ଓଡ଼ିଶା ବଜାରକୁ ଆସିଲା ଶୁଦ୍ଧ ଜୁସ୍ ବ୍ରାଣ୍ଡ ‘ଏହା’

ଭୁବନେଶ୍ୱର: ଓଡ଼ିଶାରେ ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ କୃଷକଙ୍କ ବିକାଶ ସହିତ ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ପାନୀୟ ଯୋଗାଇଦେବା ଲାଗି ବଜାରରେ ପ୍ରବେଶ କରିଛି ତାଜା ଫଳରୁ ପ୍ରସ୍ତୁତ ଶୁଦ୍ଧ ଫଳରସ ‘ଏହା’ । ଓଡ଼ିଶାଭିତ୍ତିକ କମ୍ପାନୀ ଆଗି୍ର ଲିଙ୍କ୍ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିିମିଟେଡ୍ ପକ୍ଷରୁ ବର୍ତ୍ତମାନ ଏହାର ଲିଚୁ ଓ ଆମ୍ବ ଜୁସ୍ ବଜାରକୁ ଛଡ଼ାଯାଇଛି । ଆଗକୁ ଆଉ ଚାରୋଟି ଭେରାଇଟି ବଜାରରେ ଉପଲ୍ବ୍ଧ ହେବାକୁ ଯାଉଛି । ଏହି ଜୁସର ସ୍ୱତନ୍ତ୍ରତା ଦେଉଛି ଏହା ତାଜା ଫଳର ରସରୁ ପ୍ରସ୍ତୁତ । ଆଗାମୀ ଦିନରେ ଏହି ବ୍ରାଣ୍ଡକୁ ଭାରତର ୧୦ଟି ଶ୍ରେÂ ପାନୀୟ ମଧ୍ୟରେ ସାମିଲ୍ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତିି ଓଡ଼ିଆ କୃଷି ଉଦ୍ୟୋଗୀ ତଥା ଆଗ୍ରି ଲିଙ୍କର ପ୍ରତିÂାତା ଓ ମ୍ୟାନେଜିଂ ଡିରେକ୍ଟର ଲେଫ୍ଟନାଣ୍ଟକର୍ଣ୍ଣେଲ୍ ଅସିତ୍ ମହାପାତ୍ର ।
ବଜାରରେ ବିଭିନ୍ନ ବ୍ରାଣ୍ଡ ଓ ବିଭିନ୍ନ କିସମର ଫଳରସ ମିଳୁଛି । ତେବେ ଅନେକ ଜୁସ୍୍ରେ ନାନା ପ୍ରକାରର ରାସାୟନିକ ଦ୍ରବ୍ୟ ମିଶୁଥିବାରୁ ତାହା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଶୁଦ୍ଧ ଫଳରସରୁ ପ୍ରସ୍ତୁତ ‘ଏହା’ ରେ କୌଣସି ପ୍ରକାର କେମିକାଲ୍ ଓ ପ୍ରିଜରଭେଟିଭ୍ ମିଶୁ ନାହିଁ ବୋଲି ଏହାର ପ୍ରତିÂାତା ଗ୍ରାହକମାନଙ୍କୁ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୨୫୦୦ରୁ ଅଧିକ ଆଉଟଲେଟ୍୍ ଓ ଛୋଟ ବଡ଼ ଦୋକାନରେ ଏହା ଉପଲବ୍ଧ ହେବ । ୨୦୦ ଗ୍ରାମ ପରିମାଣର ଟେଟ୍ରା ପ୍ୟାକ୍୍ର ଦର ରହିଛି ୧୫ ଟଙ୍କା । ଆଗାମୀ ଦିନରେ ଏହା ବିଭିନ୍ନ ପରିମାଣର ପ୍ୟାକେଟ ତଥା ବୋତଲରେ ମିଳିବ ।
ନିକଟରେ ଭୁବନେଶ୍ୱରରେ ଏହି ଜୁସ୍ର ବଧିବଦ୍ଧ ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣରୁ ଡିଲରମାନେ ଯୋଗ ଦେଇଥିଲେ । ଭାରତର ପାନୀୟ ଶିଳ୍ପରେ ୪୨ ବର୍ଷର ଅଭିଜ୍ଞତା ରଖିଥିବା ତଥା ଘରେ ଘରେ ଫ୍ରୁଟି ଜୁସ୍୍କୁ ପରିଚିତ କରାଇଥିବା ଆଶିଷ ଚାଟାର୍ଜୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଦ୍ୟୋଗର ଯୁଗ୍ମ ପ୍ରତିÂାତା ତଥା କମ୍ପାନୀର ନିଦେ୍ର୍ଧଶିକା ଶର୍ମିଲି ମହାପାତ୍ର କହିଥିଲେ ‘ଏହା’ ଖୁବ୍ଶୀଘ୍ର ଲୋକମାନଙ୍କରି ନିକଟତର ହୋଇପାରିବ ।

Share in top social networks!
Powered By Indic IME