କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କ୍ରୀଡା ପ୍ରତିଯୋଗିତା


ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଜାତୀୟ କ୍ରୀଡା ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହୋଇଛି । କିଟ୍‍ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୪୯ତମ କ୍ରୀଡା ପ୍ରତିଯୋଗିତାର ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ । ପ୍ରଥମ ପର୍ଯ୍ୟାୟରେ ୪ ବିଭାଗ ଯଥା ତୀରନ୍ଦାଜ, ବ୍ୟାଡମିଣ୍ଟନ, ବାସ୍କେଟବଲ ଓ କବାଡି ପ୍ରତିଯୋଗିତା ଅନୁÂିତ ହେବ । ଏହି ପ୍ରତିଯୋଗିତାଗୁଡିକ ୧୪, ୧୭ ଓ ୧୯ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ଅନୁÂିତ ହେବ । ପ୍ରତିଯୋଗିତାକୁ କିଟ୍‍ ଓ କିସ୍‍ର ପ୍ରତିÂାତା ଡ. ଅଚୁ୍ୟତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଡେପୁଟି କମିଶନର ଡ. ଏଭିଏଲ ଜଗନ୍ନାଥ ରାଓ, କେଭି କ୍ରୀଡା ବିଭାଗ ପି.ଏସ. ଦାରା, ସହକାରୀ କମିଶନର ଡ. ଡି. ଓଝା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗୀମାନେ କ୍ରୀଡା ଶପଥ ନେବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୨୫ଟି ଆଞ୍ଚଳିକ କେନ୍ଦ୍ରରୁ ପ୍ରାୟ ୩୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଉଦ୍‍ଘାଟନୀ ଦିବସରେ ୧୯ବର୍ଷରୁ କମ ବାଳିକା ବିଭାଗ କବାଡି ମ୍ୟାଚ ଅନୁÂିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଦଳ ରାୟପୁରକୁ ୨୪-୧୬ ପଏଣ୍ଟରେ ପରାସ୍ତ କରିଥିଲା । ଏଥିସହ ବ୍ୟାଡମିଣ୍ଟନ ଲିଗ୍‍ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହୋଇଥିଲା ବେଳେ ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଶେଷ ହେବା ପରେ ଜୁଲାଇ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଅନୁÂିତ ହେବ । ଏଥିରେ ଚେସ୍‍, ଯୋଗ, ଭଲିବଲ ଏବଂ ଖୋ-ଖୋ ପ୍ରତିଯୋଗିତା ହେବ ।

Share in top social networks!
Powered By Indic IME