ଆଦିବାସୀ ପଲ୍ଲୀରେ ପହିଲି ରଜ

ଭୁବନେଶ୍ୱର,୧୪ା୬: ଉକ୍ରଳୀୟ ସାଂସ୍କୃତିକ ଜୀବନର ଚିତ୍ତାକର୍ଷକ ପର୍ବ ହେଉଛି ରଜ । ରଜ ପର୍ବର ମହକ ଓ ମାହୋଲରେ ବନବାସୀମାନଙ୍କ ମଧ୍ୟରେ ପାରସ୍ପରିକ ଏ୍ୟ÷କ୍ୟ ଓ ସୌହାର୍ଦ୍ଧ୍ୟକୁ ଦୃଢୀଭୂତ କରିବା ପାଇଁ ସାମାଜିକ ଅନୁÂାନ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ୍’ ସହଯୋଗରେ ପହିଲିରଜ ଆଦିବାସୀ ପଲ୍ଲୀଠାରେ ଆୟୋଜନ କରାଯାଇଥିଲା । ପଲ୍ଲୀଟି ହେଉଛି ରାଜଧାନୀ ଭୁବନେଶ୍ୱରଠାରୁ ୨୫ କିି.ମି. ଦୂରରେ ଛତାବର ପଞ୍ଚାୟତ ନିକଟସ୍ଥ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ କନ୍ଦଳେଇ ଗ୍ରାମ । ଏମାନେ ବନବାସୀ, ବନସ୍ଥରେ ରହନ୍ତି । ପଲ୍ଲୀର କୁନିକୁନି ପିଲାଙ୍କ ମଧ୍ୟରେ ଖୁସି ଟିକେ ଭରିଦେବା ପାଇଁ ସାମାଜିକ ଅନୁÂାନର ସଦସ୍ୟମାନଙ୍କ ଉଦ୍ୟମ ଓ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । କୁମାରୀମାନେ ନିଜକୁ ସୁସଜ୍ଜିତ କରିବା ପାଇଁ ଅଳତା, ସିଙ୍ଗାର, ଟିକିଲି ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ସହ ନୂଆ ପୋଷାକ ଅନୁÂାନ ତରଫରୁ ଯୋଗାଇ ଦିଆଯାଇଥିଲା । ଓଡ଼ିଆ ଜାତିର ମନମତାଣିଆ ଦୋଳଗୀତ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ଗୀତ ଗାଇବା ସହ ରଜ ଦୋଳିରେ ଝୁମିବା ତଥା ଭୋଜିଭାତ ଖାଇ କୁମାରୀମାନେ ମଉଜରେ ପାଳନ କରିଛନ୍ତି ଏହି ତିନିଦିନିଆ ରଜପର୍ବ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁÂାନର ସଭାପତି ପ୍ରଶାନ୍ତ ସେନାପତି, ଚନ୍ଦନ ସ୍ୱାଇଁ, ଜ୍ୟୋତିରଞ୍ଜନ ରାୟ, ବିଶ୍ୱଜିତ୍ ରାୟମହାପାତ୍ର, କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ରମୋହନ ନାୟକ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ଏବଂ ଗ୍ରାମବାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!
Powered By Indic IME