NALCO ଅପରେଟିଂ ଲାଭ ଦୁଇ ଗୁଣରୁ ଅଧିକ ବୃଦ୍ଧି, ୨୦୧୭-୧୮ ଆର୍ଥôକ ବର୍ଷର ଚତୁର୍ଥ ତ୍ରୈମାସିକୀରେ ହୋଇଥିବା ୩୬୨ କୋଟି ଟଙ୍କା ତୁଳନାରେ ୨୦୧୮-୧୯ ଆର୍ଥôକ ବର୍ଷର ତ୍ରୈମାସିକୀରେ ୮୮୯ କୋଟି ଟଙ୍କା ଲାଭାର୍ଜ୍ଜନ

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ), ଜୁନ୍ ମାସରେ ଶେଷ ହୋଇଥିବା ୨୦୧୮-୧୯ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ୬୮୭ କୋଟି ଟଙ୍କାର ଲାଭାର୍ଜ୍ଜନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗତ ଆର୍ଥôକ ବର୍ଷର ଚତୁର୍ଥ ତ୍ରୈମାସିକୀର ଲାଭ ୨୫୭ କୋଟି ଟଙ୍କା ତୁଳନାରେ ଏହା ୧୬୭ ପ୍ରତିଶତ ଅଧିକ । ଗତ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ୧୨୯ କୋଟି ଟଙ୍କାର ଲାଭ ତୁଳନାରେ ଏହା ୪୩୩ ପ୍ରତିଶତ ଅଧିକ ହୋଇଛି ।
୨୦୧୭-୧୮ ଆର୍ଥôକ ବର୍ଷର ଚତୁର୍ଥ ତ୍ରୈମାସିକୀରେ ହୋଇଥିବା ୩୬୨ କୋଟି ଟଙ୍କାର ଅପରେଟିଂ ଲାଭ ଚଳିତ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ଦ୍ୱିଗୁଣିତ ହୋଇ ୮୮୯ କୋଟି ଟଙ୍କା ହୋଇଛି । କମ୍ପାନୀର ଇ.ବି.ଆଇ.ଡି.ଟି.ଏ. ମାର୍ଜିନ୍ ୧୮ ପ୍ରତିଶତରୁ ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ତ୍ରୈମାସିକୀ ତୁଳନାରେ ଇନ୍ପୁଟ୍ ବ୍ୟୟ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇବା ସତ୍ତେ୍ୱ ଏହି ସଫଳତା ହାସଲ ହୋଇଛି ।
ଏହି ସଫଳତା ପାଇଁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମିଳିତ ଉଦ୍ୟମ, ଦୃଢ ମିତବ୍ୟୟିତା ଓ ବିଶେଷ ଯୋଜନାକୁ ଶ୍ରେୟ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ୨୦୧୮-୧୯ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ନିଟ୍ ଲାଭ ୬୮୭ କୋଟି ଟଙ୍କା, ୨୦୧୩-୧୪ ସମ୍ପୂର୍ଣ୍ଣ ଆର୍ଥôକ ବର୍ଷର ନିଟ୍ ଲାଭ ୬୪୨ କୋଟି ଟଙ୍କା ଠାରୁ ଅଧିକ ହୋଇଛି । ଲାଭରେ ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ଦାମନଯୋଡ଼ିର ଆଲୁମିନା ରାଜସ୍ୱ ବର୍ଗରୁ ହୋଇଛି, ଯାହା କି ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉପôାଦନକାରୀ ଭାବେ ମାନ୍ୟତା ହାସଲ କରିଛି । ମିତବ୍ୟୟିତା ବ୍ୟତୀତ ବିକ୍ରୟ ପୂର୍ବ ଏବଂ ପରେ ସେବା ଯୋଗାଇବା ଏବଂ ଗୁଣବତ୍ତା ହେତୁ କମ୍ପାନୀ ଆନ୍ତର୍ଜାତୀୟ ବଜାରରେ ଉଚ୍ଚ ଲାଭ ହାସଲ କରିପାରିଛି । ନାଲ୍କୋର ଆଲୁମିନା ଉପôାଦର ଦୃଢ ବ୍ରାଣ୍ଡ୍ ଭାବମୂର୍ତ୍ତି ରହିଛି ଏବଂ ଏହା ହାରାହାରି ସି.ଆର୍.ୟୁ. ଇଣ୍ଡେକ୍ସ ତୁଳନାରେ ୧୦ ପ୍ରତିଶତ ଅଧିକ ବିକ୍ରୟ ହେଉଛି ।
ଉପôାଦନ କ୍ଷେତ୍ରରେ ମଧ୍ୟ ନାଲ୍କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ତ୍ରୈମାସିକୀରେ, ଗତ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ଉପôାଦିତ ୧୮.୮୧ ଲକ୍ଷ ଟନ୍ ବକ୍ସାଇଟ୍ ତୁଳନାରେ ୧୮.୫୯ ଲକ୍ଷ ଟନ୍ ବକ୍ସାଇଟ୍ ଉପôାଦିତ ହୋଇଛି । ଆଲୁମିନା ଉପôାଦନ କ୍ଷେତ୍ରରେ, ଗତ ଆର୍ଥôକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ୫.୨୬ ଲକ୍ଷ ଟନ୍ ଆଲୁମିନା ତୁଳନାରେ ୧୦.୭୪ ପ୍ରତିଶତ ବୃଦ୍ଧି ପାଇ ୫.୮୩ ଲକ୍ଷ ଟନ୍ ଉପôାଦତିତ ହୋଇଛି । ଏହି ତ୍ରୈମାସିକୀରେ, ୧.୧୦ ଲକ୍ଷ ଟନ୍ ଆଲୁମିନିୟମ୍ ଉପôାଦିତ ହୋଇଛି, ଯାହା କି ଗତ ବର୍ଷର ୧.୦୧ ଲକ୍ଷ ଟନ୍ ତୁଳନାରେ ୮.୮୫ ପ୍ରତିଶତ ଅଧିକ । ପ୍ରଥମ ତ୍ରୈମାସିକୀରେ ୧୬୮୨ନିୟୁତ ୟୁନିଟ୍ ହୋଇଛି । ଗତ ବର୍ଷର ପ୍ରଥମ ୧୫୯୯ ନିୟୁତ ୟୁନିଟ୍ ତୁଳନାରେ ଏହା ୫.୧୪ ପ୍ରତିଶତ ଅଧିକ । ଏତଦ୍ବ୍ୟତୀତ, ନବୀକରଣଯୋଗ୍ୟ ଶକ୍ତି ଉପôାଦନ କ୍ଷେତ୍ରରେ, ପ୍ରଥମ ତିନି ମାସରେ କମ୍ପାନୀ ୧୦୪ ନିୟୁତ ୟୁନିଟ୍ ଶକ୍ତି ଉପôାଦନ କରିଛି ।
ପ୍ରଥମ ତ୍ରୈମାସିକୀରେ ସମୂଦାୟ ଆଲୁମିନା ବିକ୍ରୟ ୩.୨୦ ଲକ୍ଷ ଟନ୍ ହୋଇଛି ଏବଂ ଆଲୁମିନିୟମ୍ ବିକ୍ରୟର ପରିମାଣ ୧.୦୫ ଲକ୍ଷ ଟନ୍ ହୋଇଛି ।

Share in top social networks!
Powered By Indic IME