ନୂଆ ଦିଲ୍ଲୀରେ ପଲ୍ଲୀବାଣୀ ଦ୍ୱାରା ଆୟୋଜିତ ଓଡିଶାର ସଫଳ ଓଡିଆ ସାମ୍ବାଦିକ ମାନଙ୍କୁ ସମ୍ମାନିତ

ନୂଆ ଦିଲ୍ଲୀରେ ପଲ୍ଲୀବାଣୀ ଦ୍ୱାରା ଆୟୋଜିତ ଓଡିଶାର ସଫଳ ଓଡିଆ ସାମ୍ବାଦିକ ମାନଙ୍କୁ ସମ୍ମାନିତ । ପଲ୍ଲୀବାଣୀ ଓଡିଶାରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ଦିଲ୍ଲୀ ଡାକି ସମ୍ମାନିତ କରିଥିବା କାରଣରୁ ଓଡିଆ ଭାବେ ମୁଁ ଗର୍ବିତ । ଓଡିଆ ସମାଜର ବୌଦ୍ଧିକ ସମ୍ପନ୍ନତା ବିଶ୍ୱର ଜୀବନ ପ୍ରବାହକୁ ପ୍ରଭାବିତ କରିବା ପାଇଁ ଉତ୍ତପ୍ରେରକ ଭୂମିକା ନେବାର କ୍ଷମତା ରଖୁଛି । ଆଜି ଦିନରେ ଓଡିଆ ଜାତି ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ନ ହେଲେ ମଧ୍ୟ ଏହି ଜାତିର ବୌଦ୍ଧିକ ଶକ୍ତି ଏହି ଜାତିର ମୂଳ ସମ୍ବଳ ଭାବରେ ସ୍ୱୀକୃତ ହୋଇଛି ।

ଓଡିଶାର ବରିଷ୍ଠ ସାମ୍ବାଦିକ ଗୋପାଳ ମହାପାତ୍ର, ନବୀନ ଦାସ, ଦେବେନ୍ଦ୍ର ପୃଷ୍ଟି, ରାଧାମାଧବ ମିଶ୍ର ଓ ଅସୀତ ମହାନ୍ତି ଓଡିଶାରେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ପକ୍ଷର ଖବର ଓ ମତକୁ ସେମାନଙ୍କ ଢଙ୍ଗରେ ପରିବେଷଣ କରି ଓଡିଆ ଜନଜୀବନକୁ ପ୍ରଭାବିତ କରିଛନ୍ତି।

Share in top social networks!
Powered By Indic IME