(ଏନ୍.ଆଇ.ଏଫ୍. ଟି) ଭୁବନେଶ୍ୱରର ସ୍ନାତକ ଦିବସ ପାଳିତ ;ଯୋଗଦେଲେ ଜଣାଶୁଣା ଫ୍ୟାଶନ ଡ଼ିଜାଇନର୍ ସବ୍ୟସାଚ୍ଚୀ ଶତପଥୀ

ଭାରତ ସରକାରଙ୍କ ଟେକ୍ସଟାଇଲ୍ ମନ୍ତ୍ରାଳୟ ପରିଚାଳିତ ନ୍ୟାଶ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକନୋଲୋଜି (ଏନ୍.ଆଇ.ଏଫ୍. ଟି) ଭୁବନେଶ୍ୱର ଠାରେ ତା ୩୦/୦୫/୨୦୧୮ ରିଖରେ ସ୍ନାତକ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ୧୭୯ ଜଣ ଛାତ୍ରଛାତ୍ରୀଙ୍କୁ ଉଭୟ ସ୍ନାତକ ଓ ସ୍ନାତୋକତର ଡ଼ିଗ୍ରୀ ପ୍ରଦାନ କରାଯିବା ସହ ଏକ ଫ୍ୟାଶନ୍ ଶୋ ଅନୁÂିତ ହୋଇଯାଇଛି ।ଡ଼ିଗ୍ରୀ ପ୍ରଦାନ ଅବସରରେ ଡ଼ଃ ସଂଞୟ ପଣ୍ଡା ପୂର୍ବତନ ସଚିବ, ଟେକ୍ସଟାଇଲ୍ ବିଭାଗ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ବେହେରା (ଆଇ.ଏ.ଏସ୍) ଯଥାକ୍ରମେ ମୁଖ୍ୟ ଅତିଥୀ ଓ ସମ୍ନାନୀୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ ଫ୍ୟାଶନ ଶୋ ରେ ଜଣାଶୁଣା ଫ୍ୟାଶନ ଡ଼ିଜାଇନର୍ ସବ୍ୟସାଚ୍ଚୀ ଶତପଥୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ମୁଖ୍ୟତଃ ତିନୋଟି ବିଭାଗ ଯଥା ବି.ଡ଼ି.ଏସ୍ (ଟେକ୍ସଟାଇଲ୍ ଡ଼ିଜାଇନ୍), ବି.ଡ଼ି.ଏସ୍.(ଲାଇଫ୍ ଷ୍ଟାଇଲ୍ ଆସୋସୋରିଜ୍ ଡ଼ିଜାଇନ୍) ବି.ଏସ୍ (ଫ୍ୟାଶନ୍ କମ୍ୟୁନିକେଶନ୍) ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସିଦ୍ଧ ଡ଼ିଜାଇନ୍ ପ୍ରଦର୍ଶୀତ କରାଯାଇଥିଲା । ଫ୍ୟାଶନ୍ ଡ଼ିଜାଇନ୍ ବିଭାଗ (ବିଡ଼ି.ଏଫ୍.ଡ଼ି)ର ସ୍ନାତକ ବ୍ୟାଚ୍ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଫ୍ୟାଶନ୍ ଶୋ ମାଧ୍ୟମରେ ୩୧/୦୫/୨୦୧୮ ଦିନ ପ୍ରଦର୍ଶୀତ କରାଯାଇଛି ।
ମୁଖ୍ୟ ଅତିଥୀ ଓ ସମ୍ନାନୀୟ ଅତିଥୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶୀତ ଡ଼ିଜାଇନ୍ ମେଳା ବୁଲି ଦେଖିବାପରେ ଡ଼ିଗ୍ରୀ ବିତରଣ ସଭା ଆୟୋଜିତ ହୋଇଥିଲା ।ଯେଉଁଥିରେ ୩୭ ଜଣ ଫ୍ୟାଶନ୍ ଡ଼ିଜାଇନ୍ର୍ , ୩୩ ଜଣ ଟେକ୍ସଟାଇଲ୍ ଡ଼ିଜାଇନ୍ର୍, ୩୦ ଜଣ ଆସୋସୋରିଜ୍ ଡ଼ିଜାଇନ୍ର୍, ୨୯ ଜଣ ଫ୍ୟାଶନ୍ କମ୍ୟୁନିକେଟର୍, ୨୩ ଜଣ ଫ୍ୟାଶନ ଟେକ୍ନୋଲୋଜିଷ୍ଟ୍, ୨୭ ଜଣ ଫ୍ୟାଶନ ମ୍ୟାନେଜ୍ମେନ୍ଟ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।