ମୁମ୍ବାଇରେ ଓଡ଼ିଶା ପକ୍ଷରୁ ନିବେଶ ରୋଡ୍ ଶୋ’: ୩୦୦ରୁ ଅଧିକ କମ୍ପାନୀ ଯୋଗଦେଲେ

ଓଡ଼ିଶା ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ ଅନ୍ତର୍ଗତ ମୁମ୍ବାଇରେ ଅନୁÂିତ ହୋଇଯାଇଛି ଏକ ନିବେଶ ରୋଡ୍ ଶୋ’ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅପ୍ କମର୍ସ ଓ ଇଣ୍ଡଷ୍ଟ୍ରି(ଫିକି)ର ମିଳିତ ସହଯୋଗରେ ଏହା ଅନୁÂିତ ହୋଇଛି । ଏହି ରୋଡ୍ ଶୋ’ ବେଶ୍ ସଫଳ ହୋଇଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଶିଲ୍ପପତିଙ୍କ ସହିତ ସାକ୍ଷାତ୍ କରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସିଏମ୍ଡି ମୁକୋ ଅମ୍ବାନୀ, ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ଗୋଦରେଜ୍ ଗ୍ରୁପ୍ ଅଧ୍ୟକ୍ଷ ଆଦି ଗୋଦରେଜ୍, ରେମଣ୍ଡ ଗ୍ରୁପ୍ ସିଏମ୍ଡି ଗୌତମ ସିଘାଂନିୟା, ଫୁ୍ୟଚର ଗ୍ରୁପ୍ ସିଇଓ ତଥା ପ୍ରତିÂାତା କିଶୋର ବିୟାନୀ ପ୍ରମୁଖ ଏହି ରୋଡ୍ ଶୋ’ରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କମ୍ପାନୀ ଯୋଗଦେଇ ଓଡ଼ିଶାର ଫୋକସ୍ ସେକ୍ଟରରେ ନିବେଶ ପାଇଁ ସକାରାତ୍ମକ ମତପୋଷଣ କରିଛନ୍ତି । ବିଭିନ୍ନ ଫୋକସ୍ ସେକ୍ଟର ମଧ୍ୟରେ ଖାଦ୍ୟ ପ୍ରକିୟା କରଣ ଏବଂ ସମୁଦ୍ରଜାତ ଖାଦ୍ୟ, ଧାତୁ େସେକ୍ଟରର ଆନସିଲାରି ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଶିଳ୍ପ, ଇଏସଡିଏମ୍ ମାନୁ୍ୟଫାକଚରିଂ, କେମିକାଲ୍ସ୍, ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ୍ସ୍ ତଥା ପର୍ଯ୍ୟଟନ ଆଦି ସେକ୍ଟରରେ ନିବେଶ ପାଇଁ ବିସ୍ତୃତ ଆଲୋଚନା ହୋଇଛି ।

ଏହି ରୋଡ୍ ଶୋ’ ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ ଅନ୍ତର୍ଗତ ‘ଆଇ ଆମ୍ ଓଡ଼ିଶା’ ନାମକ ଏକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ‘ଆଇ ଆମ୍ ଓଡ଼ିଶା’ ରାଜ୍ୟରେ ସଫଳତା ହାସଲ କରିଥିବା ଶିଳ୍ପ ସଂସ୍ଥାଙ୍କ ପାଇଁ ଉପଯୋଗୀ ପ୍ଳାଟଫର୍ମ ଭାବେ କାର୍ଯ୍ୟ କରିଥିଲା । ସେମାନଙ୍କର ସଫଳତା କାହାଣୀ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇଥିଲା ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ ପୂର୍ବ ଭାରତରେ ଏକ ମାନୁ୍ୟଫାକଚରିଂ ହବ୍ ଭାବେ ଓଡ଼ିଶା ବିକାଶ ଧାରା ଜାରି ରଖିଥିବାରୁ ମୁଁ ବେଶ୍ ଆନନ୍ଦିତ । ରାଜ୍ୟର ବିକାଶ ପାଇଁ ମୋ ସରକାର ନିରନ୍ତର ପ୍ରୟାସ ଜାରି ରଖିଛି । ଏହା ସହିତ ରାଜ୍ୟକୁ ଦକ୍ଷିଣ ଏସିଆର ଏକ ମାନୁ୍ୟଫାକଚରିଂ ହବ୍ ଭାବେ ପ୍ରତିÂିତ କରିବା ଲାଗି ଉଦ୍ୟମ କରାଯାଉଛି । ଏହା ଦ୍ୱାରା ରାଜ୍ୟରେ ଶିଳ୍ପର ବିକାଶ ରୁଦ୍ଧିମନ୍ତ ହୋଇ ପାରିଛି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୧୮ରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହା ଦ୍ୱାରା ୧,୨୮,୫୭୨ ନିଯୁକ୍ତିି ସୁଯୋଗ ସୃଷ୍ଟି ହୋଇପାରିବାର ଆଶା ରହିଛି । ଆବେଦନ ଦାଖଲର ହାରାହାରି ୨୦ଦିନ ମଧ୍ୟରେ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ କରାଯାଇପାରିଛି । ଓଡ଼ିଶାରେ ନିବେଶ ପାଇଁ ଆମେ ନିବେଶକମାନଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ହାସଲ କରିପାରିଛୁ । କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୦୧୮ ନଭେମ୍ବରରେ ଭୁବନେଶ୍ୱରରେ ହେବାକୁଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ନିବେଶକଙ୍କୁ ଅତୁଳନୀୟ ସହାୟତା ପାଇଁ ବ୍ୟକ୍ତିଗତ ଭାବେ ନିର୍ଭର ପ୍ରତିଶ୍ରୁତି ଦେବା ସହିତ ସେମାନଙ୍କୁ ନିମନ୍ତ୍ରଣ ଜଣାଉଛି ।”

