ରାଜ୍ୟର ସଫଳତାକୁ ପାଳନ କରିବ ଓଡ଼ିଶା ସରକାରଙ୍କ ଆଇ ଆମ୍ ଓଡ଼ିଶା କ୍ୟାମ୍ପେନ୍


ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଥିମ୍ ଆଧାରରେ ୨୦୧୮ ଅଗଷ୍ଟ ୮ରେ ମୁମ୍ବାଇରେ ଅନୁÂିତ ରୋଡ୍ ସୋ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆଇ ଆମ୍ ଓଡ଼ିଶା’ ନାମକ କ୍ୟାମ୍ପେନ୍ର ଶୁଭାରମ୍ଭ ହୋଇଛି । ଏକ ଅନୁକୂଳ ବ୍ୟବସାୟ ଇକୋସିଷ୍ଟମ୍ ସୃଷ୍ଟିରେ ଅବଦାନ ରଖିଥିବା କର୍ମବଳ ପ୍ରତି ଆଇ ଆମ୍ ଓଡ଼ିଶା ଏକ ସମ୍ମାନ । ଏହା ଔଦ୍ୟୋଗିକ, ଇନୋଭେସନ୍ର କାହାଣୀ କହିବ ଏବଂ ଲୋକମାନଙ୍କୁ ନିଜ ବ୍ୟବସାୟ ଯାତ୍ରାକୁ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିବ । ରାଜ୍ୟର ସଫଳତାରେ ଅବଦାନ ରଖିଥିବା ଲୋକ ଏବଂ ସେମାନଙ୍କ କାହାଣୀକୁ ଏହି ଅଭିଯାନ ପାଳନ କରିବ । ଏକ ପୁଞ୍ଜିନିବେଶ ପେଣ୍ଠ ତଥା ନିବେଶକଙ୍କ ପାଇଁ ଏକ ଅଜସ୍ର ବ୍ୟବସାୟ ସୁଯୋଗ ଭାବେ ଓଡ଼ିଶାର ଶକ୍ତି ପ୍ରଦର୍ଶନ ପାଇଁ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ସମ୍ମିଳନୀ, ମେକ୍ ଇନ୍ ଓଡ଼ିଶାରେ ଏକ ଗ୍ରାଣ୍ଡ ଫାଇନାଲ୍ରେ ‘ଆଇ ଆମ୍ ଓଡ଼ିଶା’ ଶେଷ ହେବ ।
ଲୋଗୋ ପାଇଁ ଏକ ଭିନ୍ନ ଭିଜୁଆଲ୍ ପରିଚୟ ସୃଷ୍ଟି ଉଦେ୍ଧଶ୍ୟରେ ଇନ୍ଭେଷ୍ଟ ଓଡ଼ିଶା ଲୋଗୋର ପୁରୁଣା ଉପାଦାନକୁ ବ୍ୟବହାର କରାଯାଇଛି । ଏହି ଉଦେ୍ଧଶ୍ୟରେ ଏକ ଉଦୟ ସୂର୍ଯ୍ୟକୁ ଉପସ୍ଥାପିତ କରୁଥିବା ଓଡ଼ିଶାର ପ୍ରଥମ ଇଂରାଜୀ ଲେଟର ‘ଓ’ ଏବଂ ଏହି ଅଂଚଳର ପୃଥକ୍ ଲାଲ୍ ମାଟିକୁ ଲୋଗୋ ତିଆରିରେ ବ୍ୟବହାର କରାଯାଇଛି, ଯାହାକି ଓଡ଼ିଶାର ସମସ୍ତ ଜିନିଷର ପ୍ରତିରୂପ ଭାବେ ପ୍ରତିପାଦିତ କରିବ । ଭିଜୁଆଲ୍ ପରିଚୟର କେନ୍ଦ୍ରରେ ‘ଓ’ ରହିଛି ଏବଂ ‘ଓ’ର ଉପାଦାନ ଏକ ଆବର୍ତୀ ବିଷୟବସ୍ତୁ ଭାବେ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଯୋଗାଯୋଗ ଭାବେ ବ୍ୟବହାର ହୋଇଛି । ପ୍ରଭୂ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଦ୍ୱାରା ପ୍ରେରିତ ହୋଇ ‘ଜଏନ୍ ଦି ଜଗର୍ନାଉଟ୍’ ଆହ୍ୱାନ ଦିଆଯାଇଥିଲା, ଯାହାକି ଏକ ନିରବଚ୍ଛିନ୍ନ ବଳର ପ୍ରତୀକ । ଏହି ଆହ୍ୱାନ ଜରିଆରେ ଓଡ଼ିଶାର ପ୍ରଗତିରେ ଯୋଗଦେବାକୁ ନିବେଶକ ଏବଂ ସର୍ବସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ।
