ଓଡିଶା ଗ୍ରନ୍ଥାଗାର ଏକାଡେମୀର ୩ୟ ବାର୍ଷିକ ଉସôବ ତଥା ଗ୍ରନ୍ଥାଗାର ଦିବସ ପାଳିତ


ପଦ୍ମଶ୍ରୀ ଏସ୍. ଆର୍. ଋଙ୍ଗନାଥନଙ୍କ ସମ୍ପୂର୍ଣ୍ଣ ନାମ ସିୟାଲି ରାମମ୍ରୀତା ରଙ୍ଗନାଥନ (ଜନ୍ମ- ୯ ଅଗଷ୍ଟ, ୧୮୯୨ ସିୟାଲି, ମାଦ୍ରାସ – ଦେହତ୍ୟାଗ ୨୭ ସେପ୍ଟେମ୍ବର ୧୯୭୨ ବାଙ୍ଗାଲୋର, ମଶୋରେ)ଙ୍କର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ବିଶ୍ୱବ୍ୟାପୀ ଅବଦାନ ଅତୁଳନୀୟ । ଭାରତୀୟ ଗ୍ରନ୍ଥାଗାର, ଗ୍ରନ୍ଥାଗାର ବିଜ୍ଞାନ, ଗ୍ରନ୍ଥାଗାରିକ ସଂପ୍ରଦାୟ ପାଇଁ କରିଯାଇଥିବା ଉଲ୍ଲେଖଯୋଗ୍ୟ ଜୀବନବ୍ୟାପୀ ସାଧନ ହେତୁ ଆଜିର ଦିନକୁ ଗନ୍ଥାଗାରିକ ବୃତିରେ ଥିବା ବ୍ୟକ୍ତିବିଶେଷ ତଥା ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡ଼ିତ ବୁଦ୍ଧିଜୀବୀ ସମାଜ ଜାତୀୟ ଗନ୍ଥାଗାରିକ ଦିବସ ରୂପେ ପାଳନ କରିଆସୁଛନ୍ତି ।
ବୀର ସରେନ୍ଦ୍ର ସାଏ ନଗରସ୍ଥିତ ଭାରତ ସରକାରଙ୍କ ଅଧିନସ୍ଥ ତଥା ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଟେଲ ମ୍ୟାନେଜମେଂଟ ପ୍ରତିÂାନ, ଭୁବନେଶ୍ୱରରେ ଓଡିଶା ଗ୍ରନ୍ଥାଗାର ଏକାଡେମୀର ୩ୟ ବାର୍ଷିକ ଉସôବ ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ୧୨ ଅଗଷ୍ଟ, ୨୦୧୮ (ରବିବାର) ଦିନ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଓଡିଆ ଭାଷା ତଥା ସଂସ୍କୃତି ବିଭାଗ ର ପ୍ରମୁଖ ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ, ଆଇ.ଆର୍.ଏସ୍ ଯୋଗଦେଇ ଶିକ୍ଷା, ଶିକ୍ଷକ, ଶୈକ୍ଷିକ ବାତାବରଣରେ ଗ୍ରନ୍ଥାଗାର ତଥା ଗ୍ରନ୍ଥାଗାରିକ ମହତ୍ୱ, ଆଧୁନିକ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରନ୍ଥାଗାରିକ ଦିଗନ୍ତ ବିସ୍ତାରିତ ଭୂମିକା ସଂପର୍କରେ ନିଜ ମତ ରଖିଥିଲେ । ସମ୍ମାନୀତ ଅତିଥିଭାବେ ହୋଟେଲ ମ୍ୟାନେଜମେଂଟ ପ୍ରତିÂାନର ଅଧ୍ୟକ୍ଷା ଶ୍ରୀମତୀ ଶାରଦା ଘୋଷ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଗ୍ରନ୍ଥାଗାରିକଙ୍କ ବହୁମୂଖୀ କାର୍ଯ୍ୟପ୍ରଣାଳୀ, ଶୈକ୍ଷିକ ବାତାବରଣ ଓ ସାଂସ୍କୃତିକ ମୂଲ୍ୟବୋଧକୁ ନୂତନ ପିଢୀ ପାଖରେ ଅବଗତ କରାଇବା ଦିଗରେ ବାହକରୂପେ ବର୍ଣ୍ଣନା କରିଥିଲେ । ଓଡିଶା ଗ୍ରନ୍ଥାଗାର ଏକାଡେମୀର ସଭାପତି ଡକ୍ଟର ବାନାମ୍ବର ସାହୁ, ଗ୍ରନ୍ଥାଗାର ଓ ସୂଚନା ଅଧିକାରୀ (ଆଂଚଳିକ ଭେଷଜ ପ୍ରତିÂାନ, ଭୁବନେଶ୍ୱର) ସଭା ପରିଚାଳନା କରିଥିଲେ ଓ ପ୍ରତିÂାନର ସମ୍ପାଦକ ଡକ୍ଟର ବିଭୂତି ଭୂଷଣ ସାହୁ, ଉପମୁଖ୍ୟ ଗ୍ରନ୍ଥପାଳ ( ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ, ଭୁବନେଶ୍ୱର) ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ “ଓଡିଶା ପାଠାଗାର ଉନ୍ନତିକରଣ ଯୋଜନାର ରୂପରେଖ ଓ ଖସଡ଼ା ପ୍ରସ୍ତୁତି” ଶୀର୍ଷକ ଆଲୋଚନାଚକ୍ର ଅନୁÂିତ ହୋଇଥିଲା । ଏଥିରେ ଭାଗନେଇଥିବା ବକ୍ତା, ବୁଦ୍ଧିଜୀବୀ ବିଶେଷ ସାଂପ୍ରତିକ ଉନ୍ନତ ତଥା ପ୍ରଗତିଶୀଳ ସମାଜରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ସୁଦୂର ପ୍ରସାରୀ ଦିଗ ଉପରେ ଅଲୋକପାତ କରିଥିଲେ । ଆଇ.ଏଚ୍.ଏମ୍ ର ଲାଇବ୍ରେରିଆନ ତଥା ଆୟୋଜନ ସମ୍ପାଦକ ଅବିନାଶ ଦାଶ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME