ନାଲ୍କୋ ପକ୍ଷରୁ ସ୍ୱଚ୍ଛ ଆଇକନିକ୍ ସ୍ଥାନ ପ୍ରକଳ୍ପ ଅଧିନରେ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଆଉ ୫ଟି ବିଦୁ୍ୟତ ଚାଳିତ ଯାନର ଶୁଭାରମ୍ଭ

ପୁରୀର ବିଭିନ୍ନ ସ୍ଥାନରେ ବିନାମୂଲ୍ୟରେ ବିଦୁ୍ୟତଚାଳିତ ବାହନ ସେବାର ସଫଳତା ଓ ପ୍ରଶଂସା ପରେ ନାଲ୍କୋ ଆଜି ଏହି ପ୍ରକଳ୍ପକୁ ଅଧିକ ସଂପ୍ରସାରିତ କରି ଦିବ୍ୟାଙ୍ଗଜନ ଓ ବରିÂ ନାଗରିକଙ୍କ ସୁବିଧା ନିମନ୍ତେ ଆଉ ୫ଟି ଯାନର ଶୁଭାରମ୍ଭ କରିଛି । ନାଲ୍କୋ ଏହି ସେବାକୁ ମହିଳା ଓ ଶିଶୁମାନଙ୍କ ପାଇଁ ମଧ୍ୟ ସଂପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଏକ ତ୍ରିଭାଷୀ ସଙ୍ଗୀତ ସିଡି ମଧ୍ୟ ଲୋକଇର୍ପିତ ହୋଇଛି ।
ଗତ ମାସରେ, ରଥ ଯାତ୍ରା ପୂର୍ବରୁ ନାଲ୍କୋ ପକ୍ଷରୁ ୫ଟି ବିଦୁ୍ୟତଚାଳିତ ବାହନ ସେବାର ଶୁଭାରମ୍ଭ କରାଯାଇଥିଲା ଏବଂ ଆଜି ଆଉ ୫ଟି ଯାନର ଶୁଭାରମ୍ଭ ହୋଇଛି । ଏଥି ସହିତ, ଜଗନ୍ନାଥ ବଲ୍ଲଭ ମଠ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଯାନ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ନାଲ୍କୋର ଏହି ମହତ୍ ପଦକ୍ଷେପ ଦ୍ୱାରା ଜଗନ୍ନାଥ ବଲ୍ଲଭ ମଠ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଯାତାୟତ କରୁଥିବା ତୀର୍ଥଯାତ୍ରୀଙ୍କୁ ସୁବିଧା ହେବ ।
ଦିବ୍ୟାଙ୍ଗଜନ ଓ ବରିÂ ନାଗରିକମାନଙ୍କ ପାଇଁ ଏହି ମାଗଣା ସେବାର ଶୁଭାରମ୍ଭ କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ଅନୀଲ ମୁକିମ, ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ପୁରୀର ଜିଲ୍ଲା ମାଜିଷ୍ଟେ୍ରଟ୍ ତଥା ଜିଲ୍ଲାପାଳ ଶ୍ରୀ ଜ୍ୟୋତିପ୍ରକାଶ ଦାସଙ୍କ ଦ୍ୱାରା ହୋଇଥିଲା । ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ବି.କେ. ଠାକୁର ଏବଂ ଅନ୍ୟ ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହି ସେବା, ଆଗାମୀ ୫ ବର୍ଷ ପାଇଁ ନାଲ୍କୋ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ।
ଏହି ଅବସରରେ, ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ପୁରୀ ଦେଶର ଏକ ସର୍ବୋତ୍ତମ ସ୍ଥାନ ଭାବେ ମାନ୍ୟତା ଲାଭ କରୁ ବୋଲି ଆମର ପ୍ରଚେଷ୍ଟା । ସ୍ୱଚ୍ଛ ଆଇକନିକ୍ ସ୍ଥାନ ପ୍ରକଳ୍ପ ଅଧିନରେ ଆମେ ପୁରୀରେ ସର୍ବାଙ୍ଗୀନ ବିକାଶ ପାଇଁ ଲକ୍ଷ୍ୟ ରଖିଛୁ, ଯାହା କି କେବଳ ଯେ ଓଡ଼ିଶାବାସୀଙ୍କୁ ଗର୍ବିତ କରିବ ତାହା ନୁହେଁ, ବରଂ ଜଗନ୍ନାଥ ଧାମକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବ ବୋଲି ଡଃ ଚାନ୍ଦ ମତ ପ୍ରକାଶ କରିଥିଲେ ।
ଏହା ଛଡ଼ା, ନାଲ୍କୋ ପକ୍ଷରୁ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଏକ ତ୍ରିଭାଷୀ ସଙ୍ଗୀତ ସିଡିର ପ୍ରସ୍ତୁତି ପାଇଁ ସଙ୍ଗୀତକାର ଏବଂ କଳାକାରମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ପ୍ରଭୂ ଜଗନ୍ନାଥଙ୍କ ଉଦେ୍ଧଶ୍ୟରେ ସମର୍ପିତ ଗୀତଗୁଡ଼ିକୁ ଦ୍ୱାରା ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ବିଖ୍ୟାତ ଗାୟକମାନେ ଗାଇଛନ୍ତି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍ ନାଗରିକ ଭାବେ ଭାରତ ସରକାରଙ୍କ ସ୍ୱଚ୍ଛ ଆଇକନିକ ସ୍ଥାନ ପ୍ରକଳ୍ପ ଅଧିନରେ ନାଲ୍କୋ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥି ମଧ୍ୟରେ ଗାନ୍ଧୀ ପାର୍କ୍ର ବିକାଶ ଓ ସୌନ୍ଦର୍ଯ୍ୟକରଣ, ସମୂଦ୍ର କୂଳରେ ବହୁତଳ ପାର୍କିଂ ବ୍ୟବସ୍ଥା, ମାଳତୀ ପାଟପୁର ଠାରେ ୩୦୦ କକ୍ଷ ବିଶିଷ୍ଟ ଅତିଥି ନିବାସ, ଜଗନ୍ନାଥ ମନ୍ଦିର ପରିସରରେ ନିଳାଦ୍ରୀ ବିହାର ସଂଗ୍ରହାଳୟର ନବୀକରଣ, ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା, ହେରିଟେଜ୍ କରିଡର୍ ଏବଂ ଗୁଣ୍ଡିଚା ମନ୍ଦିର ପରିକ୍ରମା ଆଦିର ବିକାଶ ଆଦି ଅନ୍ତର୍ଭୂକ୍ତ ।
ଉଲ୍ଲେଖଯୋଗ୍ୟ ଯେ ନାଲ୍କୋ ପକ୍ଷରୁ ପୁରୀ, ଭୁବନେଶ୍ୱର ଓ କଟକ ରେଲ୍ୱେ ଷ୍ଟେସନ୍ ଠାରେ ବ୍ୟାଟେରୀ-ଚାଳିତ ଯାନ ସେବାର ଶୁଭାରମ୍ଭ ହୋଇଛି ।

Share in top social networks!
Powered By Indic IME