ଆଇ ଆମ୍ ଓଡ଼ିଶା ଅଭିଯାନରେ ରାଜ୍ୟର ସାଧାରଣ ବିଷୟ ବ୍ୟତୀତ ବ୍ୟବସାୟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜ୍ୟ ଭିତର ଏବଂ ପ୍ରବାସୀ ଓଡ଼ିଆ ଯୁବ ଉଦ୍ୟୋଗୀ ଏବଂ ଚିନ୍ତନଶୀଳ ବ୍ୟକ୍ତିବିଶେଷ, ଏମ୍ଏସ୍ଏମ୍ଇ ଓ ଦକ୍ଷତା ବିକାଶର ସଫଳ କାହାଣୀ, ଶିଳ୍ପ ଭିତିଭୂମି, ବୃହତ୍ ଶିଳ୍ପକୁ ପ୍ରଦର୍ଶନ କରାଯିବ ।
ସାରା ବିଶ୍ୱରେ ଥିବା ଓଡ଼ିଆଙ୍କ ନିକଟରୁ ସେମାନଙ୍କ କାହାଣୀ ବା ସେମାନଙ୍କ ଚତୁଃପାଶ୍ୱର୍େରେ ଥିବା କାହାଣୀ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ବଛାବଛା ୫ ଜଣ ଏଂଟ୍ରିଙ୍କୁ ୨୦୧୮ ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସମ୍ମାନିତ କରାଯିବ । ଦାଖଲ ହେବାକୁ ଥିବା କାହାଣୀଗୁଡ଼ିକ ଲୋକମାନଙ୍କ ଜୀବନରେ ପ୍ରଭାବ ପକାଇବାକୁ ଥିବା ଔଦ୍ୟୋଗିକ ଏବଂ ଇନୋଭେସନ୍ ଆଧାରିତ ହେବା ଉଚିତ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଙ୍ଗଙ୍ଗଙ୍ଗ.ସବଜ୍ଞକ୍ଟୟସଗ୍ଦଷବ.ସଦ୍ଭଲକ୍ଟରେ ଲଗ୍ ଇନ୍ କରିବାକୁ ପଡ଼ିବ ଏବଂ କାହାଣୀ ସେୟାର କରିବାକୁ ୱେବ୍ସାଇଟ୍ରେ ଥିବା ଏକ ସରଳ ଫର୍ମକୁ ପୂରଣ କରିବାକୁ ପଡ଼ିବ । ଏହାବାଦ୍ ଜଣେ +୯୧ ୭୯୭୮୯୨୭୯୦୮ ନମ୍ବରରେ ହ୍ୱାଟ୍ସଆପ୍ ଜରିଆରେ ନିଜର କାହାଣୀ ସେୟାର କରିପାରିବେ ।
ଏ ସମ୍ପର୍କରେ ନିଜର ମତାମତ ରଖିି ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା ସରକାର କହିଲେ, “ଅତୀତରେ ରାଜ୍ୟର ସାାମର୍ଥ୍ୟ ତଥା ସଫଳତା ସମ୍ପର୍କରେ ରାଜ୍ୟ ବାହାରେ ବିଶେଷ ଜଣା ନ ଥିଲା । ଅଭିଯାନରେ ଓଡ଼ିଶାର ଗୌରବ ଏବଂ ସଫଳତାକୁ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ନିଜର କାହାଣୀ ଦାଖଲ କରିଥିବା ଲୋକମାନଙ୍କୁ ଆମ୍ଭେ ଧନ୍ୟବାଦ ଦେଉଛୁ ଏବଂ ଅନ୍ୟମାନଙ୍କୁ ସେମାନଙ୍କ ଔଦ୍ୟୋଗିକ ଏବଂ ସୃଜନଶୀଳ ଚିନ୍ତାଧାରା କାହାଣୀକୁ ଆମ ସହ ସେୟାର କରିବାକୁ ଅନୁରୋଧ କରୁଛୁ ।”

Share in top social networks!
Powered By Indic IME