ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜାତି ଲେଖକଙ୍କ ପାଣ୍ଡୁଲିପିକୁ ନେଇ କର୍ମଶାଳା

ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର (ଅଗ୍ରଗାମୀ), ରାୟଗଡ଼ଙ୍କ ତରଫରୁ ଅବିଭକ୍ତ କୋରାପୁଟ ଜିଳ୍ଲାର ବିଭିନ୍ନ ଜନଜାତିର ଆଦିବାସୀ କଳାକାର, ସଂସ୍କୃତିପ୍ରେମୀ ଓ ଲେଖକମାନଙ୍କୁ ନେଇ କୋରାପୁଟ ସ୍ଥିତ ସଦ୍‍ଭାବନା ସଭାଗୃହରେ କର୍ମଶାଳା ଅନୁÂିତ ହୋଇଯାଇଛି । ଏହି ଲେଖକ କର୍ମଶାଳା ବଣ୍ଡା, କୁଟିଆପରଜା , ଗଦବା, ଝୋଡ଼ିଆ, ଭୂୟାଁ, ପେଙ୍ଗପରଜା, ସଉରା,କୁଟିଆପରଜା,ଭୂମିଜା ପ୍ରଭୂତି ଜନଜାତି ସମୁଦାୟର ଆଦିବାସୀ ଲେଖକ ଯୋଗ ଦେଇଛନ୍ତି । କୋରାପୁଟ ସ୍ଥିତ ସଦ୍‍ଭାବନା ସଭାଗୃହରେ ଅନୁÂିତ ବିଭିନ୍ନ ଜନଜାତିର ୧୬ ଜଣ ଲେଖକ ନିଜ ନିଜର ଜନଜାତିର ସଂସ୍କୃତି, ଲୋକକଥା,ଲୋକସାହିତ୍ୟ, ସମ୍ପର୍କରେ ନିଜର କବିତା, ଗଳ୍ପ, ସାହିତ୍ୟ, ଲୋକସାହିତ୍ୟ, ନିଜର କୃତି ଆଦି ଉପସ୍ଥାପନା କରିଥିଲେ । ଏଥିସହିତ ୮୦ରୁ ଉଦ୍ଧ୍ୱର୍ ଗବେଷକ, ଅଧ୍ୟାପକ ଅଧ୍ୟାପିକା, ଲେଖକ, ଆଦିବାସୀ ସଂସ୍କୃତିକୁ ଭଲପାଉଥିବା ଜନସାଧାରଣ, ସାମ୍ବାଦିକ, ପ୍ରଶାସକ, ଛାତ୍ରଛାତ୍ରୀ ନିମନ୍ତେ ଏମାନଙ୍କ ସମ୍ପର୍କରେ ଜାଣିବା, ବୁଝିବାକୁ ନେଇ ଏକ ସୁଯୋଗ ସୃଷ୍ଟି ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିଥିଲେ କେ.ବି.କେ କମିଶନର ଶ୍ରୀ ସୁଦର୍ଶନ ପାଲ ଠାକୁର, । ତାଙ୍କ ସହ ଥିଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଶ୍ରୀ ଦେବେଶ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲାପାଳ ଶ୍ରୀ ଗଦାଧର ପରିଡ଼ା, ଅଗ୍ରଗାମୀର ନିଦେ୍ର୍ଧଶକ ଶ୍ରୀ ଅଚୁ୍ୟତ ଦାସ ଏବଂ ରାଜ୍ୟ ଜନଶିକ୍ଷା ସାଦନ କେନ୍ଦ୍ରର ନିଦେ୍ର୍ଧଶକ ଡ. ଚନ୍ଦନ କୁମାର ସିଂହ । ଏହି କର୍ମଶାଳାର ଅନ୍ୟାନ୍ୟ ଆକର୍ଷଣ ଥିଲା ସମସ୍ତ ସମ୍ମାନୀୟ ଅତିଥି ଆଦିବାସୀ ଲେଖକଙ୍କ ଉପସ୍ଥାପନାକୁ ମନଭରି ଶୁଣିବା ପରେ ନିଜର ମନ୍ତବ୍ୟ ରଖିଥିଲେ ଚୁମ୍ବକରେ ।
