ଦିନିକିଆ ସାଙ୍ଗଠନିକ ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହ ; ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ବୈଠକରେ ପ୍ରସ୍ତୁତିର କଲେ ସମୀକ୍ଷା ଓ ମାର୍ଗଦର୍ଶନ

 ମୋଦି ଶାସନରେ ବିକାଶର କଥାକୁ ଲୋକମାନଙ୍କ ପାଖରେ ପହଂଚାନ୍ତୁ କାର୍ଯ୍ୟକର୍ତା
 ରାଜ୍ୟର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କଲେ ଆହ୍ୱାନ
 ଜନ ସମ୍ପର୍କ ଓ ଜନ ସଂଘର୍ଷ ଆଧାରରେ ଶକ୍ତି ବୃଦ୍ଧି ପାଇଁ ଦେଲେ ବାର୍ତା
 ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସହ ରାଜ୍ୟ କାର୍ଯ୍ୟାଳୟକୁ ବିରାଟ ପଟୁଆରରେ ଅଣାଗଲା
ସାଂଗଠନିକ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହ ବିଭିନ୍ନ ପ୍ରକାର ବୈଠକରେ ଯୋଗ ଦେଇ ପୂର୍ବ ନିର୍ଧାରିତ ରଣନୀତି ଆଧାରରେ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଗତ ଚାରି ବର୍ଷରେ ମୋଦି ସରକାରଙ୍କର ପୂର୍ବ ଭାରତ ସମେତ ଓଡିଶାକୁ ଦିଆ ଯାଇଥିବା ବିକାଶ କାମର ଗୁରୁତ୍ୱକୁ ୨୦୧୯ ଲୋକମତରେ କିପରି ପ୍ରତିଫଳିତ ହେବ ସେଥି ପାଇଁ ଯୋଜନା ବଦ୍ଧ ଭାବେ ନିର୍ଧାରିତ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି ।
ମୋଦି ସରକାରଙ୍କର ଗରୀବ କଲ୍ୟାଣ ଯୋଜନା ଓଡିଶାର ଘରେ ଘରେ ପହଂଚିବା ପାଇଁ ପର୍ଯ୍ୟପ୍ତ ଅର୍ଥ ଯୋଗାଇ ଦିଆ ଯାଉଛି । ଓଡିଶାରେ ପାନୀୟ ଜଳ ହେଉ, ଘରେ ଘରେ ବିଜୁଳି, ଚାଷୀଙ୍କୁ ଫସଲ ବୀମା, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକ ମାନେ ବଂଚିତ ହେଉଛନ୍ତି । ଗୋଟିଏ ପଟେ ମୋଦି ସରକାରର ଗରୀବ କଲ୍ୟାଣ ଯୋଜନା ପାଇଁ ଐତିହାସିକ ସହାୟତା ଅପର ପକ୍ଷରେ ରାଜ୍ୟରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି । ବିଭିନ୍ନ ବୈଠକରେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକ ମାନଙ୍କ ପାଖକୁ ନେବା ପାଇଁ ଶ୍ରୀ ଶାହା ଆହ୍ୱାନ ଜଣାଇଛନ୍ତି ।
ଜନ ଆକାଂକ୍ଷା ପୂରଣ କରିବା ପାଇଁ ବିଜେପିର କାର୍ଯ୍ୟକର୍ତା ମାନେ ଲୋକ ମାନଙ୍କ ସହ ମିଶି ଜନ ସମ୍ପର୍କ ଓ ଜନ ସଂଘର୍ଷ ଆଧାରରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ଶାହ ଆହ୍ୱାନ କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର ସାଢେ ଚାରି କୋଟି ଓଡିଆଙ୍କୁ କି ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ୧୮ ବର୍ଷର ଶାସନ ପରେ ୩୬ ପ୍ରତିଶତ ଘରେ ବିଜୁଳି ନ ପହଂଚିବା କି ପ୍ରକାର ପ୍ରଶାସନ ବୋଲି ସେ କହିଛନ୍ତି । ଯଦି ଗ୍ରାମୀଣ ଓଡିଶାରେ ଦୁଇ ପ୍ରତିଶତ ଘରେ ଶୁଦ୍ଧ ପାଇପ ପାଣି ପହଂଚିଛି ଏହା କି ପ୍ରକାର ଜନ ମଙ୍ଗଳ ବୋଲି ଶ୍ରୀ ଶାହା କହିଛନ୍ତି ।
ଅପର ପକ୍ଷରେ ଦେଶରେ ଏକ ଶାସନ ଅଛି ଯିଏ ବିକାଶକୁ ଘରେ ଘରେ ପହଂଚାଇବା ପାଇଁ ଯୋଜନା ସହ ଅର୍ଥ ଓ ରାଜନୈତିକ ଇଚ୍ଛାଶକ୍ତି ସହ କାମ କରିଛି । ଗରୀବ ଘରେ ପାଇଖାନା ହେଉ ଅଥବା ଗରୀବ ମା ଘରେ ସ୍ୱଚ୍ଛ ଇନ୍ଧନ । ମୋଦି ସରକାରରେ ଗରୀବ ଘରେ ସିଧା ସିଧା ବିକାଶର ଫଳ ସବକା ସାଥ ସବକା ବିକାଶର ମନ୍ତ୍ରର ଆଧାରରେ ପହଂଚାଇବା ପାଇଁ ଚେଷ୍ଟା କରା ଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି ।
ଓଡିଶାର ସାଧାରଣ ଗରୀବ ଲୋକ ମାନଙ୍କୁ ଦେଶର ବିକାଶରେ ସଠିକ ଭାବେ ସାମିଲ କରିବାକୁ ହେଲେ ଓଡିଶାରେ ବି ବିଜେପି ଶାସନ ପ୍ରତିÂା କରିବାକୁ ହେବ । ଏହା ଓଡିଶାର ଲୋକଙ୍କର ଇଚ୍ଛା ଓ ବିଜେପି କାର୍ଯ୍ୟକର୍ତାଙ୍କର କଠିନ ପରିଶ୍ରମ ଆଧାରରେ ହିଁ ସମ୍ଭବ ହୋଇ ପାରିବ ବୋଲି ଶ୍ରୀ ଶାହା କହିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଏକ ବିଶାଳ ପଟୁଆରରରେ ରାଜ୍ୟ କାର୍ଯ୍ୟାଳୟକୁ ତାଙ୍କୁ ଅଣା ଯାଇଥିଲା । ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର ବୈଠକରେ କାର୍ଯ୍ୟକର୍ତା ମାନଙ୍କ ସହ କାର୍ଯ୍ୟ ପ୍ରଗତିର ସମୀକ୍ଷା ଓ ମାର୍ଗଦର୍ଶନ କରିଥିଲେ । ଏହା ସହ କଟକ, ପୁରୀ, ଭୁବନେଶ୍ୱର ତିନିଟି ଲୋକ ସଭା ଓ ଏହା ଅନ୍ତର୍ଗତ ୨୧ଟି ବିଧାନସଭାର ଶକ୍ତି କେନ୍ଦ୍ର ସ୍ତରୀୟ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ଶାହା ଉଦବୋଧନ ଦେଇଥିଲେ ।

Share in top social networks!
Powered By Indic IME