ଖୋଲାଯିବ; ଭୁବନେଶ୍ୱର-ପ୍ୟାରିସ୍ ସାଂସ୍କୃତିକ ଡେସ୍କ ଫରାସୀ ପ୍ରତିନିଧ#ମାନଙ୍କ ସଂସ୍କୃତି ସଚିବଙ୍କ ସହ ଆଲୋଚନା

ଓଡ଼ିଶା ଓ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ଖୁବ୍ ଶୀଘ୍ର ଭୁବନେଶ୍ୱର-ପ୍ୟାରିସ୍ ସାଂସ୍କୃତିକ ଡେସ୍କ
ପ୍ରତିଷ୍ଠା କରାଯିବ ବୋଲି ଭାରତରେ ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ
ଇନ୍ଷ୍ଟିଚୁ୍ୟଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ. ବର୍ଟ୍ରାଣ୍ଡ୍ ଡି ହାର୍ଟିଂ ପ୍ରକାଶ କରିଛନ୍ତିା ଏହି ଡେସ୍କ ଏକ ସମୟରେ
ଭୁବନେଶ୍ୱର ଓ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ଠାରେ କାର୍ଯ୍ୟକ୍ରମ ଆରମ୍ଭ କରିବା
ଆଜି ଅପରାହ୍ନରେ ଭାରତସ୍ଥିତ ଫରାସୀ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା
ଡ. ହାର୍ଟିଂ ଓ ଅନ୍ୟାନ୍ୟ ପ୍ରତିନିଧ#ମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ
ମନୋରଞ୍ଜନ ପାଣିଗ୍ରାହୀଙ୍କ ସହିତ ତାଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ
ପ୍ରସଙ୍ଗରେ ଆଲୋଚନା କରିଥ#ଲୋ ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ସଂପଦ, ନୃତ୍ୟ-ସଂଗୀତ, ଚାରୁକଳା ଓ
ବୟନକଳା ଆଦିର ଅଧ#କ ବିଶ୍ୱାଦୃତି ନିମନ୍ତେ କର୍ମଶାଳା, ବିନିମୟ କାର୍ଯ୍ୟକ୍ରମ, ସମାରୋହ ଇତ୍ୟାଦି ଆୟୋଜନ
ଉପରେ ଗୁରୁତ୍ୱ ଦେବାକୁ ଆଲୋଚନାରେ ସହମତି ପ୍ରକାଶ ପାଇଥ#ଲାା
ଏହି ଆଲୋଚନା ସମୟରେ ଫ୍ରେଞ୍ଚ ଇନ୍ଷ୍ଟିଚୁ୍ୟଟ୍ ଇନ୍ ଇଣ୍ଡିଆର ସାଂସ୍କୃତିକ ସଂଯୋଜକ ଆଲିସ୍ ବ୍ରୁନଟ୍,
ଅନ୍ୟତମ ପ୍ରତିନିଧ# ଶୈଫାଲି ଜେଟ୍ଲି ସୁରୀ, ଏମିଲିଆ କାର୍ଟରଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ
ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ ଓ ଅଭିଲେଖାଗାର
ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME