+୩ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ପ୍ରକାଶିତ

+୩ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ପ୍ରକାଶିତ
ଭୁବନେଶ୍ୱର,୩ା୭: ମଙ୍ଗଳବାର ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ପ୍ରକାଶିତ ହୋଇଛି । ଚଳିତ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି । କଳାରେ କଟ୍‍ଅଫ ମାର୍କ ସର୍ବାଧିକ ୮୯.୮ ରହିଥିବା ବେଳେ ବିଜ୍ଞାନରେ ୯୧.୭ ଓ ବାଣିଜ୍ୟରେ ୮୪.୧୭ ପ୍ରତିଶତ ରହିଛି । ସଂସ୍କୃତରେ ରାଜକନିକା ଷଡଭୂଜ ଗୌରାଙ୍ଗ ସଂସ୍କୃତ ମହାବିଦ୍ୟାଳୟର ସର୍ବାଧିକ ୬୫.୧୭ ପ୍ରତିଶତ ରହିଛି । ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ନାମଲେଖାଇ ପାରିବେ । ଜୁଲାଇ ଜୁଲାଇ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ପ୍ରକାଶିତ ହେବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ ୧୨ ଓ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ସୂଚନାଯୋଗ୍ୟ ଯେ ରାଜ୍ୟ ୯୮୫ ମହାବିଦ୍ୟାଳୟରେ ମୋଟ୍ ୨,୨୧,୨୮୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲା ବେଳେ ୧,୮୮,୯୬୦ଜଣ ମନୋନୀତ ହୋଇଛନ୍ତି । କଳାରେ ୧,୧୪,୩୩୧, ବାଣିଜ୍ୟରେ ୧୯,୭୫୩, ବିଜ୍ଞାନରେ ୪୯,୪୭୭ (ପିସିଏମରେ ୨୯,୧୩୧ ଓ ସିବିଜେଡରେ ୨୦,୩୪୬) ମନୋନୀତ ହୋଇଛନ୍ତି । ସେହିପରି ସେଲ୍‍ଫ ଫାଇନାନ୍ସିଂ କୋର୍ସ ପାଇଁ ୧,୨୭୯ ଓ ସଂସ୍କୃତରେ ୪,୧୨୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏହାମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୮୭,୭୨୮ ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧,୦୧,୨୩୨ ବୋଲି ଜଣାପଡିଛି ।

Share in top social networks!
Powered By Indic IME