜମଣ୍ଡରୁ ପ୍ରସ୍ତୁତ ସାଜସଜା ଇତ୍ୟାଦିର ଜୀବନ୍ତ ପ୍ରସ୍ତୁତି ପ୍ରଣାଳୀ ସୁରତରେ ଥିବା ଓଡିଆ ଏବଂ ଅଣଓଡିଆମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ମନଲୋଭା ପରିବେଶ ସୃଷ୍ଟିକରିବ । କୋଟପାଡ଼, ବରପାଲ୍ଲୀ, ବରଗଡ, ବ୍ରହ୍ମପୁର, ନୂଆପାଟଣା, କଟକର ତନ୍ତ ବୁଣାଶାଢୀ ଏବଂ କପଡା ସହିତ ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓଡିଶାର ପାରମ୍ପରିକ ପରିପାଟୀକୁ ସମୃଦ୍ଧ କରିବା ସହ ଓଡିଶା ପର୍ବରେ ରେକର୍ଡସଂଖ୍ୟକ ବିକ୍ରି ନିମନ୍ତେ ଉପଲବ୍ଧ ହେବ । ଏତଦବ୍ୟତୀତ ସୁରତରେ ଆୟୋଜିତ ଏହି ଓଡିଶା ପର୍ବ ମାଧ୍ୟମରେ ଓଡିଆମାନଙ୍କର ବୀରତ୍ୱର ଗାଥା ସମଗ୍ର ଗୁଜୁରାଟବାସୀଙ୍କ ମନରେ ଭରିଦେବ ଏକ ଅକୁହନୀୟ ପୁଲ୍ଲକତା ।
ଓଡିଶାର ପାରମ୍ପରିକ ଲୋକକଳା, ଓଡିଶୀ, ଫ୍ୟୁଜନ, ସମକାଳୀନ ନୃତ୍ୟ ଓଡିଶା ପର୍ବରେ ଆୟୋଜିତ ନୃତ୍ୟ ଏବଂ ସଙ୍ଗୀତଭିତିକ କାର୍ଯ୍ୟକ୍ରମରେ ସୁରତକୁ ଉତ୍ଫୁଲ୍ଲିତ କରିବ । କ୍ରିଷ୍ନା ବେଉରା, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ ଏବଂ ଦ୍ୱାରା ପରିବେଷଣ ହେବାକୁ ଥିବା ଆଧୁନିକ ସଙ୍ଗୀତ ଏବଂ ଅନ୍ୟାନ୍ୟ କଳାକୃତି ଦୁଇଦିନ ବ୍ୟାପୀ ସାଂସ୍କୃତିକ ସନ୍ଧ୍ୟାକୁ ବେଶ ରଙ୍ଗାରଙ୍ଗ କରିବ । ମସ୍କୋ, କାନାଡା, ତୁର୍କୀ ପରି ବିକଶିତ ଦେଶରେ ଯୋଡିଶଙ୍ଖ ଏବଂ ରଣପା ନୃତ୍ୟ ମାଧ୍ୟମରେ ଓଡିଶାର ଗାଥାକୁ ବିଶ୍ୱ ଦରବାରରେ ଉତଥାପନ କରିଥିବା ଗଞ୍ଜାମ ଜିଲ୍ଲାର ଗଙ୍ଗେଶ୍ୱର ଯୁଗଳ ଶଙ୍ଖବାଦ୍ୟ ଅନୁÂାନ ତରଫରୁ ଚଳିତବର୍ଷ ସୁରତଠାରେ ଅନୁÂିତ ଓଡିଶା ପର୍ବରେ ଅନନ୍ୟ ଲୋକକଳା ପ୍ରଦର୍ଶିତ ହେବ ଯାହା କି ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବ । ପୁରାତନ ଶାସ୍ତ୍ରୀୟ ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ, ଗାହାଣଗାୟନ ଏବଂ ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ପରିଷଦ ପକ୍ଷରୁ ପ୍ରଦର୍ଶିତ ହେବାକୁ ଥିବା ମେଢ ନାଚ ସମଗ୍ର ହୀରକ ସହରକୁ ପ୍ରକମ୍ପିତ କରିବା ସହିତ ସମବେତ ଜନସାଧାରଣମାନଙ୍କ ମଧ୍ୟରେ ଭରିଦେବ ଏକ ଅପୂର୍ବ ପୁଲକ । ଦକ୍ଷିଣ ଓଡିଶାର ବୀରତ୍ୱର ପରାକାÂାକୁ ପରିଲକ୍ଷିତ କରିବେ ଅଗଣିତ ଜନତା ।
ରେଶମ ସହରରୁ ହୀରକ ସହର, ଓଡିଆମାନଙ୍କ ଯାତ୍ରାରେ ଭରି ରହିଛି ଅନେକ କିଛି ଅଭୁଲା ସ୍ମୃତି ଏବଂ ଗାଥା । ଗୁଜୁରାଟର ବ୍ୟବସାୟ ପ୍ରାଣକେନ୍ଦ୍ର ସୁରତସହରରେ ଗଢି ଉଠିଥିବା ଅନେକ ସୂତାକଳ ପ୍ରତି ଓଡିଆମାନଙ୍କର ଅବଦାନ ଅତୁଳନୀୟ । ଗୁଜୁରାଟର ଅର୍ଥନୈତିକ ମେରୁଦଣ୍ଡକୁ ଏକ ନୂତନ ଦିଶା ପ୍ରଦାନ କରିବାରେ ଗଞ୍ଜାମ ଜିଲ୍ଲାର ଲକ୍ଷଲକ୍ଷ ଓଡିଆମାନେ କରିଛନ୍ତି ଅଦମ୍ୟ ପ୍ରୟାସ । ଘର ପରିବାର ଠାରୁ ବେଶ କିଛି ମାଇଲ ଦୂରରେ ରହୁଥିବା ଏହି ଗଞ୍ଜାମବାସୀମାନଙ୍କ ପାଇଁ ନିଜ ଅଂଚଳର କଳା, ସଂସ୍କୃତି ଏବଂ ଖାଦ୍ୟର ମହକକୁ ଅତି ସନ୍ନିକଟରୁ ପରଖିବା ପାଇଁ ଏ ବର୍ଷ ଓଡିଆ ସମାଜ ସୁରତରେ ଆୟୋଜନ କରିବାକୁ ଯାଉଛି ଭବ୍ୟ ଉଲ୍ଲାସର ପର୍ବଓଡିଶା ପର୍ବ । ବ୍ରହ୍ମପୁର ସମେତ ଓଡିଶାର ବିଭିନ୍ନ ଜିଲାର ବିଶେଷ ଖାଦ୍ୟ ଭଣ୍ଡାର ତଥା କଳାନୈପୂଣ୍ୟ, ସଙ୍ଗୀତ ଆସର ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାୟିତ କରିବ ।

ଏହି ଉତ୍ସବ ସମସ୍ତଙ୍କ ନିମନ୍ତେ ୨ ଓ ୩ ସେପ୍ଟେମ୍ବର ୨୦୧୮ ତାରିଖ ଦୁଇଦିନ ବ୍ୟାପୀ ମଧ୍ୟାହ୍ନ ୧୨ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଏଥି ନିମନ୍ତେ ନିଃଶୁକ୍ଳ ପ୍ରବେଶ ରହିଛି ।

Share in top social networks!
Powered By Indic IME