+୨ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ ମାର୍କ ପ୍ରକାଶିତ

ଭୁବନେଶ୍ୱର: ଶୁକ୍ରବାର ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳାରେ ଚଳିତ ବର୍ଷ ସର୍ବାଧିକ ୭୮.୬୭ପ୍ରତିଶତ କଟ୍‍ଅଫ ମାର୍କ ଘଷିପୁରା ସଇଁକୁଳା ପତିତପାବନ କଲେଜର ରହିଛି । ଦ୍ୱିତୀୟରେ ହାଟଡିହିର ସଡଙ୍ଗ କଲେଜରେ ୭୩.୫ ରହିଥିବା ବେଳେ ଭୁବନେଶ୍ୱର ବିଜେବି ଜୁନିଅର କଲେଜରେ ଏହା ୭୩.୪ ପ୍ରତିଶତ ରହିଛି । ରେଭେନ୍ସା କଲେଜରେ ଚଳିତ ବର୍ଷ କଳାରେ କଟ୍‍ଅଫ୍‍ ମାର୍କ ୭୨ ପ୍ରତିଶତ ରହିଛି । ବିଜ୍ଞାନରେ କଟକ ରେଭେନ୍ସା ଜୁନିଅର କଲେଜରେ ସର୍ବାଧିକ ୮୮.୮୩ କଟ୍‍ଅଫ୍‍ ମାର୍କ ରହିଛି । ଭୁବନେଶ୍ୱର ବିଜେବି ଜୁନିଅର କଲେଜରେ ୮୮.୩୩ ପ୍ରତିଶତ ରହିଥିବା ବେଳେ ବ୍ରହ୍ମପୁର ସରସ୍ୱତୀ ବିଦ୍ୟାମନ୍ଦିରର କଟ୍‍ଅଫ୍‍ ମାର୍କ ୮୮ ପ୍ରତିଶତ ରହିଛି । ବାଣିଜ୍ୟରେ ବିଜେବି ଜୁନିଅର କଲେଜର କଟ୍‍ଅଫ୍‍ ମାର୍କ ୭୮.୨ ପ୍ରତିଶତ ରହିଥିଲା ବେଳେ କଟକ ରେଭେନ୍ସାରେ ଏହା ୭୭.୧୭ ପ୍ରତିଶତ ରହିଛି । ଭୁବନେଶ୍ୱରର ରାଜଧାନୀ ଜୁନିଅର କଲେଜର କଟ୍‍ଅଫ ମାର୍କ ୭୬.୦୭ ପ୍ରତିଶତ ରହିଛି ।
ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଅନୁଯାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ଏବଂ ତାଲିକାଭୁକ୍ତ ଛାତ୍ରଛାତ୍ରୀମାନେ ୧୧ରୁ ୧୨ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩ ତାରିଖରେ ପ୍ରକାଶ ପାଇବ । ଖାଲି ସିଟ୍ ପୂରଣ ଲାଗି ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ସ୍ପଟ୍ ଆଡମିଶନ କରାଯିବ । ଜୁଲାଇ ୨୪ ତାରିଖଠାରୁ ଯୁକ୍ତ ୨ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ ।

Share in top social networks!
Powered By Indic IME