ଲକ୍ଷ୍ମୀସାଗର ଥାନା: ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଲକ୍ଷ୍ମୀସାଗର ଥାନା: ବଢୁଛି ବ୍ରାଉନସୁଗାର ବ୍ୟବସାୟ
ଭୁବନେଶ୍ୱର (ଜିତେନ୍‍ ସାହୁ): ରାଜଧାନୀ ଏବେ ନିଶା କାରବାରର ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି । ଭୁବନେଶ୍ୱର ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ଅନ୍ୟାନ୍ୟ ସ୍ଥାନରୁ ମାରାତ୍ମକ ନିଶା ଦ୍ରବ୍ୟ ବ୍ରାଉନ ସୁଗାର ଓ ହେରୋଇନ ମଧ୍ୟ ଆସୁଛି । ନିଶା କାରବାର ରୋକିବା ଲାଗି ପୁଲିସ ଓ ଅବକାରୀ ବିଭାଗ ଏକପ୍ରକାର ବିଫଳ ହୋଇଥିଲା ବେଳେ ମଝିରେ ମଝିରେ କମିଶନରେଟ ପୁଲିସର କୁ୍ୟଏଟି ଓ ଅବକାରୀ ଫ୍ଲାଇଁ ସ୍କାର୍ଡ ଅଚାନକ ଚଢଉ କରି ନିଶା ଦ୍ରବ୍ୟ ଜବତ କରୁଛନ୍ତି । ବ୍ରାଉନସୁଗାର ଓ ହେରୋଇନ କାରବାର ପାଇଁ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡିଆ ବସ୍ତି ଏବେ ସୁରକ୍ଷିତ ସ୍ଥାନ ପାଲଟିଛି ।
ସୂଚନାଯୋଗ୍ୟ ଯେ ଗତ ୪ବର୍ଷ ମଧ୍ୟରେ ହଳଦିପଡିଆ ବସ୍ତିରୁ ଅନେକ ଥର ବ୍ରାଉନସୁଗାର ଜବତ ହୋଇଥିଲେ ମଧ୍ୟ ବେପାର କମିବା ପରିବର୍ତ୍ତେ ବଢିବାରେ ଲାଗିଛି । କେବଳ ହଳଦୀପଡିଆ ବସ୍ତି ନୁହେଁ ଲକ୍ଷ୍ମୀସାଗର କେନାଲ ରୋଡ, ଡାଳଖାଇ ଛକ, ହାଇସ୍କୁଲ ନିକଟରେ ମଧ୍ୟ ବ୍ରାଉନସୁଗାର ବେପାର ଚାଲିଛି । ଏଥିରେ ସାମିଲ ଅଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଯୁବକ । ଏଠାରେ ଉଲ୍ଲେଖନୀୟ ଯେ ହଳଦିପଡିଆ ବସ୍ତିରେ ଯେତେଥର ଚଢଉ ହୋଇଛି ସେସବୁ ଅବକାରୀ ଫ୍ଲାଇଁସ୍କାଡ ଓ କମିଶନରେଟ ପୁଲିସର କୁ୍ୟଏଟି ଚଢଉ କରିଥିଲା ବେଳେ ସ୍ଥାନୀୟ ପୁଲିସକୁ କୌଣସି ସୂଚନା ଦିଆଯାଇ ନାହିଁ । ଏଥିରୁ ପ୍ରମାଣିତ ହେଉଛି ନିଶା ବେପାରୀଙ୍କ ସହ ସ୍ଥାନୀୟ ଥାନା କର୍ମଚାରୀଙ୍କ ଯୋଗସୂତ୍ର ରହିଛି । ଏପରିକି ଲକ୍ଷ୍ମୀସାଗର ଥାନାର ଜନୈକ କର୍ମଚାରୀ ଓ ମଞ୍ଚେଶ୍ୱର ଥାନାର ଜଣେ କନଷ୍ଟେବଳ ଏଠାରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଯାଇଥାନ୍ତି । ସମ୍ପୃକ୍ତ ମହିଳାଙ୍କ ଦୁଇପୁଅ କେନାଲ ବନ୍ଧ ଓ ଡାଳଖାଇ ଛକରେ ବ୍ରାଉନସୁଗାର ବେପାର କରିଥାନ୍ତି । ଏନେଇ ବରିÂ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ କେଉଁ କାରଣରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅପରପକ୍ଷରେ ପୁଲିସ କେବଳ କଟକ ରୋଡରେ ଥିବା କିଛି ବାର ଉପରେ ଚଢାଉ କରି ଅର୍ଥ ଆଦାୟରେ ବ୍ୟସ୍ତ ରହୁଥିଲା ବେଳେ ତଳିଆ କର୍ମଚାରୀମାନେ ଖୁଚୁରା ବ୍ରାଉନସୁଗାର ବେପାରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଲକ୍ଷ୍ମୀସାଗର ଅଞ୍ଚଳରେ ୯୦ ଜଣ ଲୋକ ଏହି ବ୍ରାଉନସୁଗାର ବ୍ୟବସାୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କମିଶନର ଯୋଗେଶ ବାହାଦୂର ଖୁରାନିଆଙ୍କୁ ଅବଗତ କରାଇଥିଲେ । ଏନେଇ କମିଶନର ଚଢଉ କରିବାକୁ ନିର୍ଦେଶ ଦେଇଥିଲେ । ହେଲେ ଚଢଉ ପୂର୍ବରୁ କେତେଜଣ ଅସାଧୁ ପୁଲିସ କର୍ମଚାରୀ ନିଜ ପକେଟ ଗରମ କରିବାକୁ ଯାଇ ନିଶା ବେପାରୀଙ୍କୁ ଖବର ଦେଇଥିଲେ । ଏହି କାରଣରୁ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର ମିଳିନଥିଲା । ସେଥିପାଇଁ ବାରମ୍ବାର ଚଢଉ କରୁଥିବା ଅଧିକାରୀମାନେ ଖାଲି ହାତରେ ଫେରୁଛନ୍ତି । କେବଳ ନିଶା କାରବାର ନୁହେଁ ଦେହ ବ୍ୟବସାୟ ମଧ୍ୟ ଏହି ସ୍ଥାନଗୁଡିକରେ ଚାଲୁ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ ଆଗାମୀ ଦିନରେ ଚଢଉ ଜୋରଦାର କରାଯିବ । ଯଦି କେହି ପୁଲିସ କର୍ମଚାରୀ ଏହି କାରବାରରେ ସହାୟତା କରୁଥାନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

Share in top social networks!
Powered By Indic IME