କବି ରମାକାନ୍ତ ରଥଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର


ଓଡ଼ିଆ ସାହିତ୍ୟର ପ୍ରଣମ୍ୟ ବ୍ୟକ୍ତିତ୍ୱ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମହାନ ଅବଦାନକୁ ସ୍ୱୀକାର
କରି ତାଙ୍କ ପ୍ରତି ଓଡ଼ିଆ ଜାତିର କୃତଜ୍ଞତାକୁ ଜୀବନ୍ତ ରଖ#ବା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରବର୍ତ୍ତନ
କରାଯାଇଛିା ଜଗନ୍ନାଥ ଦାସଙ୍କ ଭାଗବତ ପ୍ରତି ଓଡ଼ିଆଙ୍କ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣସ୍ପନ୍ଦନର ପ୍ରତୀକ ବୋଲି
ଦର୍ଶାଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିଷ୍ଠିତ କବି ପଦ୍ମଭୂଷଣ ଡ.
ରମାକାନ୍ତ ରଥଙ୍କୁ ୨୦୧୮ ନିମନ୍ତେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରିଛନ୍ତିା ଡ. ରଥଙ୍କ ପରି
ଦିଗ୍ଗଜ ସାହିତି୍ୟକଙ୍କୁ ଏହି ସମ୍ମାନ ପ୍ରଦାନ ଫଳରେ ରାଜ୍ୟର ସଚେତନ ଓ ମୁଗ୍ଧ ପାଠକପାଠିକାଙ୍କ ପୂଜ୍ୟପୂଜା
ନିଦର୍ଶନ ପ୍ରକଟିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା
ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଡ.
ରଥଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟଅତିଥ# ଭାବରେ
ଯୋଗଦେଇ କହିଲେ ଯେ ଅତିବଡ଼ୀଙ୍କ ଜନ୍ମପୀଠ କପିଳେଶ୍ୱରପୁର ଶାସନ ଓ ସାଧନା ପୀଠ ପୁରୀସ୍ଥିତ ସାତଲହଡ଼ି
ମଠର ଉନ୍ନତିକରଣ ସହିତ ତାହାକୁ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ଏକ
କୋଟି ଟଙ୍କା ବ୍ୟୟ କରିବୋ ଏହି କାର୍ଯ୍ୟକ୍ରମରେ ସାରସ୍ୱତ ସାଧକ ଶ୍ରୀ ମାନଗୋବିନ୍ଦ ମହାସୂପକାର, ଡ.
ସତ୍ୟନାରାୟଣ ରଥ, ଶ୍ରୀ କୁମାର ଚକ୍ରବର୍ତ୍ତୀ, ଶ୍ରୀ ସୀତାରାମ ବିର୍ତ୍ତିଆ, ଶ୍ରୀମତୀ ପ୍ରତିମା ମିଶ୍ର, ଶ୍ରୀ ବଂଶୀଧର ସାହୁ,
ଶ୍ରୀ ବିଜୟ ଚନ୍ଦ୍ର ଜେନା, ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ, ଶ୍ରୀ ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଡା. ଦୁର୍ଯେ୍ୟାଧନ ଦାସ, ଶ୍ରୀ
କୁଞ୍ଜବିହାରୀ ପାଢ଼ୀ, ଡ. ପ୍ରଫୁଲ୍ଲ କୁମାର ଦାସ, ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଶ୍ରୀ ଗିରି ଦଣ୍ଡସେନା ଓ ଡ.
ବ୍ରଜମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥ#ଲାା ଡ. ରଥଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ସମେତ ଉପାୟନ
ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥ#ବାବେଳେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ଉପାୟନ ଓ
ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥ#ଲାା
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ବିଶିଷ୍ଟ କବି ତଥା ନାଟ୍ୟକାର ଶ୍ରୀ ହରିହର ମିଶ୍ରଙ୍କ
ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପକ ଡ. ରଥ କହିଲେ ଯେ
ଅତିବଡ଼ୀଙ୍କ ରଚନା ତତ୍ତ୍ୱରୁ ମୁକୁଳିଯାଇ ପାଠକଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରାଇଛିା ସେ ଯୁଗଯୁଗ ଲାଗି ଓଡ଼ିଆ
ସାହିତି୍ୟକମାନଙ୍କର ଅପ୍ରତିମ ଗୁରୁତୂଲ୍ୟ ହୋଇ ରହିବୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ
ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ବିଶିଷ୍ଟ ଅତିଥ# ଭାବେ ଯୋଗଦେଇ
ତାଙ୍କ ବକ୍ତବ୍ୟ ରଖ#ବା ସହିତ କବି ଶ୍ରୀ ରଥଙ୍କ ମହତ୍ୱପୂର୍ଣ୍ଣ ସାରସ୍ୱତ ଅବଦାନ ପାଇଁ ଓଡ଼ିଆମାନେ କୃତଜ୍ଞ ରହିବେ
ବୋଲି ଉଲ୍ଲେଖ କରିଥ#ଲୋ ଗୁରୁ ନଳିନୀକାନ୍ତ ରଥ ଓ ସୁନୀଲ କୁମାର ସାହୁଙ୍କ ନିର୍ଦ୍ଦେଶନା ତଥା ତନୟା ଶିଶୁ
ଗୋସ୍ୱାମୀଙ୍କ ପରିଚାଳନାରେ ଶାଶ୍ୱତୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ “ତୁଙ୍ଗ ଶିଖରୀ ଚୂଳ’ ଆବାହନୀ
ସଂଗୀତ ପରିବେଷଣ କରିବା ପରେ ଏକାଡେମୀର ସଚିବ ଡ. ଜୟନ୍ତୀ ରଥ ସ୍ୱାଗତ ଭାଷଣ ସହିତ ଅତିଥ#ମାନଙ୍କ
ପରିଚୟ ପ୍ରଦାନ କରିଥ#ଲୋ
ଏହି କାର୍ଯ୍ୟକ୍ରମରେ ଏକାଡେମୀ ପ୍ରକାଶିତ ଡ. ଅଜୟ କୁମାର ମିଶ୍ରଙ୍କ ସଂପାଦିତ “ପୂର୍ବାଞ୍ଚଳ ଓଡ଼ିଆ
ଲୋକଗୀତ ଓ ଲୋକକାହାଣୀ’, ଚକ୍ରଧର ମହାପାତ୍ରଙ୍କ ରଚିତ ଓ ମଞ୍ଜୁ ମୋଦିଙ୍କ ଅନୁଦିତ “କୁନ୍ତଳା କୁମାରୀକା
ଜୀବନଚରିତ’, ଲିଙ୍ଗରାଜ ନାହାକଙ୍କ ଲିଖ#ତ “ରାମ ନାଟକ’ ଓ ଡେଭିଡ୍ ବି. ସ୍ମିଥ୍ଙ୍କ ଲିଖ#ତ ତଥା ବଟକୃଷ୍ଣ ତି୍ରପାଠୀଙ୍କ
ଦ୍ୱାରା ଅନୁସୃଜିତ “ଜଗନ୍ନାଥଧାମକୁ ତୀର୍ଥଯାତ୍ରା’ ପୁସ୍ତକଗୁଡ଼ିକ ଅତିଥ#ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥ#ଲାା ଡ.
ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥ#ବାବେଳେ ଏକାଡେମୀର ସହସଂପାଦକ ପ୍ରଦୀପ ପୂଜାପଣ୍ଡା
ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!
Powered By Indic IME