ସମସ୍ତଙ୍କୁ ଆପଣାଇ ନେବା ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ: ପ୍ରଫେସର ଗଣେଶୀ ଲାଲ୍‍


ଭୁବନେଶ୍ୱର, ୬ ।୭: ସମସ୍ତଙ୍କୁ ଆପଣାଇ ନେବା ହେଉଛି ଭାରତୀୟ ସଂସ୍କୃତି ଓ ପରମ୍ପରାର ବୈଶିଷ୍ଟ୍ୟ । ଶୁକ୍ରବାର ଭୁବନେଶ୍ୱରରେ କାଦମ୍ବିନୀ ମିଡ଼ିଆ ପକ୍ଷରୁ ଅନୁÂିତ ‘ଅପ୍ରତିମ ଭାରତ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‍ ଏହା କହିଛନ୍ତି । ସେ କହିଲେ, ନିଶ୍ଚଳ ପ୍ରେମ ନିକଟରେ ସବୁ ଗୌଣ ହୋଇଥାଏ । ସମସ୍ତଙ୍କୁ ହୃଦୟର ସହ ଆପଣାଇ ନେବା ହେଉଛି ସ୍ନେହ ଓ ପ୍ରେମର ମୂଳଦୁଆ । ଏହା ହେଉଛି ଭାରତର ତତ୍ତ୍ୱ ଦର୍ଶନ । ବିଭିନ୍ନତା ମଧ୍ୟରେ ଐକ୍ୟ ହେଉଛି ଭାରତୀୟ ଦର୍ଶନର ମୂଳମନ୍ତ୍ର । ଓଡ଼ିଶା ଦେଖିଲେ ଜଣେ ଭାରତ କଣ ତାହା ଜଣାପଡ଼ିବ । ଓଡ଼ିଶା ଲୋକଙ୍କ ଆତ୍ମୀୟତା ଓ ସେମାନଙ୍କ ମଧ୍ୟରେ ସମସ୍ତଙ୍କୁ ଆପଣାଇ ନେବାର ଯେଉଁ ଗୁଣ ରହିଛି ତାହା ଓଡ଼ିଶାର ବିଶେଷତ୍ୱ ବୋଲି ରାଜ୍ୟପାଳ କହିଥିଲେ । ମୁମ୍ବାଇସ୍ଥିତ ଶ୍ରୀ ଭାଗବତ ପରିବାରର ଅଧ୍ୟକ୍ଷ ଏସ୍‍ ପି ଗୋଏଲ କହିଲେ, ଅପ୍ରତିମ ଭାରତ ପୁସ୍ତକ ଉନ୍ମୋଚନ ଓଡ଼ିଶାରେ ହେଉଥିବାରୁ ଆମେ ବହୁତ ଖୁସି । ଏଥିପାଇଁ କାଦମ୍ବିନୀ ମିଡ଼ିଆ ଏବଂ ଏହାର ପ୍ରତିÂାତା ଅଚୁ୍ୟତ ସାମନ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ଭାଗବତ ପରିବାରର ବରିÂ ସଦସ୍ୟ ବୀରେନ୍ଦ୍ର ୟାଜ୍ଞିକ ଭାଗବତ ପରିବାରର ଗଠନ ଓ ଉଦେ୍ଧଶ୍ୟ ଉପରେ ଆଲୋକପାତ କରି କହିଥିଲେ, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପ୍ରତିମ ଭାରତ ପୁସ୍ତକ ପ୍ରକାଶିତ ହୋଇଛି । ବର୍ତ୍ତମାନ ଯୁଗରେ ମଣିଷ ଭୌତିକବାଦରେ ବୁଡ଼ି ରହିଥିବା ବେଳେ ଏହି ପୁସ୍ତକ ଯୁବମାନସକୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ସାହିତି୍ୟକ ଓ ସମୀକ୍ଷକ ଅସିତ ମହାନ୍ତି କହିଲେ, ଆମ ଦେଶ ଭାରତ ହେଉଛି ଅନନ୍ୟ । ଶ୍ରୀ ଭାଗବତ ପରିବାର ପକ୍ଷରୁ ପ୍ରକାଶିତ ପୁସ୍ତକ ଅପ୍ରତିମ ଭାରତ ସମସ୍ତଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ଅଟେ । ଆମେମାନେ ଭାରତୀୟ ସଂସ୍କୃତି, ପରମ୍ପରା, କଳା, ସାହିତ୍ୟ, ଶିକ୍ଷା, ଅଧ୍ୟାତ୍ମ୍ୟବାଦ ଆଦି ବିଷୟରେ ଏହି ପୁସ୍ତକରୁ ଜାଣିପାରିବା । ଭାରତ ଏକ ପୁଣ୍ୟ ଭୂମି ବୋଲି ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଦେ୍ର୍ଧଶକ ବିଜୟ ନାୟକ ପ୍ରକାଶ କରିଥିଲେ । ଭାରତର ରାମାୟଣ ଓ ମହାଭାରତ ବିଶ୍ୱରେ ଦୁଇଟି ଅମୂଲ୍ୟ ଗ୍ରନ୍ଥ । ଭାରତ କେବଳ ସାହିତ୍ୟ ଦର୍ଶନ ଓ ଆଧ୍ୟାତ୍ମିକରେ ସୀମିତ ନୁହେଁ । ବିଜ୍ଞାନକୁ ମଧ୍ୟ ଆମର ଦାନ ଅତୁଳନୀୟ । ବସୁଧୈବ କୁଟୁମ୍ବକମ୍‍ ହେଉଛି ଆମର ସଂସ୍କୃତି । ଏହି ପୁସ୍ତକରେ ଆମର ଅତୀତର କଥା କୁହାଯାଇଛି ଏବଂ ବର୍ତ୍ତମାନ ଓ ଭବିଷ୍ୟତର ଝଲକ ମଧ୍ୟ ରହିଛି । ଏହା ଏକ ସର୍ବଗ୍ରହଣୀୟ ପୁସ୍ତକ ବୋଲି ସେ ମତ ଦେଇଥିଲେ । ବାବା ରାମନାରାୟଣ ଦାସ ମହାରାଜ ଭାରତ, ତ୍ୟାଗ ଓ ବୈରାଗ୍ୟର ଦେଶ ବୋଲି ବର୍ଣ୍ଣନା କରିଥିଲେ । ଏହି ସଭାରେ ଅଧ୍ୟକ୍ଷତା କରି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର କହିଥିଲେ, ପ୍ରକୃତରେ ଅପ୍ରତିମ ଭାରତ ପୁସ୍ତକ ହେଉଛି ଏକ ଅନନ୍ୟ ପୁସ୍ତକ । ସମଗ୍ର ଭାରତର ସଂସ୍କୃତି, ପରମ୍ପରା, କଳା, ଶିକ୍ଷା, ସାହିତ୍ୟ, ଅଧ୍ୟାତ୍ମ୍ୟବାଦ ଆଦିକୁ ଉପସ୍ଥାପନା କରାଯାଇଛି । ଏହା ଆମ ସମସ୍ତଙ୍କ ପାଇଁ ଏକ ଦର୍ପଣ ସଦୃଶ । କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ଓ କାଦମ୍ବିନୀ ମିଡ଼ିଆର ପ୍ରତିÂାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍‍ ଅଶୋକ ପାଣ୍ଡେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ମୁମ୍ବାଇର ପ୍ରତିÂିତ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ଅନୁÂାନ ଶ୍ରୀ ଭାଗବତ ପରିବାରର ସଦସ୍ୟମାନେ ପ୍ରଥମ ଥର ଲାଗି ଓଡ଼ିଶା ପରିଦର୍ଶନରେ ଆସିଛନ୍ତି ।

Share in top social networks!
Powered By Indic IME