ମେକ୍ ଇନ୍ ଓଡ଼ିଶା ପାଇଁ ଜର୍ମାନୀରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦାସଙ୍କ ବୈଠକ


ଜର୍ମାନୀର ଡସେଲଡର୍ଫ୍ଠାରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ଜର୍ମାନୀ ଚ୍ୟାମ୍ବର ଅଫ୍ କମର୍ସର
ପ୍ରତିନିଧ#ମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଛନ୍ତିା ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା
କନ୍କ୍ଲେଭ୍ରେ ଯୋଗଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ଉପସ୍ଥିତ ଶିଳ୍ପୋଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରିବା ସହ
ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଉପଲବ୍ଧ ଅନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଛନ୍ତିା ଆଜି ଅନୁଷ୍ଠିତ
ଏହି ବୈଠକରେ ଲେରସ୍, ଆଇବିସି-ସୋଲାର, ଜିଏମ୍ବିଏଚ୍ ଗ୍ରୁପ୍ ଏବଂ ଏନର୍ଜିଜେଣ୍ଟର ଏନ୍ଆର୍ଡବ୍ଲ&ୁ୍ୟ ଆଦି
୪ଟି ବୃହତ୍ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ କରିବା ସହ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବା
ପାଇଁ ଆଗ୍ରହ ପ୍ରକାଶ କରିଛନ୍ତିା
ପ୍ରକାଶ ଥାଉକି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ସଫଳ କରିବା ସହିତ ବିଦେଶୀ ପୁଞ୍ଜିନିବେଶକମାନଙ୍କୁ
ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଇଟାଲିର ମିଲାନ୍ଠାରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହିତ
ଆଲୋଚନା କରିଥ#ଲୋ ଇଟାଲି କନ୍ସଲ୍ ଜେନେରାଲ୍ ଡାମିଆନୋ ଫ୍ରାଙ୍କୋଭିକ୍ଙ୍କ ନିମନ୍ତ୍ରଣ କ୍ରମେ
ଆଇଆଇଏମ୍ଏଚ୍ର ଅଧ୍ୟକ୍ଷ ଆଲଭର୍ଟୋ କାଭିଚିଓଲୋଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାସ ମିଳିତ ହୋଇ ଓଡ଼ିଶାରେ
ଇଟାଲୀୟ କମ୍ପାନୀମାନଙ୍କ ପୁଞ୍ଜିନିବେଶ ସଂପର୍କରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେଇଥ#ଲୋ
ମେକ୍ ଇନ୍ ଓଡ଼ିଶାରେ ଖ୍ୟାତିସଂପନ୍ନ ଶିଳ୍ପସଂସ୍ଥା ନାଲ୍କୋ, ହିଣ୍ଡାଲ୍କୋ, ଜେଏସ୍ ଗ୍ରୁପ୍, ଇନୋଭେସନ୍,
ଡାନିଏଲ୍ ଆଣ୍ଡ ସି, ଟେନୋଭା, ବେଦାନ୍ତ, ସାଇଡରିଡ୍ରଲିକ୍ ଆଦିଙ୍କୁ ଯୋଗଦେବା ପାଇଁ ଆମନ୍ତ୍ରଣ
କରାଯାଇଥ#ବାବେଳେ ଇଟାଲୀୟ କମ୍ପାନୀଗୁଡ଼ିକ ଯୋଗଦେବାକୁ ମନ୍ତ୍ରୀ ଶ୍ରୀ ଦାସ ଆମନ୍ତ୍ରଣ କରିଛନ୍ତିା ଇଟାଲି
ସମେତ ସାଉଦି ଆରବରେ ରୋଡ୍ ସୋ ଆୟୋଜନପୂର୍ବକ ଅଧ#କ ସଂଖ୍ୟାରେ ବିଶ୍ୱପ୍ରସିଦ୍ଧ ଶିଳ୍ପାନୁଷ୍ଠାନ ଓ
ପୁଞ୍ଜିନିବେଶକମାନଙ୍କୁ ଆମନ୍ତ୍ରଣ କରାଯିବାର ଉଦ୍ୟମ କରାଯାଉଥ#ବା କଥା ମନ୍ତ୍ରୀ ପ୍ରକାଶ କରିଥ#ଲୋ
ପରବର୍ତ୍ତୀ ଦୁଇଦିନ ମନ୍ତ୍ରୀ ଶ୍ରୀ ଦାସ ଜର୍ମାନୀର ଫ୍ରାଙ୍କଫୋର୍ଟଠାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହିତ ଆଲୋଚନା
କରିବା ପରେ ଜୁଲାଇ ୮ ଓ ୯ ତାରିଖରେ ସାଉଦି ଆରବ ଗସ୍ତ କରିବୋ
ମନ୍ତ୍ରୀ ଶ୍ରୀ ଦାସଙ୍କ ନେତୃତ୍ୱରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଓଡ଼ିଶା ଶିଳ୍ପ
ବିକାଶ ନିଗମର ଅଧ୍ୟକ୍ଷ ଶ୍ରୀ ସଂଜୟ ସିଂହଙ୍କ ସମେତ ଏକ ୧୩ ଜଣିଆ ପ୍ରତିନିଧ# ଦଳ ଏହି ଉଦ୍ଦେଶ୍ୟରେ
ବିଦେଶ ଗସ୍ତ କରିଛନ୍ତିା ଓଡ଼ିଶାରେ “ଇଜ୍ ଅଫ୍ ଡୁଇଂ ବିଜ୍ନେସ୍’ ପରି ଅନୁକୂଳ ସୁବିଧା ଓ ବାତାବରଣ
ବିଦେଶୀ କମ୍ପାନୀଗୁଡ଼ିକୁ ମେକ୍ ଇନ୍ ଓଡ଼ିଶାରେ ସେମାନଙ୍କ କୃତିତ୍ୱ ପ୍ରଦର୍ଶନ ସହିତ ରାଜ୍ୟରେ ପୁଞ୍ଜିନିବେଶ
ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶାପ୍ରକାଶ କରିଛନ୍ତିା

Share in top social networks!
Powered By Indic IME