ମହିଳାମାନେ ହେଉଛି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦
ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମଶାଳା ଅନୁÂିତ ହୋଇଯାଇଛି ।
ଏହି ସଭାରେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ୩୦ ଜିଲ୍ଲାରୁ ରାଜ୍ୟ
କାର୍ଯ୍ୟକର୍ତ୍ତା, ଜିଲ୍ଲା କାର୍ଯ୍ୟକର୍ତ୍ତା, ବ୍ଲକ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଯୋଗଦାନ କରି
କର୍ମଶାଳାର ଉଦେ୍ଧଶ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଉକ୍ତ କର୍ମଶାଳାରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ସଭାପତିତ୍ୱ
କରି ମହିଳାମାନଙ୍କୁ ଦଳର ସଂଗଠନ ଉପରେ ଆଲୋକପାତ କରିଥିଲେ ।
ଉକ୍ତ କର୍ମଶାଳାରେ ୬ଟି ପ୍ରସ୍ତାବ ପାରିତ କରାଯାଇଥିଲା । ପ୍ରସ୍ତାବଗୁଡିକ ହେଲା ଯଥା, ବିଜୁ ଜନତା ଦଳ ସରକାରଙ୍କ
ସଫଳତାର ବାର୍ତ୍ତା, ଅର୍ଥନୈତିକ ସ୍ୱାବଲମ୍ବନଶୀଳତା, କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କୁ ଅଗ୍ରାଧିକାର, ରାଜନୈତିକ
ସଶକ୍ତିକରଣ, ସାଂଗଠନିକ ଦୃଢ଼ୀକରଣ ଓ ମହାନଦୀ ବଞ୍ଚାଅ ଆନେ୍ଦାଳନ । ସର୍ବସମ୍ମତିକ୍ରମେ ସମସ୍ତ ପ୍ରସ୍ତାବଗୁଡିକ
କାର୍ଯ୍ୟକାରିଣୀ କର୍ମଶାଳାରେ ଗୃହୀତ କରାଯାଇଥିଲା ।
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ
ନବୀନ ପଟ୍ଟନାୟକ କହିଥିଲେ ଯେ ଆପଣମାନେ ହେଉଛନ୍ତି ଆମ ଦଳର ଗୋଟିଏ ଗୋଟିଏ ସ୍ତମ୍ଭ । ଓଡ଼ିଶାର ଘରେ ଘରେ
ଆପଣମାନେ ହିଁ ଆମ ଦଳର ଆଦର୍ଶ ଓ କାର୍ଯ୍ୟକ୍ରମକୁ ପହଞ୍ଚାଇ ଦଳକୁ ଶକ୍ତିଶାଳୀ କରିଛନ୍ତି ।
ମହିଳାମାନଙ୍କ କଲ୍ୟାଣ ଓ ବିକାଶ, ସବୁ କ୍ଷେତ୍ରରେ ଆମ ଦଳ ହିଁ ଆଗରେ ଅଛି । ମହିଳାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ
ସରକାର ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ମିଶନ ଶକ୍ତି ମା’ମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ବା ମମତା କାର୍ଯ୍ୟକ୍ରମ,
ଏସବୁ କାର୍ଯ୍ୟକ୍ରମ ମା’ମାନଙ୍କ ଭିତରେ ଏକ ନିରବ ବିପ୍ଳବ ଆଣିପାରିଛି ।
ଗତ ଅଗଷ୍ଟ ୧୫ରୁ ଆମ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପରିବାର
ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି । କିନ୍ତୁ ମହିଳାମାନଙ୍କ ପାଇଁ ଏହି ଯୋଜନାରେ ଆଉ ୨ଲକ୍ଷ ଟଙ୍କା ବୃଦ୍ଧି
କରାଯାଇଛି । ସେହିପରି ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ
କରିବେ ।

ମୋର ଅନୁରୋଧ, ଆପଣମାନେ ଏହିସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ । ସେହିପରି ଆଗାମୀ ସେପ୍ଟେମ୍ବର
୨୪ରୁ ୩୦ ମଧ୍ୟରେ ସବୁ ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ସମାବେଶ କରାଯିବ । ଅକ୍ଟୋବର ମାସରେ
ହେବାକୁ ଥିବା ଦଳର ଜନସଂପର୍କ ପଦଯାତ୍ରାରେ ଗୋଟିଏ ଦିନ କେବଳ ମହିଳାମାନଙ୍କୁ ନେଇ ଆୟୋଜନ କରାଯିବ ।
ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆପଣାମାନେ ଆପଣମାନଙ୍କ ସ୍ତରରେ କାମ ଜାରି ରଖନ୍ତୁ ବୋଲି
ଆଜି ବିଜୁ ଜନତା ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଓ ଦିନିକିଆ
କର୍ମଶାଳାର ଉଦ୍‍ଯାପନୀ ବୈଠକରେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗ ଦେଇ ବ୍ଲକ/ଜିଲ୍ଲା/ରାଜ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ କହିଥିଲେ ।
ଉକ୍ତ କର୍ମଶାଳାରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ
ଛୁରିଆ, ରାଜ୍ୟସଭା ସଦସ୍ୟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍‍, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଡା. ରାଜଶ୍ରୀ ମଲ୍ଲିକ,
ଶ୍ରୀମତୀ ନନ୍ଦିନୀ ଦେବୀ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଡ. ଅରୁଣ କୁମାର ସାହୁ, ଶ୍ରୀ ବେଦପ୍ରକାଶ
ଅଗ୍ରୱାଲ୍‍, ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବଳଭଦ୍ର ମାଝୀ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର
ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ସେମାନଙ୍କ ଉଦ୍‍ବୋଧନ ମାଧ୍ୟମରେ ଦଳର ସଂଗଠନକୁ ସୁଦୃଢ଼ କରି
ତୃଣମୂଳ ସ୍ତରରେ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ନୂତନ ଯୋଜନା ଓ କାର୍ଯ୍ୟକ୍ରମକୁ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ
କାର୍ଯ୍ୟକାରିଣୀ କର୍ମଶାଳାରେ ରାଜ୍ୟ ମହିଳା ବିଜେଡି ଉପ-ସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା, ଜିଲ୍ଲା ସଭାନେତ୍ରୀ,
ବ୍ଲକ ସଭାନେତ୍ରୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ମହିଳାମାନଙ୍କୁ ଦିଗ୍‍ଦର୍ଶନ ମାଧ୍ୟମରେ କହିଥିଲେ ଯେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ
ନବୀନ ପଟ୍ଟନାୟକ କାର୍ଯ୍ୟରେ ବିଶ୍ୱାସ କରନ୍ତି, କଥାରେ ନୁହେଁ । ସମସ୍ତ ମା’ଭଉଣୀ ଗାଁ ଗହଳିକୁ ଯାଇ ମା’ମାନଙ୍କ ସହିତ
କଥା ହେବେ ଏବଂ କାମ କରିବେ, ତା’ହେଲେ ନିଶ୍ଚୟ ନବୀନ ପଟ୍ଟନାୟକ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।
ଶେଷରେ ସ୍ଲୋଗାନ୍‍ ମାଧ୍ୟମରେ ଦଳର କାର୍ଯ୍ୟକ୍ରମକୁ ସୂଚାଇ ଦେଇଥିଲେ ।

Share in top social networks!
Powered By Indic IME