ଏହି କର୍ମଶାଳାର ଦୁଇଜଣ କଳାକାଳଙ୍କ ସମସ୍ତ ଅଂଶଗ୍ରହଣକାରୀ ବେଶ୍‍ ତାଜୁବ ହୋଇଯାଇଥିଲେ, ଜଣେ ହେଲେ କୁନ୍ଦ୍ର ଅଂଚଳର ଆଦିବାସୀ ଗୀତକୁଡ଼ିଆ ଶ୍ରୀମତୀ ଚନ୍ଦ୍ରମା ବାଲିଆ ଏବଂ ଅନ୍ୟଜଣେ ଥିଲେ ମାଲକାନଗିରିରୁ ଆସିଥିବା ଭୂମିଜା ସଂପ୍ରଦାୟର ଶ୍ରୀଯୁକ୍ତ ଅନାଦି ଖଡ଼ା । ମାଳକାନଗିରି ଜିଲ୍ଲାରୁ ଆସିଥିବା ଶ୍ରୀଯୁକ୍ତ ଅନାଦି ଖଡ଼ା ନିଜେ ଅନ୍ଧ ହୋଇଥିଲେ ମଧ୍ୟ ନିରନ୍ତର ଭାବରେ କବିତା ଭାଙ୍ଗି ଗୀତ ଗାଇ ଚାଲିଥିଲେ, ଲୋକକଥା କହି ଚାଲିଥିଲେ ଶୁଣାଇ ଚାଲିଥିଲେ । ସେହିଭଳି ଚନ୍ଦ୍ରମା ବଳିଆଙ୍କ ନିଜର କୃତି ଗୀତକୁଡ଼ିଆ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବେ୍‍ଶ୍‍ ଆକର୍ଷଣ ଥିଲା ।
ଏହି କର୍ମଶାଳାର ଶେଷ ଅଧିବେଶନରେ ମତାମତ ଦେଇ ଅଗ୍ରଗାମୀର ନିଦେ୍ର୍ଧଶକ ଶ୍ରୀ ଅଚୁ୍ୟତ ଦାସ କହିଥିଲେ ଯେ, ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, (ଅଗ୍ରଗାମୀ),ରାୟଗଡ଼ଙ୍କ ତରଫରୁ ଆଦିବାସୀଙ୍କ ସଂସ୍କୃତି, ଆତ୍ମସମ୍ମାନ, ଅସ୍ମିତାକୁ ନେଇ ସବୁବେଳେ ଗୁରୁତ୍ୱ ଦିଆଯାଉଛିି । ଆଦିବାସୀଙ୍କ ସଂସ୍କୃତି ଓ ସାହିତ୍ୟ ସମୃଦ୍ଧି ହୋଇପାରିନାହିଁ । ଆଦିବାସୀ କିପରି ତାର ନିଜର ସ୍ୱାଭିମାନ, ଭାଷା, ସଂସ୍କୃତିକୁ ନେଇ ସମ୍ମାନ କରିବ, ସେଥିପ୍ରତି ଅଗ୍ରଗାମୀ ସବୁବେଳେ ଗୁରୁତ୍ୱ ଦେଇଛି । ଏହି ଦୃଷ୍ଟିରୁ ଏହି କର୍ମଶାଳାରେ କେବେଳ ଆଦିବାସୀ ଲେଖକ ନିଜ ନିଜର କୃତିକୁ ଉପସ୍ଥାପନା କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏôବଂ ଏହି ପାଣ୍ଡୁଲିପିଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶିତ ହେବ ବୋଲି ସୂଚନା ଦେଇଥିଲେ ।
