ଉଚ୍ଚଶିକ୍ଷା ବିଭାଗ ଅନୁମତି ଅଣ୍ଡରଟେକିଂ ବଳରେ +୨ ନାମଲେଖା

ଉଚ୍ଚଶିକ୍ଷା ବିଭାଗ ଅନୁମତି
ଅଣ୍ଡରଟେକିଂ ବଳରେ +୨ ନାମଲେଖା
ଭୁବନେଶ୍ୱର,୩ା୭: ଏଣିକି ଯୁକ୍ତ ୨ରେ ନାମ ଲେଖାଇବା ସମୟରେ ମାଇଗ୍ରେସନ ଓ ମାର୍କସିଟ୍‍ର ମୂଳକପି ଦାଖଲ କରିବାକୁ ପଡିବ ନାହିଁ । ଉଚ୍ଚଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଛି । ରାଜ୍ୟର ସମସ୍ତ ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ସିବିଏସଇ କିମ୍ବା ଅନ୍ୟ ବୋର୍ଡରୁ ପାସ୍‍ କରିଥିବା ଛାତ୍ରଛାତ୍ରୀ ନାମ ଲେଖା ବେଳେ ସାର୍ଟିଫିକେଟର ମୂଳ ନକଲ ବଦଳରେ ଇଣ୍ଟରନେଟରୁ ଡାଉନଲୋଡ ହୋଇଥିବା ମାଇଗ୍ରେସନ ସାର୍ଟିଫିକେଟ ଓ ମାର୍କସିଟ ଦାଖଲ କରିପାରିବେ । ଏଥିରେ ସେମାନଙ୍କ ବିଦ୍ୟାଳୟ ମୁଖ୍ୟଙ୍କ ଦସ୍ତଖତ ରହିବା ଦରକାର ଏବଂ ସମ୍ପୃକ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାର ଏକମାସ ମଧ୍ୟରେ ମୂଳନକଲ ଦାଖଲ କରିବା ଲାଗି ଏକ ଅଣ୍ଡରଟେକିଂ ଦେବାକୁ ପଡିବ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମୂଳ ନକଲ ଦାଖଲ ନ କଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ ସୋମବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ବିଜେବି ଜୁନିଅର କଲେଜରେ ମାଇଗ୍ରେସନ ସାର୍ଟିଫିକେଟ ଓ ମାର୍କସିଟ୍‍ର ମୂଳ ନକଲ ଆଣି ନ ଥିବାରୁ ସିବିଏସଇ ବୋର୍ଡରୁ ପାସ୍‍ ଛାତ୍ରଛାତ୍ରୀଙ୍କୁ ନାମଲେଖାଇବାକୁ ସୁଯୋଗ ଦିଆଯାଇ ନ ଥିଲା । ଏହାକୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ସହ ବହୁ ଅଭିଭାବକ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Share in top social networks!
Powered By Indic IME