ଛାତ୍ରଛାତ୍ରୀମାନଙ୍କୁ ଉସାôହିତ କରି ପୂର୍ବତନ ଟେକ୍ସଟାଇଲ୍ ସଚିବ, ଭାରତ ସରକାର ତଥା ମୁଖ୍ୟ ଅତିଥୀ ଡ଼ଃ ସଂଞୟ ପଣ୍ଡା କହିଥିଲେ ଏହା ଏନ୍.ଆଇ.ଏଫ୍.ଟି ଭୁବନେଶ୍ୱର ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଭୁବନେଶ୍ୱରରେ ଏହି କ୍ଷେତ୍ରରେ ଏତେ ସଂଖ୍ୟାରେ କୃତି ଛାତ୍ରଛାତ୍ରୀ ଦେଖୀ ମୁଁ ଖୁସୀ ।ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସୁବେଚ୍ଛା ଦେବା ସହ ତାଙ୍କର ଭବିଷ୍ୟତ ନିର୍ମାଣ ମୁଁ କାମନା କରୁଛି ।ସମ୍ନାନୀୟ ଅତିଥୀ ଉପେନ୍ଦ୍ର ବେହେରା ମଧ୍ୟ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସର୍ବଦା ଏନ୍.ଆଇ.ଏଫ୍.ଟି ଭୁବନେଶ୍ୱର କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନିଦେ୍ର୍ଧଶକ ପ୍ରଫେସର ସଂଞୟ ଶ୍ରୀ ବାସ୍ତବ ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ଜଣାଇଥିଲେ ଯେ, ପ୍ରାୟ ୯୦ ଭାଗ ଛାତ୍ରଛାତ୍ରୀଙ୍କୁ ଇତି ମଧ୍ୟରେ କର୍ମସଂସ୍ଥାନ ମିଳିସାରିଛି ।ଡ଼ଃ ବିନୟ ଭୁଷଣ ଜେନା, ଏନ୍.ଆଇ.ଏଫ୍.ଟି ଭୁବନେଶ୍ୱରର ଯୁଗ୍ମ ନିଦେ୍ର୍ଧଶକ ବାକି ୧୦ ପ୍ରତିଶତ ଛାତ୍ରଛାତ୍ରୀ ଶିଘ୍ର କର୍ମସଂସ୍ଥାନ ପାଇବେ ଓ ଏଠାରୁ କେହି ଖାଲି ହାତରେ ଯିବେ ନାହିଁ ବୋଲି କହିଥିଲେ ।
ଏନ୍.ଆଇ.ଏଫ୍.ଟି ହେଉଛି ଭାରତ ସରକାରଙ୍କ ଟେକ୍ସଟାଇଲ୍ ମନ୍ତ୍ରାଳୟ ପରିଚାଳିତ ଏକ ପ୍ରମୁଖ ଶିକ୍ଷାଅନୁÂାନ ଯାହାର ଭୁବନେଶ୍ୱର ଶାଖା ୨୦୧୦ରେ ପ୍ରତିÂିତ ହୋଇଥିଲା ।ଏଠାରେ ସ୍ନାତକ ଡ଼ିଗ୍ରୀ ପାଇଁ ଏକ ଡ଼ିଜାଇନ୍ ବିଭାଗ ଓ ଏକ ବୈ÷ଷୟିକ ବିଭାଗ ଥିବାବେଳେ ସ୍ନାତକତର ପାଇଁ ଫ୍ୟାଶନ୍ ପରିଚାଳନା ଡ଼ିପାଟ୍ମେନ୍ଟ ଉପଲବ୍ଧ ଅଛି ।ଡ଼ିଜାଇନ୍ ବିଭାଗରେ ଫ୍ୟାଶନ୍ ଡ଼ିଜାଇନ୍, ଟେକ୍ସଟାଇଲ୍ ଡ଼ିଜାଇନ୍, ଲାଇଫ୍ ଷ୍ଟାଇଲ୍ ଆସୋସୋରିଜ୍ ଡ଼ିଜାଇନ୍ ଓ ଫ୍ୟାଶନ୍ କମ୍ୟାୁନିକେଶନ୍ ଭଳି ବିଷୟ ମାନ ଥିବାବେଳେ ବୈ÷ଷୟିକ ବିଭାଗରେ ଫ୍ୟାଶନ୍ ଟେକ୍ନୋଲୋଜି ବିଷୟରେ ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ ।

Share in top social networks!
Powered By Indic IME