ଏହି କର୍ମଶାଳାକୁ ବଣ୍ଡା ଜନଜାତିର ଲେଖକ ଶ୍ରୀ ଲକ୍ଷ୍ମଣ ମାନ୍ଦ୍ରା ସଭାପତିତ୍ୱ କରିଥିଲେ । ଶ୍ରୀଯୁକ୍ତ ଲକ୍ଷ୍ମଣ ମାନ୍ଦ୍ରା ରିଜର ବଣ୍ଡା ଜନଜାତି ସଂସ୍କୃତି ସମ୍ପର୍କରେ ଗୀତ ଗାଇଥିଲେ । କେ.ବି.କେ କମିଶନର ଶ୍ରୀ ସୁଦର୍ଶନ ପାଲ ଠାକୁର କହିଥିଲେ ଆଦିବାସୀ ସଂସ୍କୃତି, ଲୋକକଥାର ବିକାଶ ନିମନ୍ତେ ଆଦିବାସୀଙ୍କୁ ସିଧାସଳଖ ସହୟତା ପାଇବା ଦରକାର । ଏଥିପାଇଁ ଉପଯୁକ୍ତ ସାମ୍ମୁଖ୍ୟ ହେଲେ ସହାୟତାରେ କୌଣସି ଅସୁବିଧା ହେବନାହିଁ ବୋଲି ମତ ଦେଇଥିଲେ । ଏହି ୧୬ ଜଣ ଲେଖକଙ୍କ ପାଣ୍ଡୁଲିପିଙ୍କ ପୁସ୍ତକ ଆକାରରେ ପ୍ରକାଶନ ନିମନ୍ତେ ସହାୟତା କରାଯିବ ବୋଲି ସୂଚନା ଦେଇଥିଲେ । ବିଭିନ୍ନ ଜନଜାତିର ଲେଖକଙ୍କୁ କେ.ବି.କେ କମିଶନର ଉପଢେ଼øକିନ ଦେଇ ସମ୍ମାନିତ କରିଥିଲେ । ଏହି କର୍ମଶାଳାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଲେଖକ, ସାହିତି୍ୟକ, ଲୋକସାହିତ୍ୟ ଲେଖକ.ଗବେଷକ, ପ୍ରମୁଖ ଯୋଗ ଦେଇଥିଲେ ।
ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ, ବିଭିନ୍ନ ଜନଜାତିର ଲେଖକମାନେ ସେମାନଙ୍କର ପାଣ୍ଡୁଲିପି ପ୍ରକାଶିତ ହେବାର ଯୋଜନା ରହିଛି । ଏହି କୃତିଗୁଡ଼ିକ ପ୍ରକାଶିତ ହେବା ପୂର୍ବରୁ ଏହି ପାଣ୍‍ୁଲିପିକୁ ଏକ ପ୍ଳାଟଫର୍ମରେ ଉପସ୍ଥାପନା କରିବାର ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ସୂଚନା ଦେଇଥିଲେ । କର୍ମଶାଳାରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରତିÂିତ ଲେଖକ, ସାହିଦ୍ୟ ଏକାଡେ଼ମୀର ସଦସ୍ୟ, ଅଧ୍ୟାପିକ, ଅଧ୍ୟାପିକ, ବିଦୁ୍ୟତ ଓ ପ୍ରଣ୍ଟି ଗଣମାଧ୍ୟମର ପ୍ରତିନିଧି, ଗବେଷକ ପ୍ରମୁଖ ଯୋଗ ଦେଇ ସମସ୍ତ ଜନଜାତି ଲେଖକଙ୍କ ଶୁଣିଥିଲେ ଏବଂ ଆବଶ୍ୟକ ସ୍ଥଳେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ରାୟଗଡ଼ାଙ୍କ ତରଫରୁ ଶେଷରେ ଡ. ଚନ୍ଦନ କୁମାର ସିଂହ ସମସ୍ତ ଅଂଶଗ୍ରହଣକାରୀ, ସହାୟତା ଅନୁÂାନ ଇଡ଼୍‍କଲଙ୍କୁ ଆନୁÂାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।