ନୂଆ ରୂପ ଓ ନୂଆ ଅନ୍ଦାଜରେ ପୁଂଟୁନନା; ଲୋକପ୍ରିୟ ‘ପୁଂଟୁନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମ ଏବେ ସିଜିନ୍ ୩ରେ


ଓଡିଶାର ସବୁଠୁ ଲୋକପ୍ରିୟ ଫୁଡ ସୋ ‘ପୁଂଟୁନନାଙ୍କ ପେଟଯାତ୍ରା’ ଚଳିତ ବର୍ଷ ଜୁଲାଇ ମାସରେ ଏହାର ସିଜିନ୍ ୩ରେ ପାଦ
ଥାପିବାକୁ ଯାଉଛି । ଏକ ଫୁଡ୍ ପ୍ରେଗ୍ରାମ୍ ଭାବେ ଓଡିଆ ଟେଲିଭିଜନରେ ଅ୍ଦ୍ଭୁଦପୂର୍ବ ସଫଳତା ସାଉଁଟିଥିବା ଏହି
କାର୍ଯ୍ୟକ୍ରମଟିର ଘରୋଇ ମନୋରଂଜନ ଚ୍ୟାନେଲ ଜି ସାର୍ଥକ ଟିଭିରେ ଶେଷ ୫ ବର୍ଷ ହେବ ପ୍ରସାରିତ ହୋଇ ଆସୁଛି ।
ଦେଶୀ ତଥା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀକୁ ଅଗ୍ରାଧିକାର ଦେଇ ଆସୁଥିବା ‘ପୁଂଟୁନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମ ଏହାର
ଉନ୍ନତ ଓ ଅଭିନବ ବର୍ଣ୍ଣନା ଶୈଳୀ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି । କାର୍ଯ୍ୟକ୍ରମର ଉପସ୍ଥାପକ ଶ୍ରୀ
ଅନ୍ତର୍ଯାମୀ ପଣ୍ଡା ପୁଟଂନନା ଭାବେ ତାଙ୍କର ଚମକ୍ରାର କମେଡୀ ଉପସ୍ଥାପନା ପାଇଁ ଏବେ ଘରେ ଘରେ ପରିଚିତ । କାର୍ଯ୍ୟକ୍ରମର
ସିଜିନ୍ ୨ରେ ପୁଂଟୁନନାଙ୍କ ସହ ଆଉ ଜଣେ ଉପସ୍ଥାପକ ତାଙ୍କର ସ୍ତ୍ରୀ ତାଙ୍କ ଯାତ୍ରାରେ ସାମିଲ ହୋଇଥିଲା ବେଳେ, ସିଜିନ୍
୩ରେ କାର୍ଯ୍ରକ୍ରମରେ ଏକ ନୂଆ ପରିବ•ର୍ନ ଘଟିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଖବର ମିଳିଛି । ପୁଂଟୁନନା ଏହି
ସିଜିନ୍ରେ ଦେଖିବାକୁ ମିଳିବେ ଏକ ନୂଆ ଋପ ନୂଆ ଅନ୍ଦାଜରେ । ପୂର୍ବ ପରି ଏକ ସ୍ଥାନୀୟ ପରିବାରକୁ ଭେଟିବା ଓ ଖାଦ୍ୟ
ପ୍ରସ୍ତୁତ କରିବା ସହ ଏବେ ପୁଟୁଂ ନନା ବୁଲିବେ ଓଡିଶାର କୋଣ ଅନୁକୋଣରେ ଦେଖାଯାଉଥିବା ପର୍ଯ୍ୟଟନ ସ୍ଥଳୀ ସବୁ ।
ଘରୋଇ ବିଜ୍ଞାପନ ସଂସ୍ଥା ସଂକେତ୍ ଓ ମିଡିଆ ପ୍ରଯୋଜନା ସଂସ୍ଥା ଲାଇଟ୍ହାଉସ୍ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା
‘ପୁଂଟୁନନାଙ୍କ ପେଟଯାତ୍ରା’ ପ୍ରତି ରବିବାର ଓ ଶନିବାର ସଂଧ୍ୟା ୬. ୩୦ଟାରେ ଜି ସାର୍ଥକ ଟିଭିରେ ପ୍ରସାରିତ ହେଉଅଛିା

Share in top social networks!
Powered By Indic IME