କିରାଣୀ ଓ ରାଜସ୍ୱ ନୀରିକ୍ଷକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଏବଂ ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଫୁଲବାଣୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପୂର୍ବତନ କନିÂ କିରାଣି ଜଗତାନନ୍ଦ ରାଉତ ଓ ମୟୁରଭଞ୍ଜ ଜିଲା ଚାନ୍ଦୁଆର ପୂର୍ବତନ ରାଜସ୍ୱ ନୀରିକ୍ଷକ ସନାତନ ସାମଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ଅଦାଲତ ଜେଲ ଓ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।
ପ୍ରକାଶ ଯେ ୨୦୦୦ ମସିହାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତାନନ୍ଦ ରାଉତଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ଲକ୍ଷ ୧ ହଜାର ୨୧୮ଟଙ୍କା ଆକଳନ କରାଯାଇଥିଲା । ମାମଲାର ଶୁଣାଣି କରି କେଉଁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ଶ୍ରୀ ରାଉତଙ୍କୁ ଏକବର୍ଷ କାରାଦଣ୍ଡାଦେଶ ସହ ଏକଲକ୍ଷ ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଛ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୧୩ ମସିହାରେ ମୟୁରଭଞ୍ଜ ଜିଲା ଚାନ୍ଦୁଆର ତକ୍ରାଳୀନ ରାଜସ୍ୱ ନୀରିକ୍ଷକ ସନାତନ ସାମଲ ଏକ ଜମି ଦାଖଲ ଖାରଜ ମାମଲାର ରିପୋର୍ଟ ଦେବା ଲାଗି ଜଣେ ବ୍ୟକ୍ତିଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ମାମଲାର ଶୁଣାଣି କରି ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‍ ଶ୍ରୀ ରାଉତଙ୍କୁ ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଦାଲତ ଅଧିକ ୪ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Share in top social networks!
Powered By Indic IME