ଏମକେସିଜିରେ ନାମଲେଖାଇଲେ ୨୦୦

ଭୁବନେଶ୍ୱର,୫ା୭: ଗୁରୁବାର ଏମବିବିଏସ ଓ ବିଡିଏସ ମେଡ଼ିକାଲ୍‍ ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନରେ କଟକ ଏସସିବି ମେଡିକାଲ କଲେଜରେ ୧୯୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଆଜି ଦ୍ୱିତୀୟ ଦିନରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ୨୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି । ଆସନ୍ତାକାଲି ବୁର୍ଲା ଭୀମସାର ପାଇଁ ନାମଲେଖା ହେବ । ଏମକେସିଜି ମେଡିକାଲ କଲେଜର ମୋଟ ୨୫୦ ସିଟ୍‍ ଥିଲା ବେଳେ ଏଥିରୁ ରାଜ୍ୟ କୋଟାରେ ୨୧୨ ସିଟ୍‍ ପାଇଁ ଆଜି ନାମଲେଖା ହେବାର ଥିଲା । ତେବେ ଆଜି ୨୦୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲା ବେଳେ ୧୨ଟି ସିଟ୍‍ ବଳକା ରହିଛି । ସୂଚନାଯୋଗ୍ୟ ଯେ ମେଡ଼ିକାଲ୍‍ ପାଠ୍ୟକ୍ରମରେ ନାମଲେଖାଇବା ଲାଗି ରାଜ୍ୟରେ ମୋଟ୍ ୪୪୩୩ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ରାଜ୍ୟ କୋଟା (୮୫%) ଅନୁସାରେ ୩୧୬୯ଜଣଙ୍କୁ ମନୋନୀତ କରାଯାଇଥିଲା । ଜୁଲାଇ ୧୨ରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ମେଡିକାଲ୍ କଲେଜରେ ଯୋଗଦେବେ । ଜୁଲାଇ ୨୪ରେ ପ୍ର୍ରଥମ ପର୍ଯ୍ୟାୟ ପରେ ଖାଲି ସିଟ୍ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍ର ମିଳିତ ତାଲିକା ପ୍ରକାଶ ପାଇବ । ଏହି ସିିଟଗୁଡିକ ପାଇଁ ଚଏସ୍ ଫିଲିଂ ଓ ଲକିଂ ଜୁଲାଇ ୨୫ କରାଯିବ । ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁÂିତ ହେବ । ନାମଲେଖା ପରେ ଜୁଲାଇ ୩୧ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଚାହିଁଲେ ନାମଲେଖାରୁ ଓହରି ପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯଦି ସିଟ୍‍ ବଳକା ରୁହେ ତେବେ ଅଗଷ୍ଟ ୪ରୁ ୮ତାରିଖ ମଧ୍ୟରେ ସ୍ପଟ ଆଡମିଶନ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!
Powered By Indic IME