ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲ ସମ୍ମାନୀତ

ରାୟପୁର ଠାରେ ଅନÂିତ ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲକୁ ସିଏସଆର ପ୍ରୋଜେକ୍ଟ ଅଫ୍ ଦ ଡିକେଡ୍ ୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଛି । ଜେଏସପିଏଲ ରାୟଗଡର ମୂଖ୍ୟ ଶ୍ରୀ ପ୍ରଦିପ ଟଣ୍ଡନ୍ ଛତିଶଗଡର ଜଳସଂପଦ ଓ କୃଷି ମନ୍ତ୍ରୀ ଶ୍ରୀ ବ୍ରିଜମୋହନ ଅଗରୱାଲଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ, ଦୈନିକ ଜାଗରଣ ଗ୍ରୁପର ଉପଦେଷ୍ଟା ଶ୍ରୀ ସର୍ବ ମିତ୍ର ଶର୍ମା, ବାଲ୍କୋର ସିଇଓ ଶ୍ରୀ ବିକାଶ ଶର୍ମା, ଇଣ୍ଡିଆ ସିଏସଆରର ପରିଚାଳନା ସଂପାଦକ ଶ୍ରୀ ରୁସେନ୍ କୁମାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ଶ୍ରୀ ବ୍ରିଜମୋହନ ଅଗରୱାଲ ଜେଏସପିଏଲକୁ ଅଭିନନ୍ଦନ ଜଣାଇଥିଲେ ।
ଗତ ଏକ ଦଶନ୍ଧି ମଧ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଜେଏସପିଏଲକୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ।
ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ କହିଥିଲେ ଯେ, ସମାଜର ଦୁର୍ବଳଶ୍ରେଣୀର ଲୋକମାନଙ୍କ ବିକାଶ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ସର୍ବଦା କାର୍ଯ୍ୟ କରିଆସିଛି । ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଧିକ ପ୍ରେରଣା ଯୋଗାଇବ ବୋଲି ସେ କହିବା ସହିତ ଇଣ୍ଡିଆ ସିଏସଆର ନେଟୱର୍କ ଓ ଜୁରୀ ମେମ୍ବର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଗତ ୧୦ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ବିକାଶ, କୌଶଳ ବିକାଶ, କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଜେଏସପିଏଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଲୋକ ଲାଭାନ୍ୱୀତ ହୋଇଛନ୍ତି ।

Share in top social networks!
Powered By Indic IME