ନିବେଶକଙ୍କ ସହିତ ଆଲୋଚନା ସମୟରେ ରାଜ୍ୟରେ ଯୋଜନାବଦ୍ଧ ନିବେଶର ସକାରାତ୍ମକ ପ୍ରଭାବ, ବ୍ୟବସାୟ ଆରମ୍ଭ ପାଇଁ କମ୍ ପରିମାଣ ନିବେଶ, ନିଦ୍ଧିଷ୍ଟ ସେକ୍ଟର ଉପଯୋଗୀ କ୍ଷେତ୍ର ତଥା ଶିଳ୍ପ ବିକାଶ ପାଇଁ ୧,୨୫,୦୦୦ ଏକର ଲ୍ୟାଣ୍ଡ୍ ବ୍ୟାଭ୍କ ଥିବା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ନଗର ଇଣ୍ଡଷ୍ଟି୍ରଆଲ ଇଡ଼ଫ୍ରାଷ୍ଟକଚର ନ୍ୟାସନାଲ ମାନୁ୍ୟଫାକଚରିଂ ଜୋନ୍(ଏନଆଇଏମଜେଡ୍) ଖୋର୍ଦ୍ଧା ଓ ଛତାବର ଖାଦ୍ୟ ପ୍ରକିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ଥିବା ଟେକ୍ସଟାଇଲ୍ସ୍ ତଥା ଆପେରାଲ ପାର୍କ, ଅନୁଗୁଳର ଅଲୁମିନିୟମ୍ ପାର୍କ ଏବଂ ପାରାଦ୍ୱୀପର ପ୍ଲାଷ୍ଟିକ୍ ପାର୍କର ପ୍ରତିନିଧି ଉପସ୍ଥିତ ଥିଲେ । ରାଜ୍ୟରେ ଅଧିକ ନିବେଶ ପାଇଁ ଏହି ଅବସରରେ ପ୍ରୟାସ କରାଯାଇଥିଲା ।
୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପରେ ୨୦୧୭ ନଭେମ୍ବରରେ ହୋଇଥିବା ସମ୍ମିଳନୀରେ ୧୫ ମାନୁ୍ୟଫାକଚରିଂ ୟୁନିଟ୍ ୧୧,୬୯୦ କୋଟି ଟଙ୍କାର ନିବେଶ କରିଥିବା ବେଳେ ୮,୧୮୭ ନିୟୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିଲା । ସେହିପରି ୨୦୧୮ ଜୁନ୍ରେ ୭ଟି ମାନୁ୍ୟଫାକଚରିଂ ୟୁନିଟ୍ ଏବଂ ୧୨ଟି ସହଯୋଗୀ ୟୁନିଟ୍ ସକାରାତ୍ମକ ମନୋଭାବ ପ୍ରକାଶ କରିଥିବାବେଳେ ୨,୬୭୫ କୋଟି ଟଙ୍କାର ନିବେଶ କରିବାକୁ ସହମତି ଦେଇଛନ୍ତି । ଏହାଦ୍ୱାରା ୮,୯୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଭୁବନେଶ୍ୱରରେ ନଭେମ୍ବର ୧୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ ।

Share in top social networks!
Powered By Indic IME