କଏଦୀଙ୍କ ସନ୍ତାନ ପାଳିଲେ ରଜ

ଭୁବନେଶ୍ୱର,୧୪ା୬: ରାଜ୍ୟର ପୁରପଲ୍ଲୀରେ ରଜ ପର୍ବ ପାଳିତ ହେଉଥିବା ବେଳେ ଆଜୀବନ ଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ସନ୍ତାନମାନେ ରଜ ପର୍ବ ପାଳନ କରିଛନ୍ତି । ଝାରପଡାସ୍ଥିତ ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ରହୁଥିବା ଏହି ପିଲାଙ୍କ ପାଇଁ ଭୁବନେଶ୍ୱର ମହାସଂଗଠନ ପକ୍ଷରୁ ରଜ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କ ଲାଗି ନୂତନ ବସ୍ତ୍ର ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ଏଠାରେ ରହୁଥିବା ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳିଥିଲେ । ଅନୁÂାନର ଅଧ୍ୟକ୍ଷା ନିରୋଜାଲକ୍ଷ୍ମୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଗଠନର ଲିଟୁ ରାଉତରାୟ, ପ୍ରକାଶ କୁମାର ମଲ୍ଲିକ, ସିଦ୍ଧାନ୍ତ ଆଚାରୀ, ସରୋଜ ଜେନା, ସୁନୀଲ କୁମାର ବେହେରା ପରିଚାଳନା କରିଥିଲେ ।

Share in top social networks!
Powered By Indic IME