ଅମିଶ ତ୍ରିପାଠୀ, ନିରୁପମା ରାଓ ଏବଂ ପଦ୍ମଜ ପାଲଙ୍କୁ ପ୍ରତିÂିତ କଳିଙ୍ଗ ସାହିତ୍ୟ ପୁରସ୍କାର, ୨୦୧୮ ରେ ସମ୍ମାନିତ କରାଯିବ

ଅମିଶ ତ୍ରିପାଠୀ, ନିରୁପମା ରାଓ ଏବଂ ପଦ୍ମଜ ପାଲଙ୍କୁ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ କୃତିତ୍ୱକୁ ସମ୍ମାନ ଜଣାଇ ସେମାନଙ୍କୁ ପ୍ରତିÂିତ କଳିଙ୍ଗ ସାହିତ୍ୟ ପୁରସ୍କାର , ୨୦୧୮ ରେ ସମ୍ମାନିତ କରାଯିବ ବୋଲି କଳିଙ୍ଗ ସାହିତ୍ୟ ସମାରୋହର ନିଦେ୍ର୍ଧଶକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି ।

କଳିଙ୍ଗ ସାହିତ୍ୟ ସମାରୋହ, ଗତ ୪ ବର୍ଷ ଧରି ବିଭିନ୍ନ ସାହିତ୍ୟ ସମାରୋହ ମଧ୍ୟରେ ଜାତୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତମାନ ୫ମ କଳିଙ୍ଗ ସାହିତ୍ୟ ସମାରୋହ ଆମ ନିକଟରେ ଉପସ୍ଥିତ । ଜୁନ ୮ ତାରିଖରୁ ୧୦, ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି କଳିଙ୍ଗ ସାହିତ୍ୟ ସମାରୋହରେ ସାହିତ୍ୟ, ସିନେମା, ଗଣମାଧ୍ୟମ ଏବଂ ରାଜନୀତି ଜଗତରୁ ୨୫୦ ରୁ ଊଦ୍ଧ୍ୱର୍ ବିଶିÂ ବ୍ୟକ୍ତି ବିଶେଷ ଓଡ଼ିଶାର ଏହି ମନ୍ଦିରମାଳିନୀ ସହରରେ ଏକତି୍ରତ ହୋଇ ‘ଟୁୱାର୍ଡସ୍ ଏ ଜଷ୍ଟ ସୋସାଇଟୀ : ସାହିତ୍ୟରେ ସମାନତା, ନିରପେକ୍ଷତା ଏବଂ ମାନବୀୟତା’ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବେ ।

କଳିଙ୍ଗ ସାହିତ୍ୟ ସମାରୋହ (କେଏଲ୍ଏଫ୍) ଭାରତର ଅଗ୍ରଣୀ ସାହିତି୍ୟକ ମଂଚ ମଧ୍ୟରେ ପ୍ରମୁଖ ଏବଂ ଉଭୟ ଅନୁଭୂତିସମ୍ପନ୍ନ ଏବଂ ସାହିତି୍ୟକ ଯୁବବର୍ଗଙ୍କୁ ଆକର୍ଷିତ କରିବାରେ ଭାରତର ପୂର୍ବାଂଚଳରେ ସର୍ବଶ୍ରେÂ । ସାହିତ୍ୟ, ନ୍ୟାୟିକ, ସମାନତା, ନିରପେକ୍ଷତା ଏବଂ ମାନବୀୟତା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା, ତର୍କ ଏବଂ ସମାନତାକୁ ସର୍ବ ସମ୍ମୁଖକୁ ଆଣିବା ନିମନ୍ତେ ପୂର୍ବ ଆୟୋଜିତ ସାହିତ୍ୟ ସମାରୋହଠାରୁ ଅଧିକ ପ୍ରଭାବଶାଳୀ ଏହି ସମାରୋହର ୫ମ ସଂସ୍କରଣ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ନାମକୁ ଗୋଟିଏ ମଂଚରେ ଏକତ୍ରିତ କରିବ ।
କଳିଙ୍ଗ ସାହିତ୍ୟ ପୁରସ୍କାର, ୨୦୧୮

କଳିଙ୍ଗ ସାହିତ୍ୟ ପୁରସ୍କାର : ପଦ୍ମଜ ପାଲ
କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର : ଅମିଶ ତ୍ରିପାଠୀ
କଳିଙ୍ଗ କାରୁବାକୀ ପୁରସ୍କାର : ନିରୁପମା ରାଓ