ନନ୍ଦନକାନନରେ ମଗର କୁମ୍ଭୀର ଛୁଆ ଜନ୍ମ

ନନ୍ଦନକାନନରେ ମଗର କୁମ୍ଭୀର ଛୁଆ ଜନ୍ମ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୧ ନମ୍ବର ଖୁଆଡରେ ରହୁଥିବା ମାଈ ମଗର/ଗୋମୁହାଁ କୁମ୍ଭୀର ଦେଇଥିବା ଅଣ୍ଡାରୁ ଶନିବାର ଛୁଆ ଜନ୍ମ ହୋଇଛି । କୁମ୍ଭୀର ଦେଇଥିବା ୧୧ଗୋଟି ଅଣ୍ଡାରୁ ୫ଟି ଛୁଆ ଜନ୍ମ ହୋଇଥିବା ବେଳେ ୪ଟିର ମୃତୁ୍ୟ ଘଟିଛି । କୁମ୍ଭୀର ଖୁଆଡ ଦାୟିତ୍ୱରେ ଥିବା ଫରେଷ୍ଟର, ଫରେଷ୍ଟଗାର୍ଡଙ୍କ ଦାୟିତ୍ୱହୀନତା ଯୋଗୁଁ କୁମ୍ଭୀର ଛୁଆଙ୍କର ମୃତୁ୍ୟ ଘଟିଥିବା ସାଧାରଣରେ ଅଭିଯୋଗ ହେଉଛି । ବର୍ତ୍ତମାନ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ୮ରେ ରହିଛି । ଏମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା, ୬ଟି ମାଈ କୁମ୍ଭୀର ଥିଲାବେଳେ ଓ ନବଜାତକର ଲିଙ୍ଗ ଚିହ୍ନଟ ହୋଇନାହିଁ ।
ସୂଚନାଯୋଗ୍ୟ ଯେ ଏହି ପ୍ରଜାତିର କୁମ୍ଭୀର ଭାରତ, ଶ୍ରୀଲଙ୍କା, ପାକିସ୍ଥାନ, ନେପାଳରେ ଦେଖାଯାଆନ୍ତି । ଏମାନେ ୧୫ଫୁଟ ଲମ୍ବା ପର୍ଯ୍ୟନ୍ତ ବଢିଥାନ୍ତି । ଏମାନଙ୍କ ମଧୁର ଜଳ ମାଛ, ବିଭିନ୍ନ ସରୀସୃପ ଓ ଛୋଟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଆହାର କରନ୍ତି । ଅନୁକୂଳ ବାସସ୍ଥଳୀ ସନ୍ଧାନରେ ସ୍ଥଳଭାଗରେ ମାଇଲ ମାଇଲ ବାଟ ଅତିକ୍ରମ କରନ୍ତି । ନଦୀ କୂଳରେ ଗାତ ଖୋଳି ମାଈ କୁମ୍ଭୀର ଗ୍ରୀଷ୍ଣ ଋତୁ ଆରମ୍ଭରେ ଅଣ୍ଡା ଦିଅନ୍ତି । ୬୫ ଦିନ ପରେ ଅଣ୍ଡା ଫୁଟି ଏଥିରୁ ଛୁଆ ବାହାରିଥାଏ ।

Share in top social networks!
Powered By Indic IME