ମାତୃଭାଷାର ଅବହେଳା ଦକ୍ଷତା ବିକାଶର ବାଧକ; “ବ୍ୟାକରଣ” ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବିଭିନ୍ନ ବିଦ୍ୱାନଙ୍କ ମତ

ଓଡିଶାର ବିକାଶପାଇଁ ଓଡିଆଭାଷାର ବ୍ୟାପକ ପ୍ରୟୋଗ ଆବଶ୍ୟକ । ଏଥିପାଇଁ ପାରମ୍ପରିକ ସଂସ୍କୃତ ଓ ଇଂରାଜୀ ବ୍ୟାକରଣକୁ ଅନୁସରଣ ଓ ଅନୁକରଣ କରିବା ପରିବର୍ତେ ପ୍ରଚଳିତ ଓଡିଆଭାଷାକୁ ନେଇ ମୌଳିକ ବ୍ୟାକରଣ ରଚନାର ଆବଶ୍ୟକତା ରହିଛି ବୋଲି ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ “ବ୍ୟାକରଣ” ଶୀର୍ଷକ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ରରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଯୋଗ ଦେଇଥିବା ବିଦ୍ୱାନଗଣ ମତ ବ୍ୟକ୍ତ କରିଛନ୍ତି । ସଂସ୍ଥାର ବିଜେବି ନଗର କାର୍ଯ୍ୟାଳୟରେ ଅନୁÂିତ ଏହାର ଉଦଘାଟନୀ ଉତ୍ସବରେ ପ୍ରାକ୍ତନ ଶିକ୍ଷାମନ୍ତ୍ରୀ ତଥା ବିଶିଷ୍ଟ ବିଦ୍ୱାନ ଶ୍ରୀଯୁକ୍ତ ଶେକ ମତଲୁବ ଅଲ୍ଲୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାଷାପାଇଁ ବ୍ୟାକରଣର ଆବଶ୍ୟକତା ବିଷୟରେ ସୂଚନା ଦେବାବେଳେ ସେକ୍ସପିୟର ଓ ସାରଳା ଦାସଙ୍କ ଦୃଷ୍ଟାନ୍ତ ଛଳରେ ଲେଖକ ବ୍ୟାକରଣକୁ ନେଇ ନୁହେଁ ବରଂ ଲେଖକୀୟ କଳାକୁ ବ୍ୟାକରଣ ଅନୁକରଣ କରେ ବୋଲି କହିଥିଲେ । ଓଡିଶା ଖାଦ୍ୟ କମିଶନ ସଦସ୍ୟ ଡ. ସିପ୍ରା ମଲ୍ଲିକ ଭାଷାର ବ୍ୟବହାରିକ ଦିଗ ବ୍ୟାକରଣର ଗତିକୁ ନିୟନ୍ତ୍ରିତ କରିଥାଏ ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବରେ ମାଡ୍ରାସ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ସିନୁରିଦ୍ଧ ଦାଶ ଓଡିଆ ଓ ସଂସ୍କୃତ ବ୍ୟାକରଣର ସମ୍ପର୍କ ଉପସ୍ଥାପନ କରିଥିଲେ । ସେହି ପରି ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଓଡିଶା ଦକ୍ଷତା ବିକାଶ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଦକ୍ଷତାର ବିକାଶରେ ଭାଷାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଜାପାନ, ଆମେରିକା ଆଦି ବିକଶିତ ଦେଶଗୁଡିକର ଦୃଷ୍ଟନ୍ତ ଦେଇ କହିଥିଲେ । ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ବ୍ୟାକରଣ ନ ଥିବାରୁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବ ନାହିଁ ବୋଲି କହୁଥିବା ବିଦ୍ୱାନଗଣ କାହିଁ ଏପର୍ଯ୍ୟନ୍ତ ଶାସ୍ତ୍ରୀୟତା ପରେ ମୌଳିକ ଓଡିଆ ବ୍ୟାକରଣ ରଚନାପାଇଁ ଆଗେଇ ଆସୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।
ବିଶିÂ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରର ବିଭିନ୍ନ ସତ୍ରରେ ପ୍ରଫେସର ଡକ୍ଟର ସିନିରୁଦ୍ଧ ଦାସ, ଡକ୍ଟର ବସନ୍ତ କୁମାର ପଣ୍ଡା, ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି, ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ, ଶ୍ରୀଯୁକ୍ତ ନିର୍ମଳ ମହାନ୍ତି, ପ୍ରଫେସର ଡକ୍ଟର ନୀଳାଦ୍ରୀ ଭୂଷଣ ହରିଚନ୍ଦନ, ଡକ୍ଟର ସଂଜୟ ଲେଙ୍କା, ଡକ୍ଟର ବିଜୟଲକ୍ଷ୍ମୀ ଦାସ, ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର, ଡକ୍ଟର ଗୋପବନ୍ଧୁ ମହାନ୍ତି, ଡକ୍ଟର ବିଶ୍ୱନନ୍ଦନ ଦାସ, ଡକ୍ଟର ଋାଜଶ୍ରୀ ସ୍ୱାଇଁ, ପ୍ରଫେସର ଦୁଃଖିଶ୍ୟାମ ପଟ୍ଟନାୟକ ପ୍ରମୁଖ ନିଜନିଜର ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି ସବୁ ପ୍ରବନ୍ଧ ଓଡିଆ ଅଧ୍ୟୟନ ଓ ବଗେଷଣା ସଂସ୍ଥାପକ୍ଷରୁ ପ୍ରକାଶିତ ହେବାକୁ ଯାଉଥିବା ଷାଣ୍ମାସିକ ଗବେଷଣା ପତ୍ରିକା “ଭାଷା”ର ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଲୋଚନା ଚକ୍ରର ଆରମ୍ଭରେ ବିଜୁପଟ୍ଟନାୟକ ବୈ÷ଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତି ଆଲୋଚନାଚକ୍ରର ଆଭିମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର କାର୍ଯ୍ୟକ୍ରମ ବିବରଣୀ ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ପାଠ କରିଥିଲେ ।

Share in top social networks!
Powered By Indic IME