୨୯୦୧ କୋଟି ଟଙ୍କା ପୁଞ୍ଜିନିବେଶର ୧୫ ମାନୁଫାକ୍ଚରିଂ ୟୁ୍ନିଟ୍କୁ ବାସ୍ତବ ରୂପ ଦେଲା ଓଡ଼ିିଶା, ଯାହାକି ୩୦୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ

ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ତୃତୀୟ ଗ୍ରାଉଣ୍ଡ ବ୍ରେକିଂ ଉତ୍ସବର ପାଳନ କରିଛନ୍ତି । ଏଥିସହ ଓଡ଼ିଶାର ଶିଳ୍ପାୟନ ଲକ୍ଷ୍ୟ ଆଉ ଏକ ପ୍ରେରଣା ଗ୍ରହଣ କରିଛି । ଏହି ଗ୍ରାଉଣ୍ଡ ବ୍ରେକିଂ ଉତ୍ସବରେ ମୋଟ୍ ୨,୯୦୧.୨୦ କୋଟି ଟଙ୍କା ପୁଞ୍ଜିନିବେଶରେ ଓଡ଼ିଶାରେ ୨ଟି ୟୁନିଟ୍ର ଉଦ୍ଘାଟନ ସହ ୧୩ଟି ମାନୁଫାକ୍ଚରିଂ ୟୁନିଟ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି, ଯାହାକି ୩,୦୯୧ଟି କର୍ମନିଯୁକ୍ତି ସୃଷ୍ଟି କରିବ ।
ଏ ଉତ୍ସବରେ ଉଦ୍ବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ପୂର୍ବ ଭାରତର ମାନୁଫାକ୍ଚରିଂ ପେଣ୍ଠ ଭାବେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି କରୁଛି ଏବଂ ଆମ୍ଭେ ରାଜ୍ୟକୁ ଦକ୍ଷିଣ ଏସିଆର ମାନୁଫାକ୍ଚରିଂ ପେଣ୍ଠ ଭାବେ ବିକାଶ କରିବା ଦିଗରେ କାର୍ଯ୍ୟ କରୁଛୁ । ମୋ ସରକାର ବିକାଶମୂଳକ ନୀତି ତିଆରି କରିଛି ଏବଂ ଷ୍ଟେଟ୍-ଅଫ୍-ଦି-ଆର୍ଟ ଭିତିଭୂମି ବିକାଶ କରିଛି । ଏହାବ୍ୟତୀତ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ନିଜ ପ୍ରତିଶ୍ରୁତିକୁ ମୋ ସରକାର ପ୍ରଦର୍ଶନ କରିଛନ୍ତି, ଯାହାଫଳରେ ଆସିଥିବା ମୋଟ୍ ପୁଞ୍ଜିନିବେଶ ଆଗ୍ରହରୁ ପ୍ରାୟ ୬୫% ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରୀର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଆଜି ଗ୍ରାଉଣ୍ଡବ୍ରେକିଂ/ଉଦ୍ଘାଟନ ହୋଇଥିବା ୧୫ଟି ଶିଳ୍ପ ରାଜ୍ୟର ୩,୦୦୦ରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ । ଏହି ପ୍ରକଳ୍ପଗୁଡ଼ିକର ସଫଳ ଗ୍ରାଉଣ୍ଡିଂ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବିଭାଗକୁ ମୁଁ ଅଭିନନ୍ଦନ ଜଣାଉଛି ।”
ସୂଚନା ଥାଉକି, ୨୦୧୬ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ପରେ ପରେ ୨୦୧୭ ନଭେମ୍ବରରେ ପ୍ରଥମ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୧୧,୬୯୦ କୋଟି ଟଙ୍କା ପୁଞ୍ଜିନିବେଶରେ ୧୫ଟି ମାନୁଫାକ୍ଚରିଂ ୟୁନିଟ୍ର ଭୂମିପୂଜା ହୋଇଥିଲା, ଯାହାକି ୮,୧୮୭ କର୍ମନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି । ଚଳିତ ବର୍ଷ ମେ’ରେ ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୨,୬୭୫ କୋଟି ଟଙ୍କା ନିବେଶରେ ୭ଟି ମାନୁଫାକ୍ଚରିଂ ୟୁନିଟ୍ର ଉଦ୍ଘାଟନ ସହ ୧୨ଟି ୟୁନିଟ୍ର ଗ୍ରାଉଣ୍ଡବ୍ରେକିଂ ହୋଇଥିଲା । ପୁଞ୍ଜିନିବେଶ ପ୍ରୋତ୍ସାହନ କାରଣରୁ ତୃତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ସହ ବର୍ତମାନ ସୁଦ୍ଧା ସଡ଼ିଶାରେ ମୋଟ୍ ୪୯ଟି ମାନୁଫାକ୍ଚରିଂ ୟୁନିଟ୍ର ଉଦ୍ଘାଟନ କିମ୍ବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଉଦ୍ଘାଟନ/ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୟୁନିଟ୍ଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି । ସୂଚନା ଥାଉକି, ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଖଣିଜଭିତିକ ଶିଳ୍ପ ବାଦ୍ ବ୍ୟାପକ କ୍ଷେତ୍ରର ଶିଳ୍ପ ବିକାଶ ପ୍ରତି ରାଜ୍ୟର ଭିଜନ୍କୁ ପ୍ରଦର୍ଶନ କରୁଛି । ଏହି ପ୍ରକଳ୍ପଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ସିମେଂଟ୍, ମେଟାଲରେ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ଭଳି ବିବିଧ କ୍ଷେତ୍ରରେ ରହିଛି ।

Share in top social networks!
Powered By Indic IME