କେନ୍ଦ୍ର ଗାଇଡ ଲାଇନ ମାନିବେ ରାଜ୍ୟ ସରକାର

ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ମକୋଦ୍ଦମା ଲାଗି ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଗାଇଡ଼ଲାଇନକୁ ସରକାର ମାନିବେ। ଧାର୍ଯ୍ୟ ସମୟସୀମା ୩ ମାସ ଭିତରେ ମକୋଦ୍ଦମା କରିବାଲାଗି ଅନୁମତି ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। କେନ୍ଦ୍ର ପର୍ସନାଲ ମନ୍ତ୍ରନାଳୟ ପକ୍ଷରୁ ଯେଉଁ ଅଫିସର ମାନେ ଦୁର୍ନୀତିଗ୍ରସ୍ତ ସେମାନଙ୍କ ବିରୋଧରେ ମକୋଦ୍ଦମା କରିବାକୁ  ସମ୍ପୃକ୍ତ ବିଭାଗ ପକ୍ଷରୁ ୩ ମାସ ମଧ୍ୟରେ ଅନୁମତି ଦେବା ପାଇଁ ଗଇଡଲାଇନ ରହିଛି। ବିଭାଗୀୟ ସଚିବ ଏହାର ତଦାରଖ କରିବେ। ଯଦି ଅନୁମତି ନଦେବେ ତାହେଲେ ୭ ଦିନ ମଧ୍ୟରେ ତାହା ଜଣାଇବେ। କାହିଁକି ଅନୁମତି ଦିଆଯିବନି ତାର କାରଣ ମଧ୍ୟ ଉଲ୍ଲେଖ ରହିବ। ତଦନ୍ତକାରୀ ସଂସ୍ଥାକୁ ଏହା ଜଣାଇବାକୁ ପଡିବ। ମାତ୍ର ରାଜ୍ୟ ସରକାର ଏହା ପାଳନ କରୁନାହାନ୍ତି।

Share in top social networks!
Powered By Indic IME