ସଂପ୍ରସାରଣ ପରେ ନାଲ୍କୋ ଏମ୍ଏସ୍ଏମ୍ଇଗୁଡ଼ିକରୁ କ୍ରୟର ମାତ୍ରା ୪୦୦ କୋଟି ଟଙ୍କାରୁ ୧୨୦୦ କୋଟି ଟଙ୍କାକୁ ବୃଦ୍ଧି କରିବ : ଡଃ ଚାନ୍ଦ, ନାଲ୍କୋ ଅଧ୍ୟକ୍ଷ

ଓଡ଼ିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଆଉ ବଡ଼ ପ୍ରୋତ୍ସାହନ କ’ଣ ହୋଇପାରେ? ରାଜ୍ୟର ନବରତ୍ନ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଏମ୍ଏସ୍ଏମ୍ଇକୁ ସମର୍ଥନ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି ଓ ଏହାକୁ ବଢ଼ାଇବା ପାଇଁ ସବୁ ପ୍ରୟାସ କରୁଛି ବୋଲି ଏହାର ସିଏମ୍ଡି ତପନ କୁମାର ଚାନ୍ଦ କହିଛନ୍ତି । ବର୍ତ୍ତମାନ ଏହା ୪୦୦ କୋଟି ଟଙ୍କା ରୁ ୧୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଏମ୍ଏସ୍ଏମ୍ଇ ସାମଗ୍ରୀ କିଣିବ ।
ବର୍ତ୍ତମାନ ଏମ୍ଏସ୍ଏମ୍ଇ ମାନଙ୍କର ଚମକ୍ ଆସିବାର ସମୟ । ଭାରତର ୬୪ ପ୍ରତିଶତ ବ୍ୟକ୍ତି କାର୍ମିକ ଶ୍ରେଣୀର ହୋଇଥିବା ବେଳେ ଏହା ବିଶ୍ୱର କନିଷ୍ଠତମ ଦେଶ ଭାବେ ମାନ୍ୟତା ଲାଭ କରିବାକୁ ଯାଉଛି । ଏହି ଜନସଂଖ୍ୟାାଭିତ୍ତିକ ଲାଭକୁ ଉପଯୁକ୍ତ ଭାବେ ଉପଯୋଗ କରାଯାଇପାରିଲେ ଏହା ଦେଶର ଜିଡିପିରେ ୨ ପ୍ରତିଶତ ଅଭିବୃଦ୍ଧି ଆଣିବ, ଯଦ୍ୱାରା କି ଦେଶର ଜିଡିପି ଦୁଇ ସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ହାସଲ କରିପାରିବ । କାର୍ମିକ ଗୋଷ୍ଠୀକୁ ଉପାଦେୟ ଭାବେ ନିଯୁକ୍ତିସୁଯୋଗ ମିଳିପାରିଲେ ଏହା ସମ୍ଭବ ହୋଇପାରିବ । ଏହି ପରିପ୍ରେକ୍ଷୀରେ, ଏମ୍ଏସ୍ଏମ୍ଇଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉପଯୁକ୍ତ ପରିବେଶ ଯୋଗାଇ ପାରିବେ ବୋଲି ଡଃ ଚାନ୍ଦ ମତ ପ୍ରକାଶ କରିଥିଲେ । ବୃହତ୍ ଉଦ୍ୟୋଗର ଗୋଟିଏ ନିଯୁକ୍ତିସୁଯୋଗ ସୃଷ୍ଟି ତୁଳନାରେ ୧ କୋଟି ଟଙ୍କା ପୁଞ୍ଜିନିବେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ୮୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ, ଯାହା କି ଭବିଷ୍ୟତରେ ଏକ ପ୍ରମୁଖ ପଟ୍ଟ ପରିବର୍ତ୍ତନକାରୀ ହେବ ବୋଲି ସେ କହିଥିଲେ । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୂହ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମେଳନରେ ଯୋଗ ଦେଇ ଡ. ଚାନ୍ଦ ଏହା କହିଥିଲେ ।
ଗୌଣ ଓ ସହାୟକ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଇଡ୍କଲ୍ ସହ ସଂଯୁକ୍ତ ଉଦ୍ୟମରେ ସ୍ଥାପିତ ଅନୁଗୁଳ ଆଲୁମିନିୟମ୍ ପାର୍କ ସପକ୍ଷରେ ଡ. ଚାନ୍ଦ ମତ ଦେଇଥିଲେ । ଏହି ଆଲୁମିନିୟମ୍ ପାର୍କ୍ ପାଇଁ ଶିଳ୍ପଗୋଷ୍ଠୀଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । କାରଣ ପ୍ରାୟ ୫ ଲକ୍ଷ ମେଟ୍ରିକ୍ ଟନ୍ ଆଲୁମିନିୟମ୍ ଉତ୍ପାଦନ ନିମନ୍ତେ ଚାହିଦା ଓ ପ୍ରସ୍ତାବ ମିଳିଛି । ଏହା ଫଳରେ, ନାଲ୍କୋକୁ ଦୁଇଟି ସ୍ମେଲ୍ଟର୍ ପ୍ରତିଷ୍ଠା କରିବାର ଆବଶ୍ୟକତା ସୃଷ୍ଟି ହୋଇଛି – ଗୋଟିଏ ବ୍ରାଉନ୍ଫିଲ୍ଡ୍ ଏବଂ ଦ୍ୱିତୀୟଟି ଗ୍ରୀନ୍ଫିଲ୍ଡ୍, ଯାହାର ସମୂଦାୟ ଅତିରିକ୍ତ କ୍ଷମତା ୧ ନିୟୁତ ଟନ୍ ହେବ । ଏହା ଦ୍ୱାରା ଭାରତୀୟ ଉପଭୋକ୍ତା, ରପ୍ତାନୀ ଆବଶ୍ୟକତା ଏବଂ ଅନୁଗୁଳ ଆଲୁମିନିୟମ୍ ପାର୍କ୍ର ଶିଳ୍ପାନୁଷ୍ଠାନର ଚାହିଦା ପୂରଣ ହୋଇପାରିବ । ଫଳରେ, ଆଲୁମିନିୟମ୍ ଉତ୍ପାଦନକାରୀ ଉତ୍ପାଦନ ବ୍ୟୟରେ ଆଧିକ୍ୟ ଏବଂ କମ୍ ଏଲ୍ଏମ୍ଇ ମୂଲ୍ୟ ପାଇଁ ପୁଞ୍ଜିନିବେଶ ପାଇଁ ଆଶଙ୍କାଗ୍ରସ୍ତ ଥିବା ବେଳେ ଅନୁ୍ଗୁଳ ଆଲୁମିନିୟମ୍ ପାର୍କ୍ ପୁଞ୍ଜିନିବେଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ବୋଲିବ ଡଃ ଚାନ୍ଦ କହିଥିଲେ ।
‘ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ଆଣ୍ଡ ପବ୍ଲିକ୍ ପ୍ରୋକୁ୍ୟରମେଣ୍ଟ ପଲିସି ଅଫ୍ ଏମ୍ଏସ୍ଏମ୍ଇଜ୍’ ଶୀର୍ଷକ କାର୍ଯ୍ୟକ୍ରମରେ ରାଜ୍ୟର ଉଦ୍ୟୋଗୀମାନଙ୍କ ଉଦ୍ଦେଶ୍ୟରେ ଡ. ଚାନ୍ଦ କହିଥିଲେ ନାଲ୍କୋ ସୃଜନାତ୍ମକ ଓ ନୃତତ୍ତ୍ୱକୁ ସୁଯୋଗ ଦେବା ନିମନ୍ତେ ଏକ ଅନୁଗୁଳ ପରିବେଶ ସୃଷ୍ଟି କରିଥାଏ । ଆମେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ସଫଳ କରିବା ପାଇଁ ଖୁବ୍ ଆଗ୍ରହୀ ।

ଡ. ଚାନ୍ଦ ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଯୋଗଦାନକୁ ପ୍ରଶଂସା କରିବା ସହ କହିଥିଲେ ନାଲ୍କୋ ଏକ ମଦର୍ ପ୍ଲାଣ୍ଟ ଭାବରେ ବିପଣନ ସହଯୋଗ ଦେବା ଓ ନଗଦ ଅର୍ଥ ରହିତ ମଡେଲ୍କୁ ଦାୟିତ୍ୱଶୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରସ୍ତୁତ । ଏହା ଉଦ୍ୟୋଗୀମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାର ସୁଯୋଗ ଦେବ ।
ଓଡ଼ିଶା ଏମ୍ଏସ୍ଏମ୍ଇ ବୈଠକରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଉଦ୍ୟୋଗ ଢଙ୍ଗରେ ନେତୃବୃନ୍ଦ, ଉଦ୍ୟମୀ, ସରକାରୀ ଅଧିକାରୀ ନୀତି ନିର୍ଦ୍ଧାରକ ଓ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ଗୁଡ଼ିକର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।
ଓଏଏସ୍ଏମ୍ଇର ଅଧ୍ୟକ୍ଷ ଶ୍ରୀ ଜିଏସ୍ ଦାଶ, ଓଏଏସ୍ଏମ୍ଇର ସାଧାରଣ ସମ୍ପାଦକ ଇଂ ସାତ୍ତ୍ୱିକ ସ୍ୱାଇଁ, ଶ୍ରୀ ମାନବେନ୍ଦ୍ର ମିଶ୍ର, ଜିଏମ୍ (ଏଫ୍ଆଇଡିଜି), ଆର୍ବିଆଇ, ଶ୍ରୀ ପି.ନଥା, ଆଇଏଏସ୍, ଡିରେକଫର ଅଫ୍ ଇଣ୍ଡଷ୍ଟ୍ରୀଜ୍, ଓଡ଼ିଶା ଓ ଡ.ଏସ୍କେ ସାହୁ, ନିର୍ଦ୍ଦେଶକ(ଆଇ/ସି), ଏମ୍ଏସ୍ଏମ୍ଇ ଡି.ଆଇ ଆଦି ପ୍ରମୁଖ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME